ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଶତୃକୁ ପରାସ୍ତ କରିବେ କିପରି, ଜାଣନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ବଳରେ ମହା ଶକ୍ତିଶାଳୀ ନନ୍ଦ ବଂଶର ଅନ୍ତ କରି ମୋର୍ୟ ବଂଶର ସ୍ଥାପନ କରିଥିଲେ । ନନ୍ଦ ବଂଶର ରାଜା ଧନାନନ୍ଦ ଚାଣକ୍ୟଙ୍କୁ ଅପମାନ କରିଥିଲେ । କିନ୍ତୁ ଚାଣକ୍ୟ କେବେ ମଧ୍ୟ ନିଜର କ୍ରୋଧକୁ ଜାହିର କରି ନଥିଲେ । ଚାଣକ୍ୟ ନିଜର କ୍ରୋଧକୁ ଅସ୍ତ୍ର କରି ଶତ୍ରୁର ଗର୍ବକୁ ନଷ୍ଟ କରିଦେଲେ । ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି କଥା ଗୁଡିକୁ ନିଜ ଜୀବନରେ ମଧ୍ୟ ପାଳନ କରିବା ଉଚିତ । ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ନିଜ ଶତ୍ରୁକୁ କିପରି ଭାବରେ ପରାସ୍ତ କରିବେ ସେହି ବିଷୟରେ କହିବାକୁ ଯାଉଛୁ ।

୧. କ୍ରୋଧ ଉପରେ ସଂଯମ ରଖନ୍ତୁ

ଶତୃ ସବୁବେଳେ ଏହିଭଳି କାମ କରିଥାଏ କି ଯାହା ଦ୍ଵାରା ଆପଣ ଅଧିକ କ୍ରୋଧିତ ହୋଇଯିବେ । କ୍ରୋଧରେ ଶକ୍ତି ଓ ବିବେକ ଅଧା ହୋଇଯାଏ । ଯାହା ଦ୍ଵାରା ଶତୃ ଆପଣଙ୍କର ଲାଭ ଉଠାଇ ଥାଏ । ସେଥିପାଇଁ ଯେତେବେଳେ ଶତୃ ଆପଣଙ୍କୁ ରଗାଇବାକୁ ଚେଷ୍ଟା କରିବ ସେତେବେଳେ ଆପଣ ନିଜ କ୍ରୋଧ ଉପରେ ସଂଯମ ରଖନ୍ତୁ ଓ ପରେ ପୁରା ପ୍ରସ୍ତୁତିର ସହିତ ପ୍ରହାର କରନ୍ତୁ ।

୨. ଦୁଷ୍ଟ ଶତ୍ରୁର କରନ୍ତୁ ଏହିଭଳି ଅନ୍ତ

ଆଚାର୍ଯ୍ୟ ଚାଣକ୍ୟଙ୍କ ଆନୁସାରେ ଆପଣ ନିଜ ଦୁଷ୍ଟ ଶତୃ ସହ ଯେତେ ଭଲ ବ୍ୟବହାର କରିଲେ ମଧ୍ୟ ସେ କେବେ ବି ନିଜର ସ୍ଵଭାବ ବଦଳାଏ ନାହିଁ । ସେଥିପାଇଁ ଦୁଷ୍ଟ ଉପରେ ବିଶ୍ଵାସ କରନ୍ତୁ ନାହିଁ । ଦୁଷ୍ଟ କେବେ ବି ମିତ୍ର ହୋଇ ପାରେ ନାହିଁ । ଦୁଷ୍ଟ ସହିତ ସେମିତି ବ୍ୟବହାର କରିବା ଦରକାର ଯେମିତି ଗୋଟିଏ ବିଷଧର ସାପ ସହିତ ବ୍ୟବହାର କରାଯାଏ, ଅର୍ଥାତ ତାହାର ବିଷ ବାହାର କରି ଦିଅନ୍ତୁ ।

୩. ଶତୃ ଏବଂ ସାପକୁ ସହଜରେ ଛାଡନ୍ତୁ ନାହିଁ

ଚାଣକ୍ୟ ନୀତିରେ କୁହାଯାଇଛି କି  ରୋଗ, ସାପ କିମ୍ବା ଶତୃକୁ କେବେ ବି ସହଜରେ ଛାଡନ୍ତୁ ନାହିଁ । ରୋଗର ଯଦି ସଠିକ ଉପଚାର ନ ହୁଏ ତେବେ ତାହା ପୁଣିଥରେ ଫେରିପାରେ । ସେହିଭଳି ସାପକୁ ଯଦି ଛାଡିଦେବେ ତେବେ ସେ ଆହୁରି ଘାତକ ହୋଇପାରେ । ସେହିଭଳି ଯଦି ଶତୃ ଆଘାତ ପାଇ ମଧ୍ୟ ବଞ୍ଚିଯାଏ ତେବେ ସେ ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରିଥାଏ । ସେଥିପାଇଁ ଶତୃ ଉପରେ ଏହିଉଭଳି ଭାବରେ ପ୍ରହାର କରନ୍ତୁ କି ଯେମିତି ସେ ଉଠି ପାରିବ ନାହିଁ ।

୪. ଶତୃକୁ ଘୃଣା କରନ୍ତୁ ନାହିଁ

ଚାଣକ୍ୟଙ୍କ ନୀତି ଅନୁସାରେ ଶତୃଙ୍କୁ କେବେ ବି ଘୃଣା କରନ୍ତୁ ନାହିଁ । ଶତୃକୁ ଘୃଣା କରିବା ଦ୍ଵାରା ଆପଣ ତା ବିଷୟରେ ଭାବିବା ଓ ବୁଝିବା ଶକ୍ତି ହରାଇ ଦିଅନ୍ତି । ଆପଣ ସବୁବେଳେ ତାହାର ଦୁର୍ବଳ ଦେଖି ପାରନ୍ତି ତାହାର ଶକ୍ତି କୁ ଦେଖି ପାରନ୍ତି ନାହିଁ । ସେଥିପାଇଁ ଶତୃର ସମସ୍ତ ଛୋଟ ବଡ କଥାର ଧ୍ୟାନ ରଖନ୍ତୁ ।