ଦେଖନ୍ତୁ କିପରି ସ୍ତ୍ରୀ ଭୂମିକା ଙ୍କୁ ନେଇ ପିକନିକ ରେ ମଜା ମସ୍ତି କରୁଛନ୍ତି ଅମ୍ଳାନ

ଓଡିଆ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଓଡିଆ ଜଗତରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଅନ୍ଦାଜ, ଲୁକ, ଷ୍ଟାଇଲ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଅଭିନେତା ଅମ୍ଳାନ ଏମିତି ଏକ ଅଭିନେତା ଯିଏ ତାଙ୍କର ସୁନ୍ଦର ଅଭିନୟରେ ନିଜ ଫ୍ୟାନ୍ସ ମାନଙ୍କ ନଜରରେ ଲୋପ୍ରିୟ ହୋଇ ପାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଅମ୍ଳାନଙ୍କ ଜୀବନ କାହାଣୀ ବିଷୟରେ କହିବାକୁ ଯାଉଛୁ । ଅଭିନେତା ଅମ୍ଳାନ ହେଉଛନ୍ତି ସୁପର ଷ୍ଟାର ଅଭିନେତା ମିହିର ଦାସଙ୍କ ପୁଅ ଅଟନ୍ତି । ଜଣେ ପ୍ରଖ୍ୟାତକାର ଅଭିନେତା ଭାବେ ମିହିର ଦାସ ଓଡିଆ ଜଗତରେ ପରିଚିତ ଅଟନ୍ତି ।

ଅଭିନେତା ମିହିର ଦାସ ଓଡିଆ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଦେଇ ଅଭିନୟ ଦୁନିଆରେ ନିଜର ନାଁ ବନେଇ ପାରିଛନ୍ତି । ତାଙ୍କ ପୁଅ ଅମ୍ଳାନ ମଧ୍ୟ ଜଣେ ଭଲ ଅଭିନେତା ଭାବେ ଓଡିଆ ଜଗତରେ ନିଜର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

“ପାଗଳ କରିଚୁ ତୁ” , “ତୁ ମୋ ଦେହର ଛାଇ”, “ଗୋଲାପି ଗୋଲାପି”, “କଲେଜ ଟାଇମ”, “ଟାଇଗର”,”ବଜରଙ୍ଗୀ” ଆଦି ଓଡିଆ ଫିଲ୍ମରେ ଅଭିନୟ କରି ଅଭିନେତା ଅମ୍ଳାନ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ଅଭିନେତା ଅମ୍ଳାନ ଗତ ଦୁଇ ବରଷ ତଳେ ଭୂମିକାଙ୍କୁ ବିବାହ କରି ସବୁ ଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅମ୍ଳାନ ଓ ଭୂମିକାଙ୍କ ମଧ୍ୟରେ ପ୍ରଚୁର ଭଲ ପାଇବା ରହିବା ସହ ଦୁହିଙ୍କ ଭିତରେ ନିଜ ସମ୍ପର୍କକୁ ନେଇ ଭଲ ବୁଝାମଣା ମଧ୍ୟ ରହିଛି ।

ଭୂମିକା ନିଜ ପରିବାର ଲୋକଙ୍କର ବହୁତ ଭଲ ଭାବେ ଯତ୍ନ ନିଅନ୍ତି । ବାହାଘରର ଏତେ ବର୍ଷ ପରେ ପ୍ରଥମ ଥର ପାଇଁ ଅମ୍ଳାନ ଓ ଭୂମିକା ବାହାରକୁ ବୁଲିବାକୁ ଯାଇଛନ୍ତି । ଦୁହେଁ ଚିରାଙ୍ଗ, କସଢା ୱାଟରଫଲ, ମାଙ୍କଡ ଡିଆଁ ଆଦି ସ୍ଥାନକୁ ବୁଲୁବାକୁ ଯାଇଛନ୍ତି । ତାଙ୍କ ସହ ତାଙ୍କର ଡ୍ରାଇଭର ଓ ଡଗିକୁ ମଧ୍ୟ ଦେଖିବାକୁ ମିଳିଛି । ଦୁହେଁ ପରସ୍ପର ସହ ବହୁତ ଖୁସି ଥିବାର ଜଣା ପଡୁଛି ।  ଅମ୍ଳାନ ଓ ଭୂମିକାଙ୍କ ସହ ତାଙ୍କ ଡଗି ମଧ୍ୟ ମଜାମସ୍ତି କରୁଥିବାର ନଜର ଆସିଛନ୍ତି ।

ଦୁହିଁଙ୍କର ୱାଟରଫଲର ଫୋଟୋ ଅମ୍ଳାନ ନିଜ ସୋସିଆଲ ମିଡିଆରେ ଶେଯାର କରିଛନ୍ତି । ତାଙ୍କ ଫ୍ୟାନ୍ସ ମାନେ ଦୁହିଙ୍କର ଯୋଡିକୁ ବହୁତ କମେଣ୍ଟ କରିଛନ୍ତି । ଦୁହିଙ୍କର ବିବାହ ସମୟରେ କିଛି ସମସ୍ଯା ଦେଖା ଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ମିଥ୍ୟା ବୋଲି ପ୍ରମାଣିତ ହେଇଥିଲା । ବିବାହର ଦୁଇ ବର୍ଷ ହୋଇଥିଲେ ମଧ୍ୟ ଦୁହେଁ ପରସ୍ପର ସହ ବେଶ ହସଖୁସିରେ ଜୀବନ ଅତିବାହିତ କରୁଛନ୍ତି । ଆଗକୁ ଅଭିନେତା ଅମ୍ଳାନଙ୍କର ଦୁଇ ଦୁଇଟି ଚଳଚିତ୍ର ରିଲିଜ ହେବାକୁ ଯାଉଛି । ଗୋଟିଏ ଫିଲ୍ମରେ ସେ ଅଭିନେତା ଅନୁଭବଙ୍କ ବିପକ୍ଷରେ ଦେଖିବାକୁ ମିଳିବ ତ ଅନ୍ୟ ଏକ ଫିଲ୍ମରେ ରିୟାଙ୍କୁ ଅମ୍ଳାନଙ୍କ ବିପକ୍ଷରେ ଦେଖିବାକୁ ମିଳିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ