ଆଜି ବହୁତ ବଦଳି ଯାଇଛନ୍ତି ସିରିଏଲ “ଶ୍ରୀ କୃଷ୍ଣ” ର ଏହି Actor, ଦେଖିଲେ ଚିହ୍ନି ବି ପାରିବେ ନାହିଁ

ବନ୍ଧୁଗଣ ଆପଣ ମାନେ ରାମାନନ୍ଦ ସାଗରଙ୍କ “ରାମାୟଣ” ସିରିଏଲ ନିଶ୍ଚୟ ଦେଖିଥିବେ । ଠିକ ସେହି ଭଳି ରାମାନନ୍ଦ ସାଗରଙ୍କ “ଶ୍ରୀ କୃଷ୍ଣ” ସିରିଏଲଟି ମଧ୍ୟ ବେଶ ଲୋକପ୍ରିୟ ହୋଇଥିଲା । ଏହି ସିରିଏଲରେ ଭଗବାନ ଶ୍ରୀ କୃଷ୍ଣଙ୍କ ଅଲଗା ଅଲଗା ଚରିତ୍ରରେ ନିଜର ବୟସ ଅନୁସାରେ ଅଭିନୟ କରିଥିବା ଅଭିନେତା ସ୍ଵପ୍ନୀଲ ଯୋଶୀ ଖୁବ ଚର୍ଚ୍ଚାରେ ରହିଥିଲେ ।

ଅଭିନେତା ସ୍ଵପ୍ନୀଲ ଯୋଶୀ ଶ୍ରୀ କୃଷ୍ଣ ସିରିଏଲରେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ଅଲଗା ଜାଗା ସୃଷ୍ଟି କରି ପାରିଥିଲେ । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସ୍ଵପ୍ନୀଲ ଯୋଶୀଙ୍କ ରିୟଲ ଲାଇଫ ବିଷୟରେ କିଛି କହିବାକୁ ଯାଉଛୁ । ଅଭିନେତା ସ୍ଵପ୍ନୀଲ ଯୋଶୀ ୧୯୭୭ ଅକ୍ଟୋବର ୧୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ଗୋଟିଏ ମଧ୍ୟମ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତା ପିତା ସରକାରୀ ଚାକିରୀ କରୁଥିଲେ ।

ସେ ତାଙ୍କ ମାତା ପିତାଙ୍କ ଗୋଟେ ମାତ୍ର ପୁଅ ଅଟନ୍ତି । ସେ ତାଙ୍କର ପାଠପଢା ମୁମ୍ବାଇରେ ଶେଷ କରିଥିଲେ । ତାଙ୍କୁ ଗୀତ ଶୁଣିବା ସହ କୌଣସି ଜାଗାକୁ ଯାତ୍ରା କରିବା ବହୁତ ଭଲ ଲାଗିଥାଏ । ଏହା ଛଡା ସ୍ଵପ୍ନୀଲ ବଲିଉଡ ଷ୍ଟାର ସଲମାନ ଖାନ ଓ ରୀତିକ ରୋଷନଙ୍କ ବହୁତ ବଡ ଫ୍ୟାନ ଅଟନ୍ତି । ସ୍ଵପ୍ନୀଲଙ୍କୁ ପିଲା ଦିନୁ ଅଭିନୟ ଓ ନୃତ୍ୟ ପ୍ରତି ଅଧିକ ରୁଚି ରହିଥିଲା । ତାଙ୍କର ଇଂଷ୍ଟାଗ୍ରାମ ଓ ଟ୍ବିଟରେ ଅନେକ ଫଲୋର୍ଷ ଅଛନ୍ତି ।

ସେ ଅନେକ ସିରିଏଲରେ ଅଭିନୟ କରିବାର ନଜର ଆସିଛନ୍ତି । ଏହା ଛଡା ତାଙ୍କର ନିଜର ରେଡିଓ ସୋ ମଧ୍ୟ ଅଛି ଯାହାର ନାଁ ହେଉଛି “ଦ ସ୍ଵପ୍ନୀଲ ସୋ” ଅଟେ । ସେ ୧୯୯୭ ରେ ବଲିଉଡ ଫିଲ୍ମ “ମୁସ୍ତଫା” ରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ “ଦିଲ ୱିଲ ପ୍ୟାର ବ୍ୟାର”, “ଦ ଲାଇଫ ଜିନ୍ଦେଗୀ”, “ପ୍ୟାର ୱାଲି ଲଭ ଷ୍ଟୋରି” ଆଡି ଫିଲ୍ମରେ ଅଭିନୟ କରିବାର ନଜର ଆସିଛନ୍ତି । ଏହା ଛଡା ସେ “ରାମାୟଣ” ସିରିଏଲରେ ୯ ବର୍ଷ ବୟସରେ କୁଶ ଚରିତ୍ରରେ ଅଭିନୟ କରିଥିଲେ ଯାହା ଦର୍ଶକ ମାନଙ୍କୁ ବେଶ ପ୍ରଭାବିତ କରିଥିଲା ।

ଏହା ବ୍ଯତୀତ ସେ ଧାରାବାହିକ “ଦେଶ ମେ ନିକଲା ହୋଗା ଚାନ୍ଦ”, “ହରେ କାଁଚ କି ଚୁଡିୟା” ଆଦିରେ ଅଭିନୟ କରିହକନ୍ତି । ସେ ୨୦୦୫ରେ ଅପର୍ଣ୍ଣାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ପରେ ସ୍ଵପ୍ନୀଲ ଓ ଅପର୍ଣ୍ଣା ଦୁହେଁ ଅଲଗା ହୋଇ ଯାଇଥିଲେ । ଏହା ପରେ ସେ ଲୀନା ଆରାଧ୍ୟାଙ୍କ ସହ ଦିତୀୟ ବିବାହ କରିଥିଲେ । ତାଙ୍କର ଗୋଟେ ପୁଅ ଓ ଝିଅ ଅଛନ୍ତି ।

ବର୍ତ୍ତମାନ ସେ ତାଙ୍କ ପରିବାର ସହ ବେଶ ହସ ଖୁସିରେ ଜୀବ ଅତିବାହିତ କରୁଛନ୍ତି । ଆଗ ଅପେକ୍ଷା ଅଭିନେତା ସ୍ଵପ୍ନୀଲ ଦେଖିବାକୁ ବହୁତ ହ୍ୟାଣ୍ଡସମ ଓ ଚାର୍ମିଙ୍ଗ ଲାଗୁଛନ୍ତି । ଶ୍ରୀ କୃଷ୍ଣ ସିରିଏଲରେ ସେ ଏତେ ସାନଦାର ଅଭିନୟ କରିଥିଲେ ଯାହା ପାଇଁ ଏହି ସିରିଏଲଟି ଆଜି ବି ଲୋକଙ୍କ ମନରେ ଘର କରି ରହିଛି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।