ରାଜ କୁନ୍ଦ୍ରାଙ୍କ Hotshots App କଣ ? ଜାଣନ୍ତୁ ସେଥିରେ ଏମିତି କଣ କଣ ହେଉଥିଲା ?

ରାଜ କୁନ୍ଦ୍ରା ଗିରଫ ହେବା ପରେ ତାଙ୍କ ହଟସଟ ଆପ୍ କୁ ନେଇ ଅନେକ ଖବର ସବୁ ଆସୁଛି । ଯାହାକୁ ନେଇ ଆରୋପ ଲାଗିଛି କି ରାଜ କୁନ୍ଦ୍ରା ଏହି ହଟସଟ ଆପ୍ ରେ ଅଶ୍ଳୀଳ ଫିଲ୍ମ ପବ୍ଲିସ କରୁଥିଲେ ଓ ଏହାର ଲିଙ୍କ ବହୁତ ଲୋକଙ୍କ ପାଖେ ପହଞ୍ଚୁଥିଲା ।

ତେବେ ଏହି ହଟସଟ ଆପ୍ କଣ, ଏହା କିପରି କାମ କରୁଥିଲା ଓ ସେଥିରେ କଣ ସବୁ କଣ୍ଟେଣ୍ଟ ରହିଥିଲା ସେହି ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ଏହି ହଟସଟ ଆପ୍ ର ପୁରା ନାମ ହେଉଛି ହଟସଟସ ଡିଜିଟାଲ ଏଣ୍ଟରଟେନମେଣ୍ଟ । ଏହା ଏକ ୟୁକେ କମ୍ପାନୀର ଆପ୍ ଥିଲା । ଏହି ଆପ୍ ର ଅପରେସନ ରାଜ କୁନ୍ଦ୍ରାଙ୍କ କମ୍ପାନୀ ପାଖେ ରହିଥିଲା ଓ OTT ପ୍ଲାଟଫର୍ମରେ ଏହି ଆପ୍ କୁ ଅଣା ଯାଇଥିଲା। ଏହି ଆପ୍ କୁ ଆପଲ୍ ଷ୍ଟୋରରୁ ଜୁନ ୨୦୨୦ରେ ହଟା ଯାଇଥିଲା ଓ ପ୍ଲେ ଷ୍ଟୋରରୁ ନଭେମ୍ବର ୨୦୨୦ ରେ ହଟା ଦିଆ ଯାଇଥିଲା ।

ଏହି ଆପ୍ ର ଫାଇଲ ଇଣ୍ଟରନେଟରେ ମହଜୁଦ ଥିଲା । ଏହାକୁ APK ଫାଇଲ ଜରିଆରେ ଡାଉନଲୋଡ କରାଯାଉ ଥିଲା ଓ ବହୁତ ତୀବ୍ର ଭାବେ ସର୍କୁଲେଟ କରାଯାଉ ଥିଲା । ବ୍ଯବହାରକାରୀଙ୍କ ପାଇଁ ଏହି ଆପ୍ ରେ ସର୍ଟ ମୁଭି ଓ ଭିଡିଓ କ୍ଲିପ ସବୁ ରହୁଥିଲା । ସାଧାରଣ ଭିଡିଓ ନୁହେଁ ଏହି ଆପ୍ ରେ ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟ ଅଫଲୋଡ କରାଯାଉ ଥିଲା ଓ ଆପ୍ ରେ ଭିଡିଓ ଗୁଡିକୁ ଅନେକ କ୍ୟାଟାଗୋରୀରେ ବିଭକ୍ତ କରାଯାଇ ଥିଲା । କେବଳ ଭିଡିଓ ନୁହେଁ, ମାତ୍ର ଭିଡିଓ ସହ ମଡେଲ ମାନଙ୍କ ଉଲଗ୍ନ ଫଟୋ ମଧ୍ୟ ସେଥିରେ ଅଫଲୋଡ କରାଯାଉ ଥିଲା ।

ଏହା ସହ ହଟସଟ ଆପ୍ ରେ ଲାଇଭ ଶୋର ଫିଚର ମଧ୍ୟ ରହିଥିଲା । ଏହି ଆପ୍ ବ୍ୟବହାର କରୁଥିବା ଲୋକମାନେ ମଡେଲ ମାନଙ୍କ ସହ କଥାବାର୍ତ୍ତା ହେବା ଏବଂ ଚାଟ ମଧ୍ୟ କରି ପାରୁଥିଲେ । ଏମିତି ଟ ହଟସଟ ଆପ୍ ଫ୍ରି ଥିଲା, କିନ୍ତୁ ସେଥିରେ ଥିବା କେତେକ କଣ୍ଟେଣ୍ଟ ପାଇଁ ସବସ୍କ୍ରିପସନ କରିବାକୁ ପଡୁଥିଲା । ଫ୍ରି କଣ୍ଟେଣ୍ଟ ଗୁଡିକରେ ଅଧିକ ପପ୍ ଅଫ ଆଡ୍ ରହୁଥିଲା ଓ କେତେକ ଗ୍ୟାଲେରୀ, ଭିଡିଓ ଓ ଇଭେଣ୍ଟ ମଧ୍ୟ ଲକ୍ ରଖା ଯାଉଥିଲା ।

ସେଥିପାଇଁ ସେ ସବୁ ଅନଲକ କରିବା ପାଇଁ ନିର୍ଦ୍ଧିଷ୍ଟ ମୂଲ୍ୟର ସବସ୍କ୍ରିପସନ କରିବାକୁ ପଡୁଥିଲା ଓ ତାପରେ ସେହି ସବୁ କଣ୍ଟେଣ୍ଟ ଆଡ୍ ଫ୍ରି ହେଉଥିଲା। ଆପ୍ ରେ ଏକ ୱାଲେଟ ମଧ୍ୟ ଥିଲା, ଯେଉଁଥିରେ ପଇସା ଯୋଡି ପ୍ରିମିୟମ କଣ୍ଟେଣ୍ଟ ବା ଉଲଗ୍ନ କଣ୍ଟେଣ୍ଟ ସବୁ ଦେଖି ହେଉଥିଲା । ଏହି ଆପ୍ ର କେତେକ ପେଜ ମଧ୍ୟ ଅଲଗା ଅଲଗା ଜାଗା ମାନଙ୍କରେ ତିଆରି କରି ରକ୍ଷା ଯାଇଥିଲା । ଏପରିକି ଟେଲିଗ୍ରାମରେ ମଧ୍ୟ ଏହାର ଏକ ପେଜ ରହିଥିଲା, କିନ୍ତୁ ବିବାଦ ବଢିବା ପରେ ସେ ପେଜ ସେଠାରୁ ମଧ୍ୟ ଡିଲେଟ କରି ଦିଆ ଯାଇଥିଲା ।

ତେବେ ଏହି ଆପ୍ କୁ ଭି ଟ୍ରାନ୍ସଫର ମାଧ୍ୟମରେ ବ୍ୟବହାରକାରୀଏନକେ ମଧ୍ୟରେ ବଣ୍ଟା ଯାଉଥିଲା । ଏହିପରି ବ୍ଯବହରକାରୀ ମାନଙ୍କ ଦ୍ଵାରା ସେଥିରେ ପଇସା ଯୋଡା ଯାଉଥିଲା ଓ ଶେୟର ମଧ୍ୟ କରାଯାଉ ଥିଲା । ଏହିପରି ଭାବେ ଏହି ବିଜନେସ ଆଗେଇ ଚାଲିଥିଲା । ଏହି ଆପ୍ ର ପ୍ରାୟତଃ ୧୦ ଲକ୍ଷ ସବସ୍କ୍ରାଇବର ଥିଲେ ବୋଲି ମଧ୍ୟ କୁହାଯାଉଛି । ତେବେ ଏହି ଆପ୍ ଏବେ ଆଉ କେଉଁଠାରେ ମଧ୍ୟ ଉପଲବ୍ଧ ନାହିଁ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ