ଓଡିଶାର ଲୋକପ୍ରିୟ ଅଭିନେତ୍ରୀ Namrata Dash ଙ୍କ ପରିବାର ଓ ଜୀବନୀ, କାହିଁକି କଲେ ନାହିଁ ବିବାହ ?

ଫ୍ରେଣ୍ଡ୍ସ ଆପଣ ମାନେ ସମସ୍ତେ ତ ଓଡିଆ ଫିଲ୍ମ ନିଶ୍ଚୟ ଦେଖୁଥିବେ । ଆପଣ ମାନେ ଏହି ଓଡିଆ ଫିଲ୍ମରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ନିଶ୍ଚୟ ଜାଣିଥିବେ । ଏହି କଳାକାର ମାନେ ନିଜ କଷ୍ଟ ଓ ପରିଶ୍ରମ ବଳରେ ହିଁ ଏହି ଇଣ୍ଡଷ୍ଟ୍ରିରେ ସଫଳ ହୋଇ ପାରିଛନ୍ତି । କିନ୍ତୁ ବହୁତ ପରିଶ୍ରମ ପରେ ମଧ୍ୟ ଅନ୍ୟ କେତେଜଣ ଏହି ଇଣ୍ଡଷ୍ଟ୍ରି ରେ ବିଫଳ ହୋଇ ଯାଇଛନ୍ତି । କିନ୍ତୁ ନିଜ ଚେଷ୍ଟା ଓ ସଂଘର୍ଷକୁ ଏମାନେ ଜାରି ରଖିଛନ୍ତି ।

ଫ୍ରେଣ୍ଡ୍ସ ଆପଣ ମାନେ ତ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ନମ୍ରତା ଦାସଙ୍କୁ ଭଲ ଭାବେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ତାଙ୍କର କିଛି ଖାସ କଥା ବିଷୟରେ କହିବାକୁ ଯାଉଛୁ । ଓଡିଆ ଫିଲ୍ମରେ ନମ୍ରତା ଦାସଙ୍କ ଅଭିନୟ ବହୁତ ଚମତ୍କାର ଅଟେ । ଏହା ତ ଆପଣ ମାନେ ଜାଣିଥିବେ । ଓଡିଆ ଇଣ୍ଡଷ୍ଟ୍ରିରେ ନମ୍ରତାଙ୍କର ବହୁତ ଲୋକପ୍ରିୟତା ରହିଛି ।

ବହୁତ ସୁପର ହିଟ ଓଡିଆ ଇଣ୍ଡଷ୍ଟ୍ରିର ନମ୍ରତା କାମ କରି ସାରିଛନ୍ତି । ତାଙ୍କ ଅଭିନୟକୁ ଦେଖିବା ପାଇଁ ପ୍ରାୟ ସବୁ ଦର୍ଶକ ମାନେ ବହୁତ ଭଲ ପାଆନ୍ତି । ବନ୍ଧୁଗଣ ନମ୍ରତାଙ୍କୁ ସ୍ନେହରେ ସମସ୍ତେ ଡଲି ଅପା ବୋଲି ଡାକିଥାନ୍ତି କିନ୍ତୁ ନମ୍ରତାଙ୍କ ପୁରା ନାମ ହେଉଛି ନମ୍ରତା ଦାସ । କେନ୍ଦ୍ରାପଡାର ଅଲପୁଆ ସ୍ଥାନରେ ତାଙ୍କର ଜନ୍ମ ।

ଛୋଟ ବେଳୁ ନମ୍ରତା ଅଭିନୟ ପ୍ରତି ରୁଚି ରଖିଥିଲେ । ତାଙ୍କୁ 8 ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ମା’ ଦୁନିଆ ଛାଡି ଦେଇଥିଲେ । ସେତେବେଳେ ତାଙ୍କ ପିତା ଦ୍ଵିତୀୟ ବିବାହ କରିଥିଲେ । ନମ୍ରତାଙ୍କର ଚାରି ଜଣ ଭଉଣୀ ଓ ଦୁଇଜଣ ଭାଇ ମଧ୍ୟ ଅଛନ୍ତି । ପିଲା ବେଳୁ ନମ୍ରତା ନିଜ ସ୍କୁଲରେ ଅଭିନୟ କରୁଥିଲେ, ଅଭିନୟ କରିବା ପାଇଁ ତାଙ୍କ ପିତା ମଧ୍ୟ ବହୁତ ପ୍ରେରଣା ଦେଇଥିଲେ । ତାଙ୍କ ପିତାଙ୍କ ପ୍ରେରଣା ପାଇଁ ଆଜି ସେ ୪୦୦ରୁ ଅଧିକ ଫିଲ୍ମ ଅଭିନୟ କରି ଭୂମି କନ୍ୟା ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସେତେବେଳେ ଏହି ଅଲିଉଡ ରେ କାମ କରିବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡିଥିଲା । ତାଙ୍କର ପ୍ରଥମ ଫିଲ୍ମ ଆସିଥିଲା ‘ଧରିତ୍ରୀ’ ଯେଉଁଥିରେ ତାଙ୍କର ଅଭିନୟ ବହୁତ ସୁନ୍ଦର ଥିଲା । ୧୯୭୩ ମସିହାରେ ଏହି ଫିଲ୍ମଟି ରିଲିଜ ହୋଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି, ଗୋଟିଏ ପରେ ଗୋଟିଏ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ସେ ବହୁତ ସୁପର ହିଟ ଫିଲ୍ମ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି । ଅଲିଉଡ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତ ଅଭିନେତାଙ୍କ ମା ନ ହେଲେ ଜେଜେ ମା ଭୂମିକାରେ ସେ ନଜର ଆସିଛନ୍ତି ।

ନିଜ ପିତାଙ୍କ ମୃତ୍ୟୁ ପରେ ନମ୍ରତା ନିଜ ଘରର ସମସ୍ତ ଦାୟିତ୍ଵ ବହନ କରିଛନ୍ତି ଓ ଏଥିପାଇଁ ସେ ଅବିବାହିତ ଅଛନ୍ତି । ନମ୍ରତା ନିଜ ସାନ ଭାଇ ଭଉଣୀ ମାନଙ୍କୁ ମଣିଷ କରିବା ପାଇଁ ବିବାହ କରି ନଥିଲେ । ଏହା ଛଡା ସେ ଅନେକ ମଞ୍ଚ ନାଟକ ଓ ଧାରା ବାହିକରେ ମଧ୍ୟ ସେ ନିଜ ଅଭିନୟର ଜାଦୁ ଦେଖାଇଛନ୍ତି । ତାଙ୍କର ପ୍ରଥମ ଧାରା ବାହିକ ଥିଲା ‘ଅଧିକାର’ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।