କାଚ ମହଲ ଭଳି ଦେଖିବାକୁ Isha Ambani ଙ୍କ ଘର Gulita House, ଦାମ ଏତେ କି ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପାଖରେ ଅପର୍ଯ୍ୟାପ୍ତ ଧନ ସମ୍ପତ୍ତି ଓ ବଙ୍ଗଳା ରହିଛି । ତାଙ୍କ ଘର ଆଣ୍ଟିଲିଆ ବିଷୟରେ ଆପଣ ପୂର୍ବରୁ ଅନେକ ଥର ଶୁଣିଥିବେ କିମ୍ବା ପଢିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ଘର ଗୁଲିଟା ହାଉସ ବିଷୟରେ କହିବାକୁ ଯାଉଛୁ । ଇଶାଙ୍କୁ ଏହି ଘର ତାଙ୍କ ଶ୍ଵଶୁର ତଥା ସ୍ଵାମୀ ଆନନ୍ଦ ପିରାମିଲଙ୍କ ପିତା ଉପହାର ଦେଇଛନ୍ତି । ଇଶାଙ୍କ ଏହି ଘର ପିତାଙ୍କ ଘର ଆଣ୍ଟିଲିଆ ତୁଳନାରେ କିଛି କମ୍ ନୁହେଁ ।

ଗୁଲିଟା ହାଉସରେ ଅନେକ ପ୍ରକାର ସୁଖ ସୁବିଧା ଉପଲବ୍ଧ ରହିଛି । ସୂତ୍ର ଅନୁସାରେ ଏହି ଘରର ମୂଲ୍ୟ ସମୁଦାୟ ୪୫୦ କୋଟି କଥା ଅଟେ । ଈଶାଙ୍କ ଏହି ବଙ୍ଗଳା ୫୦ ହଜାର ବର୍ଗଫୁଟ ଏରିଆରେ ବ୍ୟାପ୍ତ ରହିଛି । ଏହା ଏକ ସି ଫେସିଙ୍ଗ ଘର ଅର୍ଥାତ ଏହି ଘରର ଝରକାରୁ ଆପଣ ସମୁଦ୍ରକୁ ଦେଖିପାରିବେ । ୨୦୧୨ରେ ପିରାମିଲ ଗୃପ ଏହି ଘରକୁ କିଣିଥିଲେ । ପାଞ୍ଚ ମହଲା ବିଶିଷ୍ଟ ଏହି ଘରେ ତିନୋଟି ବେସମେଣ୍ଟ, ୨ଟି ପାର୍କିଂ ପ୍ଲେସ ଓ ସର୍ଭିସ ଫ୍ୟାସିଲିଟି ମଧ୍ୟ ରହିଛି ।

ଇଶାଙ୍କ ବଙ୍ଗଳାର ପ୍ରବେଶ ସ୍ଥାନରେ ଏକ ଆକର୍ଷକ ଏଣ୍ଟ୍ରାସ ଲବି ମଧ୍ୟ ରହିଛି । ଉପର ମହଲାରେ ଲିଭିଙ୍ଗ ରୁମ୍, ମନ୍ଦିର ଓ ଡାଇନିଙ୍ଗ ହଲ୍ ତିଆରି ହୋଇଛି । ଏଥିମଧ୍ୟରେ ଟ୍ରିପଲ ହାଇଟ ମଲ୍ଟିପରପୋଜ ରୁମ୍, ବେଡରୁମ୍ ଓ ସର୍କୁଲାର ଷ୍ଟଡିରୁମ୍ ମଧ୍ୟ ରହିଛି । ଏହା ଅତିରିକ୍ତ ଗୁଲାଟି ହାଉସରେ ଲାଉଞ୍ଜ ଏରିଆ, ଡ୍ରେସିଂ ରୁମ୍ ଓ ସର୍ଭେଣ୍ଟ କ୍ଵାଟର ମଧ୍ୟ ଆପଣ ଦେଖିବାକୁ ପାଇବେ । ଏହି ବଙ୍ଗଳା ମଧ୍ୟରେ କାଚରେ ଖୁବ୍ ସୁନ୍ଦର କାରୁକାର୍ଯ୍ୟ ସବୁ କରାଯାଇଛି । ଲଣ୍ଡନର ଏକ ଇଞ୍ଜିନିୟରିଂ ଫାର୍ମ ଏହି ବଙ୍ଗଳାର ଡିଜାଇନ କରିଛି ।

ଏହାକୁ ସଂପୂର୍ଣ୍ଣ ଭାବେ ଗଢିବା ପାଇଁ ଇଞ୍ଜିନିୟର ଏକାର୍ସ୍ଲେ ଓକଲେଗନ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ଏହି ବଙ୍ଗଳାର ଷ୍ଟ୍ରକଚର ଷ୍ଟିଲରେ ବନାଯାଇଛି ଓ ଏହାକୁ ବନାଇବା ପାଇଁ ୩ଡି ମଡେଲିଙ୍ଗ ଟୁଲ୍ ର ମଧ୍ୟ ଉପଯୋଗ କରାଯାଇଛି । ତେବେ ଈଶାଙ୍କ ବଙ୍ଗଳା ଗୁଲିଟା ଓ ତାଙ୍କ ପିତା ମୁକେଶ ଅମ୍ବାନୀଙ୍କ ବଙ୍ଗଳା ଆଣ୍ଟିଲିଆ ମଧ୍ୟରେ ଅନେକ ତଫାତ ଦେଖିବାକୁ ମିଳିବ । ଆଣ୍ଟିଲିଆରେ ୨୭ ମହଲା ରହିଥିବା ବେଳେ ଗୁଲିଟାରେ କେବଳ ୫ ମହଲା ରହିଛି ।

ଗୁଲିଟା ୫୦ ହଜାର ବର୍ଗଫୁଟରେ ବ୍ୟାପୀଥିବା ବେଳେ ଆଣ୍ଟିଲିଆ ୪ ଲକ୍ଷ ବର୍ଗ ଫୁଟରେ ବ୍ୟାପିଛି । ଈଶାଙ୍କ ଗୁଲିଟା ପିତାଙ୍କ ଆଣ୍ଟିଲିଆ ଠାରୁ ପ୍ରାୟ ୮ ଗୁଣ ଛୋଟ ରହିଛି । ଆପଣଙ୍କୁ ଈଶା ଅମ୍ବାନୀଙ୍କ ଘର ଆଣ୍ଟିଲିଆ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।