୬ ଫୁଟ ର ଏହି ବଡ ଅଭିନେତ୍ରୀ ଅତିବାହିତ କରନ୍ତି ଏକ ସାମାନ୍ୟ ଜୀବନ – ହବାଇ ଚପଲରେ ବୁଲୁଥିବାର ଆସିଲେ ନଜର

ଆଜି ଆମେ ଆପଣମାନଙ୍କୁ ବଲିଉଡ୍ ର ସବୁଠାରୁ ଡେଙ୍ଗା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତାଙ୍କର ଉଚ୍ଚତା ହେଉଛି ୬ ଫୁଟ ଓ ଦେଖିବା ପାଇଁ ସେ ବହୁତ ସୁନ୍ଦର ଓ ଆକର୍ଷିତ ଅଟନ୍ତି । ଆଜି ଆମେ ଯେଉଁ ବଲିଉଡ୍ ଅଭିନେତ୍ରୀଙ୍କ ବିଷୟରେ କହୁଛୁ, ସେ ଆଉ କେହି ନୁହେଁ, ସେ ହେଉଛନ୍ତି ବଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ କୃତି ସେନୋନ । ଏହି ଅଭିନେତ୍ରୀ ଜଣକ ଏକ ସାମାନ୍ୟ ଜୀବନ ଅତିବାହିତ କରନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

କୃତି ସେନୋନ ହେଉଛନ୍ତି ଜଣେ ଇଞ୍ଜିନିୟର, ସେ ଇଞ୍ଜିନିୟର କୋର୍ସ ମଧ୍ୟ କମ୍ପ୍ଲିଟ କରିଛନ୍ତି । ହେଲେ ତାଙ୍କୁ ଚାକିରି କରିବାର କୌଣସି ଇଛା ନଥିଲା, ଯାହାଫଳରେ ସେ ମଡେଲିଙ୍ଗ କରିବା ଆରମ୍ଭ କରିଥିଲେ । ଏହା ଦ୍ଵାରା ତାଙ୍କୁ ‘ହିରୋପନ୍ତି’ ଫିଲ୍ମରେ ଅଭିନୟ କରିବା ପାଇଁ ପ୍ରଥମ ଚାନ୍ସ ମିଳିଥିଲା । ଏହି ଫିଲ୍ମରେ କୃତିଙ୍କୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଯାହାଫଳରେ କୃତିଙ୍କ ଲାଇଫ ବଦଳି ଯାଇଥିଲା ।

ଏହାପରେ କୃତିଙ୍କୁ ଗୋଟେ ପରେ ଗୋଟେ ଫିଲ୍ମ ମିଳିଥିଲା । ଏହି ସବୁ ଫିଲ୍ମରେ କୃତି ବହୁତ ଭଲ ଅଭିନୟ କରିଥିଲେ ଓ ବହୁତ କମ ଦିନରେ କୃତି ଏକ ବଡ ଅଭିନେତ୍ରୀ ରୂପେ ନିଜର ପରିଚୟ କରିଥିଲେ । କୃତି ୧୯୯୦ ମସିହା ଜୁଲାଇ ୨୭ ତାରିଖରେ ଦିଲ୍ଲୀରେ ଜନ୍ମ ହୋଇଥିଲେ । ବର୍ତ୍ତମାନ କୃତି ୨୭ ବର୍ଷର ହୋଇସାରିଛନ୍ତି । କିଛି ଦିନ ତଳେ ତାଙ୍କର ଏକ ଫିଲ୍ମ ‘ହାଉସଫୁଲ ୪’ ଆସିଥିଲା । ଲୋକମାନେ ଏହି ଫିଲ୍ମରେ କୃତିଙ୍କର ଅଭିନୟକୁ ବହୁତ ପସନ୍ଦ କରିଥିଲେ ।

କିଛି ଦିନ ତଳେ ମିଡିଆରେ କୃତିଙ୍କର କିଛି ଫଟୋ ସାମ୍ନାକୁ ଆସିଥିଲା । ସେହି ଫଟୋରେ କୃତି ଏକ ସାମାନ୍ୟ ମହିଳାଙ୍କ ପରି ରାସ୍ତାରେ ବୁଲୁଥିବାର ନଜର ଆସିଥିଲେ ଓ ତାଙ୍କ ପାଦରେ ହବାଇ ଚପଲ ଥିଲା । କୃତି ଏକ ସାମାନ୍ୟ ଜୀବନ ବଞ୍ଚିବା ପାଇଁ ବହୁତ ପସନ୍ଦ କରନ୍ତି । ଲୋକମାନେ କୃତିଙ୍କର ସୁନ୍ଦରତା ଓ ଅଭିନୟକୁ ବହୁତ ପସନ୍ଦ କରନ୍ତି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।