ଏହି ଜ୍ୱେଲର ଗୋଟିଏ ମୁଦିରେ ସବୁଠୁ ଅଧିକ ହୀରା ଖଞ୍ଜି କଲେ ଏକ ନିଆରା ୱାର୍ଲ୍ଡ ରେକର୍ଡ, ଜାଣନ୍ତୁ କେତେ ହୀରା ଖଞ୍ଜା ହେଇଛି

Guinness World Records ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । କହିବାକୁ ଗଲେ ଏଥିରେ ଯେ କୌଣସି ବି ବ୍ୟକ୍ତି କୌଣସି ବି ପ୍ରକାରର ଭିନ୍ନ କାମ କିମ୍ବା କଳା ଦେଖାଇ ନିଜର ନାଁକୁ ଏଥିରେ ସାମିଲ କରି ପାରିବ । ଏହି କ୍ରମରେ ଏଥିରେ ବର୍ତ୍ତମାନ ସମୟରେ ଜଣେ ଭାରତୀୟଙ୍କ ନାଁ ସାମିଲ ହୋଇ ଯାଇଛି । ଯାହାଙ୍କର କାମ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ହୈଦରାବାଦର ଏକ ଜ୍ୱୈଲର ହଜାର ହଜାର ହୀରାରେ ଜଡିତ ଏକ ସୁନ୍ଦର ମୁଦି ତିଆରି କରିଛନ୍ତି ।

ଜ୍ୱୈଲର ମୁଦିରେ ସବୁଠୁ ଅଧିକ ହୀରା ଖଞ୍ଜି ଥିବାର ଗିନୀଜ ୱର୍ଲ୍ଡ ରେକର୍ଡ କରିଛନ୍ତି । ଡାୟମଂଡ ସ୍ଟୋରର ମାଲିକ କୋଟ୍ଟି ଶ୍ରୀକାନ୍ତ ଫୁଲ ଆକାରର ଏକ ମୁଦି ତିଆରି କରିଛନ୍ତି ।

ଯେଉଁଥିରେ ମୋଟ ୭୮୦୧ଟି ହୀରା ଅଛି । ଯାହାକି ୱାର୍ଲ୍ଡ ରେକର୍ଡ ଅଟେ । କୁହାଯାଉଛି କି ହିମାଳୟରେ ମିଳୁଥିବା ଦୁର୍ଲଭ ଫୁଲ ବ୍ରହ୍ମକମଲରୁ ପ୍ରେରଣା ନେଇ ଶ୍ରୀକାନ୍ତ ଏହି ସୁନ୍ଦର ମୁଦିକୁ ତିଆରି କରିଛନ୍ତି । ଏହାର ନାମ ‘ଦ ଡିବାଇନ – ୭୮୦୧ ବ୍ରହ୍ମ ବଜ୍ର କମଲମ’ ରଖା ଯାଇଛି । କୋଟ୍ଟି ଶ୍ରୀକାନ୍ତ ଗିନୀଜ ୱାର୍ଲ୍ଡ ରେକର୍ଡର ଅଧିକାରୀଙ୍କ ସହ କଥାବାର୍ତ୍ତା କରି କହିଲେ କି ଭାରତରେ ଫୁଲର ମାଲା ସହିତ ଦେବତାମାନଙ୍କର ପୂଜା କରିବାର ପରମ୍ପରା ଅଛି ।

ଫୁଲ ପବିତ୍ରତାକୁ ଦର୍ଶାଇ ଥାଏ । ତାଙ୍କୁ ସେହି ସମ୍ମାନ ଦେବା ପାଇଁ ଗିନୀଜ ୱର୍ଲ୍ଡ ରେକର୍ଡର ଅଧିକାରୀ ମାନଙ୍କର ସେ ଆଭାର ବ୍ୟକ୍ତ କରୁଛନ୍ତି । ଶ୍ରୀକାନ୍ତ କହିଲେ କି ‘ମୋତେ ମୋର କାମ ପାଇଁ ବିଶ୍ଵ ସ୍ତରରେ ସମ୍ମାନ ମିଳି ଥିବାରୁ ମୁଁ ବହୁତ ଖୁସି ଅଛି ।

ଗିନୀଜ ୱର୍ଲ୍ଡ ରେକର୍ଡର ଅଧିକାରୀମାନେ ଏକ ଭିଡିଓ ବି ଶେୟାର କରି ଏହି ଅମୂଲ୍ୟ ମୁଦି ଓ ତାହାକୁ ତିଆରି କରିବାର ଉପାୟ ବି ଦେଖାଇଛନ୍ତି । ଏହି ହୀରା ମୁଦିରେ ମୋଟ ୬ଟି ସ୍ତର ଅଛି । ଯେଉଁଥିରେ ପ୍ରଥମ ୫ଟି ସ୍ତରରେ ୮ଟି ପଙ୍ଖୁଡି ଅଛି । ଯେତେବେଳେ କି କେନ୍ଦ୍ରରେ ତିନି ଫିଲାମେଂଟ ସହିତ ଅନ୍ତିମ ପରତରେ ୬ଟି ପଙ୍ଖୁଡି ଅଛି ।

ଆଧିକାରିକ ୱେବସାଇଟ ଅନୁସାରେ ମୁଦିକୁ ତିଆରି କରିବାର କାମ ସେପ୍ଟେମ୍ବର ୨୦୧୮ରୁ ଆରମ୍ଭ କରାଯାଇଥିଲା । ଥରେ ଡିଜାଇନ କରିବା ପରେ ହଲମାର୍କ ଜ୍ୱୈଲର୍ସ ଟିମର ଅଫିସରମାନେ କେତୋଟି ହୀରାର ଏହି ମୁଦିରେ ଲଗାଯାଇଛି ତାହା ଜାଣିବା ପାଇଁ କଂମ୍ପ୍ୟୁଟରର ସାହାର୍ଯ୍ୟ ନେଇଥିଲେ । ଯାହା ଦ୍ଵାରା ଜଣା ପଡିଗଲା କି ଏହି ମୁଦିରେ କେତେ ହୀରା ଲଗା ଯାଇଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।