ନିର୍ବନ୍ଧରେ ୨୧ ଲକ୍ଷ ଟଙ୍କାର ଲଗ୍ଜରୀ ଗାଡି ଓ ୧୧ ଲକ୍ଷ ଟଙ୍କାକୁ ମନା କରିଦେଲେ, ୧୦୧ ଟଙ୍କାର ନେଲେ ସଗୁନ

ଘର ବାହାରେ ଲଗ୍ଜରି ଗାଡି ଓ ନିଜ ତିଜୋରିରେ ଟଙ୍କା ସମସ୍ତଙ୍କୁ ଭଲ ଲାଗିଥାଏ, ଯେତେବେଳେ ନିଜ ପୁଅ ବିବାହରେ ଏସବୁ ଯୌତୁକରେ ମିଳୁଥିବ । ହେଲେ ରାବତଭାଟା ଉପଖଣ୍ଡର ଅଧିକାରୀ ରାମସୁଖ ଗୁର୍ଜର ଯୌତୁକର ମାନସିକତାକୁ ମନା କରି ବୋହୁ ପକ୍ଷର ଲୋକମାନଙ୍କୁ କହିଲେ, ତାଙ୍କୁ କେବଳ ଝିଅ ରୂପରେ ଏକ ବୋହୁ ଦରକାର । ଶନିବାର ଦିନ ପୁଅର ନିର୍ବନ୍ଧରେ ବୋହୁ ପକ୍ଷରୁ ମିଳିଥିବା ୨୧ ଲକ୍ଷ ଟଙ୍କାର ଲଗ୍ଜରି କାର ଓ ଉପହାରରେ ମିଳିଥିବା ୧୧ ଲକ୍ଷ ଟଙ୍କାକୁ ରାମସୁଖ ଗୁର୍ଜର ମନା କରିଦେଇଥିଲେ ଓ କେବଳ ୧୦୧ ଟଙ୍କାର ସଗୁନରେ ପୁଅର ନିର୍ବନ୍ଧ କରିଥିଲେ ।

ଅଜମେର ବାସିନ୍ଧା ରାମସୁଖ ଗୁର୍ଜରଙ୍କ ପୁଅ ମୟଙ୍କ ର ବିବାହ ରବିବାର ଦିନ ସୁରତ ର ମୁକ୍ତା ସହ ହେବ । ଶନିବାର ଦିନ ନିର୍ବନ୍ଧର ଆୟୋଜନ ହୋଇଥିଲା । ପୁଅ ଇଞ୍ଜିନିୟର ଅଟେ ଓ ଝିଅ ଏମକମ, ବିଏଡ ଅଟେ । ନିର୍ବନ୍ଧରେ ଝିଅ ମୁକ୍ତାର ବିଜିନେସମ୍ୟାନ ପିତା ଉପହାରରେ ୨୧ ଲକ୍ଷ ଟଙ୍କାର ଲଗ୍ଜରି କାର ଓ ୧୧ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ରାମସୁଖ ଗୁର୍ଜର ଓ ତାଙ୍କ ପୁଅ ସମାଜ ସାମ୍ନାରେ ସେହି ଉପହାରକୁ ନେବା ପାଇଁ ମନା କରିଦେଲେ ଓ ୧୦୧ ଟଙ୍କାର ସଗୁନରେ ନିର୍ବନ୍ଧ କରିଥିଲେ ।

ପିତା ଓ ପୁଅ ଯେତେବେଳେ ସେହି ଟଙ୍କା ନେବା ପାଇଁ ମନା କରିଲେ, ସେତେବେଳେ ବୋହୂ ପକ୍ଷର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସବୁ କଥା ଜାଣିଲା ପରେ ସମସ୍ତେ ପୁଅ ଓ ବୋହୂଙ୍କୁ ଆଶୀର୍ବାଦ ଦେଇଥିଲେ ଓ ନୂଆ ବୈବାହିକ ଜୀବନ ପାଇଁ ଶୁଭେଶ୍ଚା ଜଣାଇଥିଲେ । ରାମସୁଖ ଗୁର୍ଜରଙ୍କ ମତରେ ଯୌତୁକ ପ୍ରଥା ସମାଜ ପାଇଁ କଳଙ୍କ ଅଟେ । ଯୌତୁକ ପରିବାର ମଧ୍ୟରେ ଝଗଡା ବା ଅଶାନ୍ତିର କାରଣ ହୋଇଥାଏ । ବହୁତ ଝିଅମାନଙ୍କୁ ଏହି ପୀଡା ସହିବାକୁ ପଡୁଛି । ସମୟ ଥାଇ ଏହି ଦୁର୍ନୀତି ଦୂର ହେବା ଆବଶ୍ୟକ । ସବୁ ଲୋକମାନେ ଏହା ବିଷୟରେ ବୁଝିବା ନିହାତି ଆବଶ୍ୟକ ଅଟେ ।