Bollywood ର ଫେମସ ଓ ହିଟ ଫିଲ୍ମରେ କାମ କରିଥିବା 80 ଦଶକ ର ଅଭିନେତ୍ରୀ ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପୁଅ ଓ ବୋହୂ

ଆମ ଫିଲ୍ମ ଗୁଡିକରେ ଯୁଗ ଯୁଗ ଧରି ମା-ପୁଅ ଓ ଶାଶୁର ସମ୍ପର୍କକୁ ଖୁବ ଭଲଭାବେ ପ୍ରଦର୍ଶିତ କରାଯାଏ । ଆମ ବଲିଉଡ ଅଭିନେତ୍ରୀ ମାନେ ମଧ୍ୟ ଏହି ଭୂମିକାକୁ ଖୁବ ଭଲ ଭାବେ ତୁଲାନ୍ତି । ଏହିପରି ଚରିତ୍ରକୁ ପରଦାରେ ଜୀବନ୍ତ କରି ଆମ ବଲିଉଡ ଅଭିନେତ୍ରୀ ମାନେ ଖୁବ ନାମ କମାଉଛନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି କି ଫିଲ୍ମରେ ଜଣେ ଭଲ ମା ଓ ଶାଶୁ ଭୂମିକାରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ମାନେ ଅସଲ ଜୀବନରେ ମଧ୍ୟ ଖୁବ ଭଲ ମା ଏବଂ ଶାଶୁ ଅଟନ୍ତି । ଆଜି ଆମେ ଆପଣଙ୍କୁ ବଲିଉଡର ଏହିପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ।

ଅଶୀ ଦଶକର ସୁନ୍ଦରୀ ଅଭିନେତ୍ରୀ ଜୟା ପ୍ରଦା ନିଜ ସୁନ୍ଦରତା ସହ ଅଭିନୟରେ ମଧ୍ୟ ଦର୍ଶକଙ୍କ ହୃଦୟ ଜିତୁଥିଲେ ।ତାଙ୍କର ନିଜର କୌଣସି ସନ୍ତାନ ନ ଥିଲେ ମଧ୍ୟ, ସେ ଅନେକ ବର୍ଷ ତଳେ ପୁଅ ସିଧୁଙ୍କୁ କୋଳକୁ ନେଇଥିଲେ । ସେ ମଧ୍ୟ ଜଣେ ଅଭିନେତା । ସିଧୁ ତାଙ୍କ ପିତାମାତାଙ୍କ ପସନ୍ଦର ଝିଅକୁ ବିବାହ କରି ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ବଲିଉଡ ଅଭିନେତ୍ରୀ ହିମାନୀ ଶିବପୁରୀ ଜଣେ ଭଲ ସହ ଜଣେ ଖରାପ ଶାଶୁଙ୍କ ଚରିତ୍ରରେ ମଧ୍ୟ ଅଭିନୟ କରି ସାରିଛନ୍ତି । ତାଙ୍କ ପୁଅ କଥାୟନ ଶିବପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ନିଜ ବିଜନେସ ସମ୍ଭାଳୁଛନ୍ତି । ସେ ମଧ୍ୟ ନିଜ ପିତାମାତାଙ୍କ ପସନ୍ଦର ଝିଅଙ୍କୁ ବିବାହ କରିଛନ୍ତି । କିନ୍ତୁ ଲାଇମ ଲାଇଟରୁ ଦୂରେଇ ରହୁଥିବା ହେତୁ ତାଙ୍କର କୌଣସି ଫଟୋ ଗୁଗୁଲରେ ମଧ୍ୟ ନାହିଁ ।

‘ତେରି ମେହେରବାନିୟା’ ଓ ‘ୟେ ବାଦା ରହା’ ଭଳି ଫିଲ୍ମରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ ଅଭିନେତ୍ରୀ ପୁନମ ଢିଲୋ । ତାଙ୍କ ପୁଅ ଅନମୋଲ ଥକେରିୟା ଏବେ ଫିଲ୍ମରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଶୁଣାଯାଉଛି କି ସେ ଖୁବ ଶୀଘ୍ର ସଞ୍ଜୟ ଲୀଳା ଭଂଶାଳୀଙ୍କ ଗୋଟିଏ ଫିଲ୍ମରେ ନଜର ଆସିବେ । ଆଉ ଅନମୋଲ ଏବେ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି । ଅଭିନେତ୍ରୀ ନୂତନ ମଧ୍ୟ ୬୦ ଦଶକରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ସମସ୍ତଙ୍କ ହୃଦୟ ଜିତି ପାରିଥିଲେ ।

ତାଙ୍କ ପୁଅ ମନିଷ ବେହେଲ, ପେଶାରେ ଜଣେ ଅଭିନେତା । ନୂତନଙ୍କ ବୋହୂ ଏକତା ସୋନି ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି । ପଦ୍ମିନୀ କୋହ୍ଲାପୁରେ ବଲିଉଡର ନାମିଦାମି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । ପଦ୍ମିନୀଙ୍କ ପୁଅ ପ୍ରିୟାଙ୍କ ଶର୍ମା ମଧ୍ୟ ଜଣେ ଅଭିନେତା । ପ୍ରିୟାଙ୍କ ଚଳିତ ବର୍ଷ ବିଜନେସମ୍ୟାନ ଏବଂ ଡାଇରେକ୍ଟର ସାଜା ମୋରାନୀଙ୍କୁ ବିବାହ କରିଛନ୍ତି । ବୋହୂଙ୍କ ସହ ପଦ୍ମିନୀଙ୍କ ଖୁବ ଭଲ ସମ୍ପର୍କ । ସେମାନଙ୍କୁ ଏକାଠି ଅନେକ ଥର ଦେଖିବାକୁ ମିଳେ ।

ବଲିଉଡରେ ନିଜକୁ ଜଣେ ସଫଳ ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ କରି ପାରିଥିବା ନିତୁ କପୁରଙ୍କୁ କିଏ ନ ଜାଣେ । ଆଉ ତାଙ୍କ ପୁଅ ରଣବିର କପୁର ମଧ୍ୟ ଜଣେ ସୁପ୍ରତିଷ୍ଠିତ ଅଭିନେତା ଭାବେ ନିଜକୁ ପ୍ରତିପାଦିତ କରି କରିଛନ୍ତି । ନିତୁ କପୁରଙ୍କ ପୁଅ ରଣବିର କପୁର ଏବେ ତାଙ୍କ ହେବାକୁ ଥିବା ବୋହୂ ଆଲିଆ ଭଟ୍ଟଙ୍କ ସହ ଫିଲ୍ମ ବ୍ରହ୍ମାସ୍ତ୍ର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଖୁବ ଶୀଘ୍ର ଆଲିଆ ଏବଂ ରଣବିର ବିବାହ କରିବେ । ନିତୁ କପୁର ଏବେ ଠୁ ଆଲିଆ ଭଟ୍ଟଙ୍କୁ ଖୁବ ପ୍ରେମ କରନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।