ମୁଁ ଗାନ୍ଧୀଙ୍କୁ କାହିଁକି ମାରିଲି, ନାଥୂରାମ ଗୋଡସେଙ୍କର ଅନ୍ତିମ ବୟାନ ଯାହା ସମସ୍ତଙ୍କୁ ନିଶ୍ଚିତ ଜାଣିବା ଦରକାର

୩୦ ଜାନୁୟାରୀ ୧୯୪୮ରେ ନାଥୁରାମ ଗୋଡସେ ଗାନ୍ଧୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ଗୁଳି ମାରିବା ପରେ ଘଟଣା ସ୍ଥଳରୁ ସେ ଫେରାର ହୋଇ ନ ଥିଲେ, ସେ ଆତ୍ମସମର୍ପଣ କରିଥିଲେ ।

ନାଥୁରାମ ଗୋଡସେଙ୍କ ସମେତ ୧୭ ଜଣ ଅପରାଧୀମାନଙ୍କ ଉପରେ ଗାନ୍ଧୀଙ୍କର ହତ୍ୟାର ମକଦ୍ଦମା ଚାଲିଥିଲା :

ନାଥୁରାମ ଗୋଡସେଙ୍କର ଅନ୍ତିମ ବୟାନ, କୁହାଯାଏ କି ଏହାକୁ ଶୁଣି ଅଦାଲତରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଚାଲି ଆସିଥିଲା ଏବଂ କେତେକ କାନ୍ଦିବାକୁ ବି ଲାଗିଥିଲେ । ଜଣେ ଜଜ ମହୋଦୟ ନିଜର ଟିପ୍ପଣୀରେ ଲେଖିଥିଲେ କି ଯଦି ସେହି ସମୟରେ ଅଦାଲତରେ ଉପସ୍ଥିତ ଲୋକମାନଙ୍କୁ ଜୂରି କରାଯାଇଥାନ୍ତା ତେବେ ସେମାନେ ନିସନ୍ଦେହ ନାଥୁରାମଙ୍କୁ ନିର୍ଦ୍ଦୋଷ କହିଥାନ୍ତେ ।

ଏହି ମକଦମା ଶୁଣାଣୀ ସମୟରେ ଜଜ ଖୋସଲାଙ୍କୁ ନାଥୁରାମ ନିଜର ପକ୍ଷକୁ ନିଜେ ହିଁ ପଢି ଜନତାଙ୍କୁ ଶୁଣାଇବା ପାଇଁ ଅନୁମତି ମାଗିଥିଲେ, ଯାହାକୁ ଜଜ ସ୍ଵୀକାର ବି କରିଥିଲେ ।

ଆଗକୁ ଦେଖନ୍ତୁ ନାଥୁରାମ ଗୋଡସେଙ୍କର ଶେଷ ବୟାନର କିଛି ଅଂଶ :

ନାଥୁରାମ ନିଜ ବୟାନରେ କହିଲେ କି – “ସମ୍ମାନ, କର୍ତ୍ତବ୍ୟ ଓ ନିଜ ଦେଶବାସୀମାନଙ୍କ ପ୍ରତି ଭଲ ପାଇବା କେବେ କେବେ ଆମକୁ ଅହିଂସାର ସିଦ୍ଧାନ୍ତରୁ ହଟିବା ପାଇଁ ବାଧ୍ୟ କରିଥାଏ । ସେ ଆଗକୁ କହିଲେ ମୁସଲମାନେ ନିଜର ମନମାନି କରୁଥିଲେ କି କଂଗ୍ରେସ ତାଙ୍କ ସାମ୍ନାରେ ଆତ୍ମସର୍ପଣ କରି ଦେଉ ଓ ତାଙ୍କ ସ୍ଵରରେ ସ୍ଵର ମିଶାଉ ନତୁବା ତାଙ୍କ ବିନା କାମ ଚଳାଉ ।

କହିବାକୁ ଗଲେ ମହାତ୍ମା ଗାନ୍ଧୀ ନିଜ ପାଇଁ ନିଜେ ହିଁ ଜୁରି ଓ ଜଜ ଥିଲେ । ଗାନ୍ଧୀ ମୁସ୍ଲିମମାନଙ୍କର ଖୁସି ପାଇଁ ହିନ୍ଦୀ ଭାଷାର ସୁନ୍ଦରତା ସହିତ ବଳାତ୍କାର କରିଛନ୍ତି । ଯେଉଁ କଂଗ୍ରେସ ନିଜର ଦେଶ ଭକ୍ତି ଓ ସମାଜବାଦର ଦମ୍ଭ ଭରୁଥିଲେ, ସେ ହିଁ ଗୁପ୍ତ ରୂପରେ ବନ୍ଦୁକ ସାମ୍ନାରେ ମୁଣ୍ଡ ତଳକୁ କରି ପାକିସ୍ତାନକୁ ସ୍ଵୀକାର କରିନେଲେ ଏବଂ ଜିନ୍ନାଙ୍କ ସାମ୍ନାରେ ନୀଚତାର ସହ ଆତ୍ମସମର୍ପଣ କରିଦେଲେ ।

ମୁସ୍ଲିମ ତୁଷ୍ଟିକରଣର ନୀତି କାରଣରୁ ଭାରତ ୧୫ ଅଗଷ୍ଟ ୧୯୪୭ ପରେ ଦେଶର ଏକ ତୃତୀୟାଂଶ ଭାଗ ଆମ ପାଇଁ ବିଦେଶ ଭୂମି ହୋଇଗଲା । ନେହେରୁ ତଥା ତାଙ୍କର ଭିଡର ସ୍ୱୀକାରୋକ୍ତି ସହିତ ଗୋଟିଏ ଧର୍ମ ଆଧାରରେ ଅଲଗା ରାଜ୍ୟ କରି ଦିଆଗଲା । ଏହାକୁ ସେ ବଳିଦାନ ଦ୍ଵାରା ଜିତା ଯାଇଥିବା ସ୍ଵତନ୍ତ୍ରତା କୁହନ୍ତି, କିନ୍ତୁ କାହାର ବଳିଦାନ ?

ଯେତେବେଳ କଂଗ୍ରେସର ଶୀର୍ଷ ନେତାମାନେ ଗାନ୍ଧୀଙ୍କ ସହମତିରେ ଏହି ଦେଶକୁ କାଟି ଦେଲେ, ତେବେ ମୋର ମୁଣ୍ଡ ଭୟଙ୍କର କ୍ରୋଧରେ ଭରିଗଲା । ମୁଁ ସାହସ ପୂର୍ବକ କହୁଛି କି ଗାନ୍ଧୀ ନିଜର କର୍ତ୍ତବ୍ୟରେ ଅସଫଳ ହୋଇଛନ୍ତି । ସେ ନିଜକୁ ପାକିସ୍ତାନର ପିତା ବୋଲି ସିଦ୍ଧ କରିଛନ୍ତି ।

ମୁଁ କହୁଛି କି ମୋର ଗୁଳି ଗୁଡିକ ଏକ ଏମିତି ବ୍ୟକ୍ତି ଉପରେ ଚଳା ଯାଇଛି, ଯାହାର ନୀତି ଓ କାର୍ଯ୍ୟ ଗୁଡିକ ଯୋଗୁ ହିନ୍ଦୁମାନଙ୍କୁ କେବଳ ବର୍ବାଦି ଓ ବିନାଶ ହିଁ ମିଳିଲା । ଏମିତି କୌଣସି ଆଇନ ନାହିଁ ଯାହା ଦ୍ଵାରା ସେହି ଅପରାଧୀକୁ ଦଣ୍ଡ ଦିଆଯାଇ ପାରିବ । ସେଥିପାଇଁ ମୁଁ ଏହି ଘାତକ ରାସ୍ତାର ଅନୁସରଣ କରିଛି ।

ମୁଁ ନିଜ ପାଇଁ କ୍ଷମା ପ୍ରାର୍ଥନା କରିବି ନାହିଁ, ଯାହା ମୁଁ କରିଛି ତାହା ଉପରେ ମୋତେ ଗର୍ବ ଅନୁଭବ ହେଉଛି । ଯେତେ ଦିନ ପର୍ଯ୍ୟନ୍ତ ସିନ୍ଧୁ ନଦୀ ଭାରତ ପତାକା ତଳେ ନ ପ୍ରବାହିତ ହୋଇଛି ସେତେ ଦିନ ପର୍ଯ୍ୟନ୍ତ ମୋର ଅସ୍ଥିକୁ ବିସର୍ଜନ କରିବ ନାହିଁ ।

ଦେଖନ୍ତୁ ଭିଡିଓ –

https://youtu.be/j7HCyuWV_I0

ନାଥୁରାମ ନ୍ୟାୟାଳୟରେ ସ୍ୱୀକାର କରିଲେ କି ଗାନ୍ଧୀ ବହୁତ ବଡ ଦେଶଭକ୍ତ ଥିଲେ । ସେ ନିସ୍ୱାର୍ଥ ଭାବରେ ଦେଶର ସେବା କରିଲେ । ମୁଁ ତାଙ୍କର ଆଦର କରୁଛି । କିନ୍ତୁ କୌଣସି ଦେଶ ଭକ୍ତକୁ ଦେଶର ବିଭାଜନ କରିବା, ଏକ ସମ୍ପ୍ରଦାୟ ସହିତ ପକ୍ଷପାତ କରିବାକୁ ଅନୁମତି ଦେଇ ପାରିବି ନାହିଁ । ଗାନ୍ଧୀଙ୍କର ହତ୍ୟା କରିବା ଛଡା ମୋ ପାଖରେ ଅନ୍ୟ କିଛି ଉପାୟ ନ ଥିଲା ।