ସକାଳର ବ୍ରେକଫାସ୍ଟରେ ଆପଣାନ୍ତୁ ଏହି ୫ଟି ଫର୍ମୁଲା, ମୋଟାପାରୁ ତୁରନ୍ତ ମିଳିଯିବ ମୁକ୍ତି

ଆଜିକାଲି ସମୟରେ ସମସ୍ତଙ୍କର ସବୁଠୁ ବଡ ସମସ୍ୟା ହେଉଛି ମୋଟାପା । ୧୦ ରୁ ୮ ଜଣ ଲୋକ ମୋଟାପା ସମସ୍ୟାରେ ଚିନ୍ତିତ ଅଛନ୍ତି । ନିଜର ମୋଟାପାରୁ ମୁକ୍ତି ପାଇବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ଉପାୟ ବି କରି ଥାନ୍ତି । ଯଦି ଆପଣ ବି ନିଜର ଓଜନ ବଢିଥିବା କାରଣରୁ ଚିନ୍ତିତ ଅଛନ୍ତି ତେବେ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତି ୫ଟି ସହଜ

ଡାଏଟ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ପୋଷକ ତତ୍ଵ ଭରପୁର ରହିଛି ଓ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ସବୁଠୁ ଭଲ ବ୍ରେକଫାଷ୍ଟ ପ୍ରମାଣିତ ହେବ ।

ଆସନ୍ତୁ ଜାଣିବା ସକାଳ ବ୍ରେକଫାସ୍ଟରେ କେଉଁ ୫ଟି ଜିନିଷ ସେବନ କରିବା ଉଚିତ

ସିଝା ଅଣ୍ଡା ଓ କମଳା

ଯଦି ଆପଣ ନିଜର ବ୍ରେକଫାସ୍ଟରେ ସିଝା ଅଣ୍ଡା ଓ କମଳା ସାମିଲ କରୁଛନ୍ତି ତେବେ ଏହା ବହୁତ ଭଲ ବିକଳ୍ପ ଅଟେ । ଏହା ଦ୍ଵାରା ଆପଣଙ୍କୁ ଦିନ ସାରା ପାଇଁ ଆବଶ୍ୟକ ହେଉଥିବା ପୋଷକ ତତ୍ତ୍ଵ ମିଳିବ ଓ ଏହାର ସେବନ ଦ୍ଵାରା ଓଜନ ବି ବଢିବ ନାହିଁ ।

ଷ୍ଟ୍ରବେରୀ ଓ ଦହି

ନିଜ ଶରୀରକୁ ଆକ୍ଟିବ ରଖିବା ପାଇଁ ବ୍ରେକଫାସ୍ଟରେ ଗୋଟିଏ ପାତ୍ର ଦହି ଓ ଷ୍ଟ୍ରବେରୀ ର ସେବନ ନିଶ୍ଚିତ କରନ୍ତୁ । ଏହା ଦ୍ଵାରା ଶରୀରକୁ ବହୁତ ଆବଶ୍ୟକ ତତ୍ଵ ମିଳିଥାଏ ।

ପନୀର ଓ କଦଳୀ

ପନୀର ପ୍ରୋଟିନର ଏକ ଭଲ ସ୍ରୋତ ଅଟେ । ଯଦି ଆପଣ ପନୀର ସହିତ କଦଳୀର ବି ସେବନ କରୁଛନ୍ତି ତେବେ ଏହା ଦ୍ଵାରା ବିଭିନ୍ନ ପ୍ରକାରର ପୋଷକ ତତ୍ଵ ଆପଣଙ୍କ ଶରୀରକୁ ମିଳିଥାଏ । ବ୍ରେକଫାସ୍ଟରେ ଏହି ଦୁଇଟି ଜିନିଷ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଏହା ଦ୍ଵାରା ଆପଣଙ୍କର ଓଜନ କନ୍ଟ୍ରୋଲରେ ରହିଥାଏ ।

ଭଜା ହୋଇଥିବା ଚଣା

ସକାଳେ ବ୍ରେକଫାସ୍ଟରେ ଭଜା ହୋଇଥିବା ଚଣା ନିଶ୍ଚିତ ରୂପରେ ସେବନ କରନ୍ତୁ । ଭଜା ହୋଇଥିବା ଚଣାରୁ ପ୍ରୋଟିନ ଓ ଫାଇବର ପ୍ରଚୁର ମାତ୍ରାରେ ମିଳିଥାଏ । ଏହା ସହିତ ଏଥିରେ କ୍ୟାଲୋରିର ମାତ୍ର ବି ବହୁତ କମ ଥାଏ । ଯାହା ଆପଣଙ୍କ ଓଜନକୁ ବହୁତ ଜଲ୍ଦି କମ କରି ଦେବ ।

ଚୀଜ ଓ ଏପ୍ପଲ ସ୍ଲାଇସ

ଯଦି ଆପଣ ବଢୁଥିବା ଓଜନକୁ କମ କରିବାକୁ ଚାହୁଁଛନ୍ତି ତେବେ ଚୀଜ ଓ ଏପ୍ପଲ ସ୍ଲାଇସ ବ୍ରେକଫାସ୍ଟ ପାଇଁ ସବୁଠୁ ଉତ୍ତମ ଖାଦ୍ୟ ଅଟେ । ଯେଉଁ ବ୍ୟକ୍ତି ଓଜନ କମ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ବ୍ରେକଫାସ୍ଟରେ ଏହାକୁ ନିଶ୍ଚିତ ରୂପରେ ସାମିଲ କରିବା ଉଚିତ । ଏଥିରୁ ଆପଣଙ୍କୁ ପ୍ରଚୁର ମାତ୍ରାରେ ଫାଇବର ମିଳିଥାଏ । ଏହା ସହିତ ଏଥିରେ କ୍ୟାଲୋରିର ମାତ୍ରା ବି କମ  ଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।