ଅଟୋ ଚାଳକ ଦେଲେ ମଣିଷତ୍ଵର ଉଦାହରଣ, ରାସ୍ତାରେ ପଡିଥିବା ଗର୍ଭବତୀ ମହିଳାକୁ ପହଞ୍ଚାଇଲେ ହସ୍ପିଟାଲ, କିନ୍ତୁ ଝିଅ ହେବା ପରେ…

ବାଙ୍ଗାଲୁରୁ ର ଏକ ଅଟୋ ଚାଳକ ମଣିଷତ୍ଵର ଉଦାହରଣ ଦେଇଛନ୍ତି । କୁହାଯାଉଛି କି ଏହି ଅଟୋ ଡ୍ରାଇଭରଙ୍କୁ ରାସ୍ତାରେ ଏକ ଗର୍ଭବତୀ ମହିଳା ଖରାପ ଅବସ୍ଥାରେ ମିଳିଥିଲା ଓ ସେ ସେହି ମହିଳାକୁ ଦେଖିବା ମାତ୍ରେ ହିଁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଗଲେ । ହସ୍ପିଟାଲରେ ଏହି ମହିଳା ଜଣକ ଜଣେ ଝିଅକୁ ଜନ୍ମ ଦେଇଛନ୍ତି । କିନ୍ତୁ ଏହି ମହିଳା ନିଜର ଝିଅକୁ ହସ୍ପିଟାଲରେ ହିଁ ଛାଡି ପଳାଇଲେ । ଏହା ପରେ ଏହି ଅଟୋ ଡ୍ରାଇଭରଟି ସେହି ଶିଶୁର ଦେଖାଶୁଣା କରିଲା କିନ୍ତୁ ଶିଶୁଟିର କିଛି ଦିନ ମଧ୍ୟରେ ହିଁ ମୃତ୍ୟୁ ହୋଇଗଲା ।

ସମସ୍ତେ କରୁଛନ୍ତି ଅଟୋ ଡ୍ରାଇଭରଙ୍କର ପ୍ରଶଂସା

ସେହି ଅଟୋ ଡ୍ରାଇଭରଙ୍କର ନାମ ବାବୁ ମୁଦର୍ପ୍ପା ଅଟେ ଏବଂ ବାବୁ ମୁଦର୍ପ୍ପାଙ୍କର ପରିବାରରେ ତାଙ୍କର ପତ୍ନୀ ଓ ଦୁଇଟି ପିଲା ଅଛନ୍ତି । ବାବୁ ମୁଦର୍ପ୍ପାଙ୍କ ଅନୁସାରେ କିଛି ଦିନ ପୂର୍ବରୁ ହିଁ ଯେତେବେଳେ ସେ ବାଙ୍ଗାଲୁରୁର ୱାଇଟଫିଲ୍ଡ ରୋଡ ଦେଇ ଯାଉଥିଲେ ତେବେ ତାଙ୍କୁ ଏକ ଗର୍ଭବତୀ ମହିଳା ବ୍ୟଥାରେ ନଜର ଆସିଲେ । ଏହା ପରେ ସେ ସେହି ମହିଳାଙ୍କୁ ବାଙ୍ଗାଲୁରୁ ର ସିବି ରମଣ ହସ୍ପିଟାଲରେ ଭର୍ତ୍ତି କରିଦେଲେ ।

ବାବୁ ମୁଦର୍ପ୍ପା ଏହି ମହିଳା ବିଷୟରେ କିଛି ଜାଣି ନ ଥିଲେ ସେଥିପାଇଁ ଫର୍ମରେ ସେ ନିଜର ସୂଚନା ଦେଇଦେଲେ । ଅନ୍ୟ ପଟେ ଏହି ମହିଳା ଜଣକ ଭର୍ତ୍ତି ହେବାର ପର ଦିନ ଏକ ଝିଅକୁ ଜନ୍ମ ଦେଲେ, କିନ୍ତୁ ଶିଶୁଟି ବହୁତ ପ୍ରିମାଚ୍ୟୋର ଓ କମଜୋର ଥିଲା । ଏହା ଶୁଣି ଶିଶୁର ମା’ ତାକୁ ଛାଡି ଚାଲିଗଲେ । ଏହା ଜାଣି ପାରି ବାବୁ ମୁଦର୍ପ୍ପା ସେହି ଶିଶୁକୁ ପାଳିବା ପାଇଁ ନିଷ୍ପତ୍ତି ନେଲେ ।

ଏହା ପରେ ବାବୁ ମୁଦର୍ପ୍ପା ସେହି ଶିଶୁର ଚିକିଶ୍ଚା କରାଇଲେ କିନ୍ତୁ ୧୮ ଦିନ ପରେ ଏହି ଶିଶୁର ମୁର୍ତ୍ୟୁ ହୋଇଗଲା । ଶିଶୁଟିର ଜନ୍ମ ଠାରୁ ନେଇ ତାହାର ଚିକିଶ୍ଚା ପର୍ଯ୍ୟନ୍ତ ଯାହା ବି ଖର୍ଚ୍ଚ ହୋଇଛି ତାହା ସବୁ ବାବୁ ମୁଦର୍ପ୍ପା ହିଁ କରିଛନ୍ତି । କିନ୍ତୁ ସେ ଶିଶୁ ଉପରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ବିଷୟରେ କିଛି କହିଲେ ନାହିଁ । ତାଙ୍କ ଅନୁସାରେ କୌଣସି ମା’ ବାପା କେବେ ବି ନିଜ ପିଲାମାନଙ୍କ ଉପରେ କରିଥିବା ଖର୍ଚ୍ଚ ବିଷୟରେ ଚିନ୍ତା କରନ୍ତି ନାହିଁ କି କୁହନ୍ତି ନାହିଁ ।

କିଏ ଥିଲେ ଶିଶୁର ମା’

ବାବୁ ମୁଦର୍ପ୍ପାଙ୍କ ଅନୁସାରେ ତାଙ୍କୁ କେବଳ ଏତିକି ହିଁ ଜଣା ଅଛି କି ସେହି ମହିଳାର ନାମ ନନ୍ଦିତା ଅଟେ ଓ ଏହା ସେହି ମହିଳା ଜଣକ ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ କହିଥିଲେ । ଏହା ଛଡା ବାବୁ ମୁଦର୍ପ୍ପାଙ୍କୁ ସେହି ମହିଳା ବିଷୟରେ କିଛି ବି ଜଣା ନାହିଁ ।

ଯେଉଁଭଳି ଭାବରେ ବାବୁ ମୁଦର୍ପ୍ପା ସେହି ଶିଶୁଟିର ଦେଖାଶୁଣା କରିଥିଲେ ତାହା ଶୁଣି ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । ବାବୁ ମୁଦର୍ପ୍ପା ବିନା କୌଣସି ସ୍ଵାର୍ଥରେ ସେହି ଶିଶୁକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏଭଳି ମା କୁ ଆପଣ କଣ କହିବେ କମେଣ୍ଟ ରେ ଜଣାନ୍ତୁ । ଯଦି ବାବୁଙ୍କ କାମ ଆପଣଙ୍କୁ ଭଲ ଲାଗିଥାଏ ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।