ଏହି ୨ ଜଣ ବଲୀଉଡ ହିରୋଇନ ଅକ୍ଷୟଙ୍କ ଫେବରେଟ, ଏମିତି ଖୋଲିଲା ଏହି କଥାର ରାଜ୍

ଅକ୍ଷୟ କୁମାର ବଲୀଉଡର ଜଣେ ଏମିତି ଅଭିନେତା ଅଟନ୍ତି ଯାହାଙ୍କୁ ସବୂ ବୟସର ଦର୍ଶକମାନେ ପସନ୍ଦ କରିଥାନ୍ତି । ଅକ୍ଷୟ ଆଜିକାଲି ସାମାଜିକ ମୁଦ୍ଦା ଉପରେ ଅଧିକ ଫିଲ୍ମ କରୁଛନ୍ତି । ବର୍ତ୍ତମାନ ହିଁ ବକ୍ସ ଅଫିସରେ ରିଲିଜ ହୋଇଥିବା ତାଙ୍କର ଫିଲ୍ମ ‘ମିଶନ ମଙ୍ଗଲ’ ଭଲ ଆୟ କରିଛି । ଏହା ଛଡା ଗତ ବର୍ଷର ଫିଲ୍ମ ‘ପ୍ୟାଡମ୍ୟାନ’ ପାଇଁ ଅକ୍ଷୟଙ୍କୁ ରାଷ୍ଟ୍ରୀୟ ପୁରଷ୍କାର ଦ୍ଵାରା ସମ୍ମାନିତ କରାଯାଇଥିଲା ।

ସାରା ଦୁନିଆରେ ଅକ୍ଷୟଙ୍କର କୋଟି କୋଟି ଫ୍ୟାନ ଅଛନ୍ତି ।

କିନ୍ତୁ କିଛି ଦିନ ପୂର୍ବେ ହିଁ ଅକ୍ଷୟ ନିଜର ସବୁଠୁ ପ୍ରିୟ ଅଭିନେତ୍ରୀମାନଙ୍କ ବିଷୟରେ କହିଥିଲେ ।

କହିଦେଉଛୁ କି କିଛି ଦିନ ପୂର୍ବେ ଅଭିନେତା ଅକ୍ଷୟ ନିଜର ଏକ ଫିଲ୍ମର ସ୍କ୍ରୀନିଂଗ ସମୟରେ ନିଜର ସବୁଠୁ ପ୍ରିୟ ଅଭିନେତ୍ରୀଙ୍କ ବିଷୟରେ କହିଲେ । ଯେତେବେଳେ ଅକ୍ଷୟଙ୍କୁ ପଚରା ଗଲା କି ତାଙ୍କର ଫେବରେଟ ଅଭିନେତ୍ରୀ କିଏ ଅଟନ୍ତି ତେବେ ଏହାର ଉତ୍ତରରେ ଅକ୍ଷୟ ଯାହା କହିଲେ ତାହା ବହୁତ ଆଶ୍ଚର୍ଯ୍ୟକର ଥିଲା । ଅକ୍ଷୟ କହିଲେ କି ତାଙ୍କର ଫେବରେଟ ଅଭିନେତ୍ରୀ ସ୍ଵର୍ଗୀୟ ଶ୍ରୀଦେବୀ ଅଟନ୍ତି ।

ଅକ୍ଷୟ କହିଲେ କି, “୯୦ ଦଶକରେ ସେ ତାଙ୍କର ଫିଲ୍ମକୁ ଦେଖିବାକୁ ବହୁତ ପସନ୍ଦ କରୁଥିଲେ । ସେହି ସମୟରେ ବଲୀଉଡରେ ଶ୍ରୀଦେବୀଙ୍କର ଜମାନା ଥିଲା । ଆଜି ବି ତାଙ୍କର ସ୍ମୃତି ମୋର ହୃଦୟରେ ଅଛି । ସେ ମୋର ଫେବରେଟ ଅଭିନେତ୍ରୀ ଅଟନ୍ତି ଓ ସବୁଦିନ ପାଇଁ ରହିବେ ।‘ କହିଦେଉଛୁ କି, ବର୍ଷ ୨୦୦୪ର ଫିଲ୍ମ ‘ମେରୀ ବିୱି କା ଜୱାବ ନହୀଂ’ରେ ଅକ୍ଷୟ କୁମାରଙ୍କ ସହିତ ଶ୍ରୀଦେବୀ ନଜର ଆସିଥିଲେ ।

ଏହା ସହିତ ଅକ୍ଷୟଙ୍କୁ ପଚରା ଗଲା କି ତାଙ୍କୁ ବର୍ତ୍ତମାନ ସମୟରେ କେଉଁ ଅଭିନେତ୍ରୀ ପସନ୍ଦ ଅଟନ୍ତି । ତେବେ ଏହା ପାଇଁ ଅକ୍ଷୟ ଅଧିକ ସମୟ ନ ନେଇ କହିଲେ କି ତାଙ୍କୁ ବଲୀଉଡର ବେଗମ ମାନେ କରିନା କପୁର ଭଲ ଲାଗନ୍ତି ।

ଅକ୍ଷୟ, କରିନାଙ୍କର ସହିତ ବହୁତ ଫିଲ୍ମ କରିଛନ୍ତି । ଶେଷରେ ସେ କହିଲେ କି ଶ୍ରୀଦେବୀ ଓ କରିନା କପୁର ତାଙ୍କର ସବୁଠୁ ଅଧିକ ପ୍ରିୟ ଅଭିନେତ୍ରୀ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ଅକ୍ଷୟ କୁମାର କରିନା କପୁରଙ୍କ ସହିତ ନିଜର ଆସନ୍ତା ଫିଲ୍ମ ‘ଗୁଡ ନ୍ୟୁଜ’ର ଶୁଟିଙ୍ଗ କରୁଛନ୍ତି । ଏହା ପୂର୍ବରୁ ଦୁଇ ଜଣ ବର୍ଷ ୨୦୦୯ରେ ଆସିଥିବା ଫିଲ୍ମ ‘କଂବକ୍ତ ଇଶ୍କ’ରେ ନଜର ଆସିଥିଲେ । ପୁରା ୧୦ ବର୍ଷ ପରେ ପୁଣି ଥରେ କରିନା ଓ ଅକ୍ଷୟ ଏକା ସହିତ କାମ କରୁଛନ୍ତି ।