ହିନ୍ଦୁ ମାନଙ୍କ ଧର୍ମ ପରିବର୍ତ୍ତନ କରିବାକୁ ବାହାରି ଥିଲେ ସ୍ଵାମୀ-ସ୍ତ୍ରୀ, ଲୋକମାନେ ଛେପ ଚଟାଇ କରାଇଲେ ବସ ଉଠ

ପୂର୍ବ କାଳରେ ଧର୍ମ ପରିବର୍ତ୍ତନ ଏକ ସାଧାରଣ କଥା ଥିଲା । ସେହି ସମୟରେ ଲୋକମାନଙ୍କ ଧର୍ମ ପରିବର୍ତ୍ତନ ବହୁତ ସହଜରେ ହୋଇଯାଉଥିଲା । ହେଲେ ବର୍ତ୍ତମାନ ଯୁଗରେ ଧର୍ମର ବହୁତ ଗୁରୁତ୍ଵ ରହିଛି । ଏହି ପରି ଧର୍ମ ଉପରେ ଏକ ମାମଲା ସବୁ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ହିନ୍ଦୁମାନଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ସ୍ଵାମୀ ସ୍ତ୍ରୀଙ୍କୁ ଏକ ସାମାଜିକ ଦଣ୍ଡ ମିଳିଛି । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ହିନ୍ଦୁ ମାନଙ୍କ ଧର୍ମକୁ ପରିବର୍ତ୍ତନ କରିବାକୁ ଚାହୁଁଥିବା ଏକ ଦମ୍ପତ୍ତିଙ୍କୁ ଭିଡର ସାମ୍ନା କରିବାକୁ ହୋଇଥିଲା । ସେମାନଙ୍କୁ ଲୋକମାନେ ମାଡ ମାରିବା ସହ ଛେପ ଚଟାଇଥିଲେ । ଏହା ସହିତ ସେମାନଙ୍କୁ ହନୁମାନ ଚାଳିଶା ଓ ରାଷ୍ଟ୍ରୀୟ ଗୀତ ମଧ୍ୟ ଗାଇବାକୁ ପଡିଥିଲା । ଏହି ଘଟଣା ବିହାରର ହାଜିପୁର ସହରରେ ହୋଇଛି ।

ଖବର ଅନୁସାରେ ଜଣା ପଡିଛି କି ସହରର ସଦର ଥାନା କ୍ଷେତ୍ରରେ ଥିବା କୁଶବାହା ମହଲାରେ ସ୍ଥାନୀୟ ଲୋକ ଏକ ଦମ୍ପତ୍ତିକୁ ହିନ୍ଦୁମାନଙ୍କ ଧର୍ମ ପରିବର୍ତ୍ତନ କରିବାର ଆରୋପରେ ଧରିଛନ୍ତି । ଏହାପରେ ଜଣା ପଡିଥିଲା କି ସେହି ଦୁଇଜଣ ଦମ୍ପତ୍ତି ବିହାରର ଆରାରେ ରହୁଥିବା ଅଧିବାସୀ ଅଟନ୍ତି ଓ ସେମାନେ ଇସାଇ ମିଶନରୀ ପାଇଁ ପ୍ରଚାର କରୁଥିଲେ ।

ପତି ପତ୍ନୀଙ୍କୁ ଧରିବା ପରେ ସ୍ଥାନୀୟ ବାସିନ୍ଧା ଏହି ଖବର ର ସୂଚନା ହିନ୍ଦୁବାଦୀ ସଂଗଠନ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଦେଇଥିଲେ । ଏହାପରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଠିକ ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ଭିଡ ମଧ୍ୟରେ ଥିବା ଦମ୍ପତି ନିଜକୁ ନିର୍ଦ୍ଦୋଷ କହୁଥିଲେ । କିନ୍ତୁ ଯେ କୌଣସି ଲୋକ ଆସୁଥିଲା ସେମାନଙ୍କୁ ଥାପଡ ମାରୁଥିଲା । ସେମାନଙ୍କ କଥା କୌଣସି ଲୋକ ଶୁଣୁ ନଥିଲେ ।

ଭିଡରେ ସାମିଲ ଥିବା ଲୋକମାନେ ଦମ୍ପତ୍ତିଙ୍କୁ ହନୁମାନ ଚାଳିଶା ଓ ରାଷ୍ଟ୍ରୀୟ ଗୀତ ଗାଇବାକୁ କହିଥିଲେ । ଏହା ସହିତ ଲୋକମାନେ ଦମ୍ପତ୍ତିଙ୍କୁ ଛେପ ମଧ୍ୟ ଚଟାଇ ଥିଲେ ଓ ସେମାନଙ୍କୁ ବସଉଠ ମଧ୍ୟ କରାଇଥିଲେ । ସେହି ସମୟରେ ପୋଲିସ ପହଞ୍ଚିଥିଲା ଓ ମାରପିଟ କରୁଥିବା ଲୋକମାନଙ୍କୁ ନଧରି ଦମ୍ପତ୍ତିଙ୍କୁ ଗିରଫ କରିଥିଲା ।