ଯଦି ଆପଣ ସ୍ଵପ୍ନରେ ମରିଯାଇଥିବା ଲୋକଙ୍କ ସହିତ କଥାବାର୍ତ୍ତା କରୁଥାନ୍ତି ତେବେ ଜାଣନ୍ତୁ ଏହାର ମାନେ କଣ ହେଇଥାଏ

ସ୍ଵପ୍ନ ସବୁ ବ୍ୟକ୍ତିଙ୍କୁ ଆସିଥାଏ । କେହି ନିଜର ସ୍ଵପ୍ନରେ ଭଲ ଜିନିଷ ଦେଖିଥାନ୍ତି ତ କେହି କେହି ସ୍ଵପ୍ନରେ ଖରାପ ଜିନିଷକୁ ବି ଦେଖିଥାନ୍ତି । କୁହାଯାଏ କି ସ୍ଵପ୍ନର ଦୁନିଆ ଆମର ଅସଲି ଦୁନିଆ ଠାରୁ ଅଲଗା ହୋଇ ଥାଏ । ସ୍ଵପ୍ନରେ ଆମେ ସବୁ କରିପାରୁ ଯାହା ଆମେ ଅସଲି ଦୁନିଆରେ କରି ପାରୁନାହୁଁ । ଯେମିତି ବ୍ୟକ୍ତି ସ୍ଵପ୍ନରେ ମରିଥିବା ଲୋକଙ୍କୁ ଦେଖିଥାଏ ଏବଂ ତାଙ୍କ ସହିତ କଥା ବି କୁହନ୍ତି । ଜ୍ୟୋତିଷମାନେ କୁହନ୍ତି କି ସ୍ଵପ୍ନ ଭବିଷ୍ୟତ ରେ ହେବାକୁ ଥିବା ଭଲ ଏବଂ ଖରାପ ଘଟଣା ବିଷୟରେ ଆମକୁ କହିଥାଏ ।

ଆଜି ଆମେ ଭୁତ-ପ୍ରେତ ଏବଂ ଆତ୍ମା ସହ ଜଡିତ ଏମିତି କିଛି ସ୍ଵପ୍ନ ବିଷୟରେ କହିବାକୁ ଯାଉଛୁ, ଯାହା ପ୍ରାୟତଃ ଲୋକମାନେ ଦେଖନ୍ତି । ଜରୁରୀ ଅଟେ ଏହି ସ୍ଵପ୍ନ ର ଫଳ ବିଷୟରେ ଜାଣିବା । ଜାଣନ୍ତୁ ଏହି ସ୍ଵପ୍ନର ଅର୍ଥ କଣ ଅଟେ ।

ଯଦି ସ୍ଵପ୍ନରେ ଦେଖନ୍ତି ଏହି ଜିନିଷ ତେବେ ଏହାର ଅର୍ଥ :

·    ଯଦି କୌଣସି ବ୍ୟକ୍ତିକୁ ସ୍ଵପ୍ନରେ ଖୋଲା ହେଇଥିବା କବର ଦେଖା ଯାଏ ତେବେ ଏହାର ଅର୍ଥାତ ତାକୁ ଭବିଷ୍ୟତରେ ପ୍ରେମ ସମ୍ପର୍କରେ ନିରାଶ ମିଳିବାର ସମ୍ଭାବନା ଅଛି ।

·    ଯଦି ସ୍ଵପ୍ନରେ କୌଣସି ବ୍ୟକ୍ତି ଯଦି ମରିଥବା ବ୍ୟକ୍ତି ର ଶବ୍ଦ ଶୁଣିଥାଏ ତେବେ ତାହର ଜୀବନରେ ସଙ୍କଟ ଆସିବାର ଅଛି ।

·    ସ୍ଵପ୍ନରେ ମୃତ ଲୋକଙ୍କ ସହ କଥାବାର୍ତ୍ତା କରିବା ଶୁଭ ମନା ଯାଏ । ଯଦି ଆପଣ ଏମିତ କରୁଛନ୍ତି ତେବେ ଆପଣଙ୍କର ସବୁ ଇଛା ଜଲ୍ଦି ପୂରଣ ହେବାର ଅଛି ।

·    ଯଦି କୌଣସି ବ୍ୟକ୍ତିକୁ ସ୍ଵପ୍ନରେ କବରରେ ମୃତ ବ୍ୟକ୍ତିକୁ ଦେଖୁଛି ତେବେ ସେହି ବ୍ୟକ୍ତି ସହିତ ଭବିଷ୍ୟରେ ବଡ ଦୁର୍ଘଟଣା ଘଟିପାରେ ।

·    ଯଦି ଆପଣ ସ୍ଵପ୍ନରେ ସଫା ସୁତୁରା ଶ୍ମଶାନ ଘାଟ ଦେଖୁଛନ୍ତି ତେବେ ଭବିଷ୍ୟତରେ ଆପଣଙ୍କୁ ବ୍ୟବସାୟରେ ଲାଭ ହେବା ର ଅଛି ।

·    ସ୍ଵପ୍ନରେ କୌଣସି ବ୍ୟକ୍ତିର କବର ରେ ଲେଖା ହୋଇଥିବା କଥାକୁ ପଢିବା ର ଅର୍ଥାତ ଆପଣଙ୍କୁ ଭବିଷ୍ୟତରେ କୌଣସି ବଡ ପଦବି ମିଳିବାର ଅଛି ।

·    ଯଦି ଆପଣ ସ୍ଵପ୍ନରେ ସ୍ତ୍ରୀ ର ଶବ ଦେଖୁଛନ୍ତି, ଅର୍ଥାତ ଆପଣଙ୍କର ଭବିଷ୍ୟତ ରେ କୌଣସି ଅସୁବିଧା କିମ୍ବା ରୋଗ ହୋଇପାରେ ।

·    ସ୍ଵପ୍ନରେ ଯଦି କୌଣସି ବ୍ୟକ୍ତି ବିସ ପିଇକରି ମରିଯାଉଛି ତେବେ ସେ ରୋଗୀ ହେଇଯାଉଛି ଏବଂ ଭବିଷ୍ୟତରେ ତାକୁ ବହୁତ ଦୁଖ ଭୋଗିବାର ଅଛି ।

·    ଯଦି କୌଣସି ମହିଳା ନିଜର କୌଣସି ରାକ୍ଷସ କୁ ଦେଖୁଛି ତେବେ ତାକୁ ଭବିଷ୍ୟତରେ ନିଜର ସ୍ଵାମୀ କିମ୍ବା ପ୍ରେମୀ ଠାରୁ ଧୋକା ମିଳିବାର ଅଛି ।

·    ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ନିଜର ସବଯାତ୍ରା ଦେଖିଥାଏ ତେବେ ଏହାର ଅର୍ଥାତ ଆପଣଙ୍କ ଭବିଷ୍ୟତରେ ତାହ ସହିତ କିଛି ଖରାପ ଘଟିବାର ଅଛି ।

·    ସ୍ଵପ୍ନରେ ପ୍ରେତାତ୍ମା ସହ ମିତ୍ରତା କରିବା ଶୁଭ ହୋଇଥାଏ । ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ଏମିତ କରିଥାଏ ତେବେ ତାକୁ ବ୍ୟବସାୟରେ ବହୁତ ଲାଭ ମିଳିଥାଏ ।