ବିବାହରେ 50 ଲକ୍ଷ ର ଲେହେଙ୍ଗା ଓ 3 କୋଟି ଟଙ୍କାର ଶାଢୀ ପିନ୍ଧିଥିଲେ Shilpa Setty, ବିବାହର ମୋଟ ଖର୍ଚ୍ଚ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ନିଜ କଳା କାରଣାମ ହେତୁ ବର୍ତ୍ତମାନ ସାରା ଭାରତରେ ହଟ୍ ନ୍ଯୁଜ ସାଜିଛନ୍ତି ଶିଳ୍ପପତି ତଥା ବଲିଉଡ ଅଭିନେତ୍ରୀଙ୍କ ସ୍ଵାମୀ ରାଜ କୁନ୍ଦ୍ରା । ତାଙ୍କ ସହ ସ୍ତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ଲୋକଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ସେପଟେ କ୍ରାଇମବ୍ରାଞ୍ଚ ମଧ୍ୟ ସ୍ବାମୀଙ୍କ କଳା କାରନାମା କଥା ଶିଳ୍ପା ପୂର୍ବରୁ ଜାଣିଥିବା କଥା ସନ୍ଦେହ କରୁଛନ୍ତି । ଏପରି ସ୍ଥଳେ ଉଭୟଙ୍କ ବ୍ୟକ୍ତିଗତ ମାମଲାକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ହେଉଛି । ରାଜ କୁନ୍ଦ୍ରା ଶିଳ୍ପାଙ୍କୁ ଦ୍ଵିତୀୟ ବିବାହ କରିଥିବା ବେଳେ, ଅକ୍ଷୟ କୁମାରଙ୍କ ସହ ବ୍ରେକଅଫ ପରେ ଶିଳ୍ପା କିପରି ଭାଙ୍ଗି ପଡିଥିଲେ ଓ ସେହି ସମୟରେ ରାଜ କୁନ୍ଦ୍ରା ହିଁ ତାଙ୍କୁ ସମ୍ଭାଳି ଥିଲେ ବୋଲି ଚର୍ଚ୍ଚା ହେଉଛି । ତେବେ ୨୦୦୯ ମସିହାରେ ଅଚାନକ ନିଜ ବିବାହ ଘୋଷଣା କରି ସମସ୍ତଙ୍କୁ ତାଜୁବ କରି ଦେଇଥିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ।

ସେତେବେଳେ ସମସ୍ତେ ଭାବିଥିବେ ସେ କୌଣସି ସାଧାରଣ ବ୍ୟକ୍ତିଙ୍କ ସହ ବିବାହ କରୁଛନ୍ତି ବୋଲି । କିନ୍ତୁ ଯେତେବେଳେ ସତ୍ୟତା ସାମନାକୁ ଆସିଲା ସମସ୍ତଙ୍କ ଆଖି ମେଳା ହୋଇ ରହି ଯାଇଥିଲା । ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କ ଶାହୀ ବିବାହ ଭାରତର ସବୁଠୁ ମହଙ୍ଗା ବିବାହ ଗୁଡିକ ମଧ୍ୟରୁ ଗୋଟିଏ ଅଟେ । ସେମାନେ ମୁମ୍ବାଇ ପାଖରେ ଖଣ୍ଡାଲାରେ ବିବାହ କରିଥିଲେ । ସେମାନଙ୍କ ବିବାହ ଯେଉଁ ଫାର୍ମ ହାଉସରେ ହୋଇଥିଲା ତାର ସାଜସଜ୍ଜାରେ ହିଁ କେବଳ ୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କ ବିବାହରେ ଷ୍ଟେଜ ଓ ମଣ୍ଡପରେ ଯେଉଁ ସବୁ ଫୁଲ ସଜା ଯାଇଥିଲା, ସେହି ସବୁ ଇଟାଲୀରୁ ମଗା ଯାଇଥିଲା । ଶିଳ୍ପା ନିଜ ବିବାହରେ ପିନ୍ଧିଥିବା ଲେହେଙ୍ଗାର ମୂଲ୍ୟ କେବଳ ୫୦ ଲକ୍ଷ ଥିଲା । ସେହି ଲେହେଙ୍ଗାରେ ସୁନାର ତାରକଷି କାର୍ଯ୍ୟ ହୋଇଥିଲା ଓ ସେଥିରେ ଲାଗିଥିବା ସବୁ ମାଳୀ ହୀରାର ଥିଲା। କେବଳ ଏତିକି ନୁହେଁ ଶିଳ୍ପା ସେଟ୍ଟୀ ନିଜ ଆଙ୍ଗୁଠିରେ ପିନ୍ଧିଥିବା ମୁଦିର ମୂଲ୍ୟ ୩ ଲକ୍ଷ ଟଙ୍କା ଥିଲା । କୁହାଯାଏ କି ରାଜ କୁନ୍ଦ୍ରା ନିଜ ବିବାହରେ ୬୦୦ ରୁ ମଧ୍ୟ ଅଧିକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ ।

ତାଙ୍କ ବିବାହରେ ଅନ୍ୟ ଦେଶରୁ ଆସୁଥିବା ଅତିଥିଙ୍କ ପାଇଁ ରାଜ କୁନ୍ଦ୍ରା ଏକ ଚାର୍ଟେଡ ପ୍ଳେନ ଭଡାରେ ନେଇ ଯାଇଥିଲେ ଓ ସେଥିରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ରାଜ ଓ ଶିଳ୍ପାଙ୍କ ବିବାହରେ ପାଣି ପରି ପଇସା ବୁହାଇ ଖର୍ଚ୍ଚ କରାଯାଇଥିଲା । ରାଜ ଓ ଶିଳ୍ପାଙ୍କ ବିବାହରେ ବଲିଉଡର ଅନେକ ବଡ ବଡ ତାରକା, କ୍ରିକେଟର ଓ ରାଜନେତା ମାନେ ମଧ୍ୟ ସାମିଲ ହୋଇଥିଲେ ।

ତେବେ ଏତେ ଧନଧାନ୍ୟ ଅର୍ଜନ କରି ସମାଜରେ ନିଜକୁ ଭଲ ଭାବେ ପ୍ରତିଷ୍ଠିତ କରିଥିବା ରାଜ କୁନ୍ଦ୍ରା ଏବେ ନିଜ ମନ୍ଦ କର୍ମ ଯୋଗୁଁ ଜେଲରେ ପହଞ୍ଚି ଯାଇଛନ୍ତି । କାଲି ଯେଉଁ ଲୋକମାନେ ତାଙ୍କ ସାମନାରେ ମୁଣ୍ଡ ନୁଆଇଁ ଠିଆ ହେଉଥିଲେ, ସେମାନେ ଆଜି ତାଙ୍କ ବିରୁଦ୍ଧରେ କାହିଁ କେତେ କଥା କହୁଛନ୍ତି । ଏହା ପୂର୍ବରୁ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀ କେତେ ଶାହି ଜୀବନଯାପନ କରୁଥିଲେ ଆପଣ ଏହା ଅନ୍ଦାଜା ମଧ୍ୟ ଲଗେଇ ପାରିବେ ନାହିଁ । ତେବେ ଆପଣଙ୍କୁ ଆମ ପୋଷ୍ଟ କେମିତି ଲାଗିଲା କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।