ରାଜା ଭଳି ଜୀବନ ବିତାନ୍ତି Kapil Sharma ଙ୍କ ସୋ ର ‘ଚନ୍ଦୁ ଚାଏବାଲା’ ଉର୍ଫ Chandan Prabhakar, ତାଙ୍କ ମୋଟ ସମ୍ପତିର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ସୋନି ଟିଭିରେ ‘ଦି କପିଲ ଶର୍ମା ଶୋ’ ପୁଣି ଆଉ ଥରେ ଆରମ୍ଭ ହୋଇ ଯାଇଛି । ଏଥର ମଧ୍ୟ ଶୋ ରେ କପିଳଙ୍କ ସହ କ୍ରୀଷ୍ଣା ଅଭିଷେକ, ଭାରତୀ ସିଂ, ସୁଦେଶ ଲହରୀ, କିକୁ ସାରଦା ଓ ଚନ୍ଦନ ପ୍ରଭାକରଙ୍କ ପରି କାମେଡିଆନ ମାନେ ଲୋକଙ୍କୁ ହସାଇବେ । ଚନ୍ଦନ ପ୍ରଭାକର କପିଲଙ୍କ କଲେଜ ସମୟର ବନ୍ଧୁ ଅଟନ୍ତି । ଆଉ କପିଲଙ୍କ ଶୋରେ ସେ ଚନ୍ଦୁ ଚାଇବାଲା ନାମରେ ଫେମସ । ତାଙ୍କୁ ଶୋ ରେ ଦେଖି ସମସ୍ତେ ଭାବନ୍ତି ସେ ଜଣେ ଛୋଟମୋଟ କାମେଡିଆନ ହୋଇଥିବେ ।

କିନ୍ତୁ ଆପଣ ଯଦି ତାଙ୍କର କୁଳ ସମ୍ପତ୍ତି, ରୋଜଗାର ଓ ଲାଇଫ ଷ୍ଟାଇଲ ଆଦି ବିଷୟରେ ଜାଣିବେ ତେବେ ଗୋଡ ତଳୁ ମାଟି ଖସିଯିବ । ଚନ୍ଦନ ପ୍ରଭାକରଙ୍କ ଜନ୍ମ ୧୯୮୧ରେ ଅମୃତସରରେ ହୋଇଥିଲା । ଆଜି ତାଙ୍କ ବୟସ ୪୦ ବର୍ଷ ଅଟେ । ଇଣ୍ଡିଆନ ଟିଭି ଇଣ୍ଡଷ୍ଟ୍ରିରେ ସେ ଜଣେ ଷ୍ଟାଣ୍ଡ ଅଫ କାମେଡିଆ ଭାବେ ପରିଚିତ । ‘ଦି ଗ୍ରେଟ ଇଣ୍ଡିଆ ଲାଫ୍ଟର ଚ୍ୟାଲେଞ୍ଜ’ ର ତୃରୀୟ ସିଜିନରେ ସେ ଫାର୍ଷ୍ଟ ରନର-ଅଫ ହୋଇଥିଲେ । ସେହି ସମୟରେ ତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଥିଲା । ଏହାପରେ ସେ ‘କମେଡି ନାଇଟ ୱିଥ କପିଲ’ ରେ ସି ଚନ୍ଦୁ ଚାଇବାଲା ଚରିତ୍ରରେ ନଜର ଆସିଥିଲେ । ଏହି ଭୂମିକା ତାଙ୍କୁ ଖୁବ ଫେମସ କରି ଦେଇଛି ।

ଶୋ ରେ ସେ ଆଉ କପିଲ ପରସ୍ପରର ବେଜିତ କରି ଲୋକଙ୍କୁ ଖୁବ ହସାନ୍ତି । ଚନ୍ଦନ ଅମୃତସର ର ହିନ୍ଦୁ କଲେଜରୁ ମେକାନିକାଲ ଇଂଜିନିୟରିଂ ରେ ବିଟେକ କରିଛନ୍ତି । ନିଜ କ୍ଯାରିଅର ଗଢିବାକୁ ସେ ଖୁବ ପରିଶ୍ରମ କରିଛନ୍ତି । ଆଉ କମେଡି ଦୁନିଆରା ଜଣେ ଜଣାଶୁଣା ନାମ ବନି ପାରିଛନ୍ତି । ସେ ୨୦୧୫ ରେ ନନ୍ଦିନୀ ଖତ୍ରାଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟେ ଝିଅ ଅଛି ତା’ର ନାମ ଅଦ୍ଵିକା ପ୍ରଭାକର । ଅଭିନୟ ତଥା କମେଡିରୁ ହିଁ ଚନ୍ଦନଙ୍କ ଅଧିକ ରୋଜଗାର ହୁଏ । ଲୋକଙ୍କୁ ହସାଇ ସେ ଖୁବ ଟଙ୍କା ରୋଜଗାର କରିଛନ୍ତି ।

ସେ ଖୁବ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି । ତାଙ୍କୁ କାର ସଉକ ରହିଥିବା ବେଳେ ତାଙ୍କ ପାଖେ ୪୮ ଲକ୍ଷ ଟଙ୍କାର BMW 3 Series 320D ମଧ୍ୟ ଅଛି । ଟିଭି ବ୍ଯତୀତ ସେ ‘ଭାବନାଓ କୋ ସମଝୋ’, ‘ପାୱାର କଟ୍’, ‘ଡିସ୍କୋ ସିଂ’ ଓ ‘ଜଜ୍ ସିଂ ଏଲଏଲବି’ ପରି ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଚନ୍ଦନଙ୍କୁ କ୍ରିକେଟ ମଧ୍ୟ ଖୁବ ପସନ୍ଦ । ବିରାଟ କୋହଲି ହେଉଛନ୍ତି ତାଙ୍କ ପ୍ରିୟ କ୍ରିକେଟର । ସେହିପରି ବଲିଉଡରେ ମଧ୍ୟ ତାଙ୍କୁ ବିଦ୍ୟା ବାଲନ ଓ ଅମିତାଭ ବଚ୍ଚନଙ୍କ ପରି କଳାକାର ଖୁବ ପସନ୍ଦ । ଚନ୍ଦନ ଓ କପିଲ ପରସ୍ପରକୁ ସେମାନଙ୍କ ସଂଘର୍ଷ ଦିନ ସମୟରୁ ହିଁ ଜାଣିଛନ୍ତି । ଅଫ ସ୍କ୍ରିନ ମଧ୍ୟ ସେମାନେ ଖୁବ ଭଲ ବନ୍ଧୁ ।

କେବଳ ଲୋକଙ୍କଉ ହସାଇ ଚନ୍ଦନ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ତାଙ୍କ କୁଳ ସମ୍ପତ୍ତି ମଧ୍ୟ କୋଟି କୋଟି ଟଙ୍କା ଅଟେ । ମିଡିଆ ରିପୋର୍ଟ ଅନୁସାରେ ଚନ୍ଦନ ପ୍ରଭାକରଙ୍କ ପକ୍ଷେ କୁଳ ୭ କୋଟି ଟଙ୍କାର ସମ୍ପତ୍ତି ଅଛି । କପିଲଙ୍କ ଶୋ ରେ ଗୋଟିଏ ଏପିସୋଡ ପାଇଁ ସେ ୬ ରୁ ୭ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ଏହି ଟଙ୍କା ତାଙ୍କ ଶୋ ରେ ଅନ-ସ୍କ୍ରିନ ଟାଇମ ହିସାବରେ କମ ବେଶୀ ହୋଇଥାଏ । ସ୍ତ୍ରୀ ଓ ଝିଅ ସହ ଚନ୍ଦନ ମୁମ୍ବାଇର ଏକା ଫ୍ଲାଟରେ ବିଳାସପୂର୍ଣ୍ଣ ଜୀବନ କାଟନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।