5 ଅଫେୟାର ପରେବି Sushmita Sen କରି ନାହାଁନ୍ତି ବିବାହ, ଏବେ ନିଜଠୁ ୧୪ ବର୍ଷ ସାନ ଏହି ମଡେଲଙ୍କ ସହ ଅଛନ୍ତି ଲିଭ ଇନ ରିଲେସନଶିପରେ

ମିସ ୟୁନିଭର୍ସ ରହି ସାରିଥିବା ଅଭିନେତ୍ରୀ ସୁସ୍ମିତା ସେନ ନିଜ ଅଭିନୟ ଏବଂ ସୁନ୍ଦରତା ପାଇଁ ବହୁତ ଫେମସ ଅଟନ୍ତି । ତ କେତେବେଳେ ନିଜ ପର୍ସନାଲ ଜୀବନ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ୪୪ ବର୍ଷର ସୁସ୍ମିତା ସେନ ଙ୍କ ନାମ ବହୁତ ବଡ଼ ବଡ଼ ଲୋକ ଙ୍କ ସହିତ ଯୋଡି ହୋଇ ସାରିଛି । ସୋସିଆଲ ମିଡିଆରେ ମଧ୍ୟ ବହୁତ ଚର୍ଚ୍ଚାରେ ରହି ସାରିଛନ୍ତି ।

ସୁସ୍ମିତା ଙ୍କ ପାଇଁ କିଛି ଲୋକ ତ ଏମିତି ଦିୱାନା ହୋଇଥିଲେ କି ସେମାନେ ନିଜ ଜୀବନ ଦେବାକୁ ମଧ୍ୟ ପଛେଇନଥିଲେ । ଆଊ କେତେବେଳେ ସେମାନେ ସୁସ୍ମିତା ଙ୍କୁ ଭଲ ପାଇବା ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ ବୋଲି ମଧ୍ୟ୍ୟ କହିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ କି ସୁସ୍ମିତା ସେନ ଙ୍କ ନାମ ଏବେ ପର୍ଯ୍ୟନ୍ତ କେଉଁ ଯେଉଁ ବଲିଉଡ ଷ୍ଟାର ମାନଙ୍କ ସହିତ ଯୋଡି ହୋଇସାରିଛି । ତେବେ ଚାଲନ୍ତୁ ଜାଣିବା ।

ବିକ୍ରମ ଭଟ

ଫିଲ୍ମ ନିର୍ଦ୍ଦେଶକ ବିକ୍ରମ ଭଟ ଏବଂ ସୁସ୍ମିତା ସେନ ଙ୍କ ରିଲେସନ ବଲିଉଡ ରେ ବହୁତ ଚର୍ଚ୍ଚାରେ ରହିସାରିଛି । ଗୋଟେ ସମୟ ଥିଲା କି ବିକ୍ରମ ଭଟ ଅଭିନେତ୍ରୀ ସୁସ୍ମିତା ସେନ ଙ୍କ ପ୍ରେମରେ ପାଗଳ ଥିଲେ । ସେତେବେଳେ ବିକ୍ରମ ଭଟ ୨୭ ବର୍ଷ ର ଥିଲେ ଏବଂ ସୁସ୍ମିତା ୨୦ ବର୍ଷର ଥିଲେ । ସେତେବେଳେ ବିକ୍ରମ ଭଟ ବିବାହିତ ଥିଲେ କିନ୍ତୁ ତାପରେ ମଧ୍ୟ ସେ ସୁସ୍ମିତା ସେନ ଙ୍କୁ ଭଲ ପାଉଥିଲେ । ବିକ୍ରମ ସୁସ୍ମିତା ଙ୍କ ପାଇଁ ନିଜ ସ୍ତ୍ରୀ ଠାରୁ ଡିଭୋର୍ସ ମଧ୍ୟ ନେଇଥିଲେ । ଯେତେବେଳେ ସୁସ୍ମିତା ଏବଂ ବିକ୍ରମ ଙ୍କ ବ୍ରେକ ଅପ ହେଲା ସେତେବେଳେ ବିକ୍ରମ ୫ ମହଲାରୁ ଡେଇଁ ନିଜ ଜୀବନ ମଧ୍ୟ ଦେବାକୁ ଭାବିଥିଲେ ବୋଲି କୁହାଯାଏ ।

ସେତେବେଳେ ଏହା ସୋସିଆଲ ମିଡିଆରେ ବ୍ୟାପିଯାଇଥିଲା କି ସୁସ୍ମିତା ସେନ ବିକ୍ରମ ଙ୍କ ଛୁଆ ର ମା ହେବାକୁ ଯାଉଛନ୍ତି । ବିକ୍ରମ ନିଜର ଗୋଟେ ଇଣ୍ଟର୍ଭିୟୁରେ କହିଥିଲେ କି ସୁସ୍ମିତା ଙ୍କୁ ଭଲ ପାଇବା ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ ଥିଲା । ଏହି ଭୁଲ ତାଙ୍କ ଜୀବନର ଦଶା ଏବଂ ଦିସା କୁ ବଦଳାଇଥିଲା । ଆଜି ମଧ୍ୟ ସେ ଏହି କଥାର ଅନୁତାପ କରୁଛନ୍ତି । ବ୍ରେକ ଅପ ପରେ ସୁସ୍ମିତା ଙ୍କୁ କେବେ ମଧ୍ୟ ବିକ୍ରମ ଦେଖା କରିନାହାନ୍ତି । ବିକ୍ରମ ଭଟ୍ଟ ଦ୍ଵିତିୟ ବିବାହ କରିନାହାନ୍ତି ଏବଂ ଏକୁଟିଆ ନିଜ ଜୀବନ ବିତାଉଛନ୍ତି ।

ଅନିଲ ଅମ୍ବାନୀ

ସୁସ୍ମିତା ସେନ ଅନିଲ ଅମ୍ବାନୀ ଙ୍କ ସହିତ ମଧ୍ୟ ରିଲେସନ ରେ ଥିଲେ । ସେତେବେଳେ ସୋସିଆଲ ମିଡିଆରେ ଏହା ବ୍ୟାପି ଥିଲା କି ସୁସ୍ମିତା ଅମ୍ବାନୀ ପରିବାରର ବୋହୂ ହେବାକୁ ଯାଉଛନ୍ତି । କିନ୍ତୁ ଏହି ସମ୍ପର୍କ ବେଶି ସମୟ ପର୍ଯ୍ୟନ୍ତ ଚାଲିନଥିଲା ।

ହ୍ରୀତିକ ଭର୍ଶିନ

ସୁସ୍ମିତା ରୀତିକ ଙ୍କ ସହିତ ୪ ବର୍ଷ ପର୍ଯ୍ୟନ୍ତ ରିଲେସନ ରେ ଥିଲେ । ସୁସ୍ମିତା ହ୍ରୀତିକ ଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ମଧ୍ୟ ଆସିଥିଲା । କିନ୍ତୁ ତାଙ୍କର ସମ୍ପର୍କ ବେଶି ଦିନ ଚାଲିନଥିଲା ।

ରଣବୀର ପୁହୁଡା

ନିଜ ସୁନ୍ଦରତା ଦ୍ଵାରା ସୁସ୍ମିତା ସେନ ବଲିଉଡ ଷ୍ଟାର ରଣବୀର ପୁହୁଡ଼ା ଙ୍କ ହୃଦୟ କିଣିଥିଲେ । ଦୁହେଁ ଫିଲ୍ମ ସୁଟିଂ କର୍ମା ଦ୍ଵାରା ପରସ୍ପରକୁ ଭଲ ପାଇ ବସିଥିଲେ । କିନ୍ତୁ ଏହି ସମ୍ପର୍କ ବେଶି ଦିନ ଚାଲି ନଥିଲା ।

ରମନ ସୋର

ଏବେ ସୁସ୍ମିତା ରମନ ଙ୍କୁ ଡେଟ କରୁଛନ୍ତି । ଏବଂ ଦୁହେଁ ଲିଭ ଇନ ରିଲେସନ ରେ ବି ରହୁଛନ୍ତି । ଦୁହିଁଙ୍କ ବିଷୟରେ ସବୁବେଳେ ଚର୍ଚ୍ଚା ମଧ୍ୟ ହୋଇଥାଏ । ସୁସ୍ମିତା ନିଜ ବଏଫ୍ରେଣ୍ଡ ଙ୍କ ସହିତ ସୋସିଆଲ ମିଡିଆରେ ବହୁତ ଫଟୋ ମଧ୍ୟ ସେୟାର କରିଛନ୍ତି । ସୁସ୍ମିତା ରମନ ଙ୍କ ସହିତ ବହୁତ ଖୁସିରେ ଅଛନ୍ତି ବୋଲି କହିଛନ୍ତି ।

ତେବେ ସୁସ୍ମିତା ସେନ ଆପଣଙ୍କୁ କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।