ପାଣି ବା କ୍ଷୀର ସହିତ ଖାଇ ନିଅନ୍ତୁ ଏହି 3 ଟି ଜିନିଷ, 7 ଦିନରେ ହିଁ Calcium ର ଅଭାବ ହେବ ଦୂର (Health Tips)

ବୟସ ବଢିବା ସହ ଆମ ଶରୀରରେ କ୍ୟାଲସିୟମର ଅଭାବ ଦେଖା ଦେଇଥାଏ । ଯାହାଫଳରେ ଆମ ଶରୀରେ ହାଡ ଦୁର୍ବଳ ହୋଇଯିବା, ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା, କେଶ ଝଡିବା, ଦାନ୍ତ ଦୁର୍ବଳ ହେବା ଓ ତ୍ଵଚା ଶୁଷ୍କ ହେବା ଆଦି ଅନେକ ପ୍ରକାରର ରୋଗ ଦେଖା ଦେଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଯାହାଦ୍ଵାର ଆପଣ ନିଜ ଶରୀରରେ କ୍ୟାଲସିୟମ ଅଭାବକୁ ପୂରଣ କରିପାରିବେ । ଚାଲନ୍ତୁ ଜାଣିବା ଏଥିପାଇଁ କ୍ଷୀରରେ କେଉଁ ଜିନିଷ ମିଶାଇ ସେବନ କରିବେ ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ବାଦାମ ବା ଆଲାମଣ୍ଡ । ଆଲାମଣ୍ଡରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ, ଆଇରନ ଓ ମ୍ୟାଗ୍ନେସିୟମ ଥାଏ । ଯାହା ଆପଣଙ୍କ ମାଂସପେଶୀ ଓ ହାଡକୁ ଶକ୍ତ କରିଥାଏ, ଶରୀରରେ ଶକ୍ତି ଦେଇଥାଏ ଓ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାସହ ଆପଣଙ୍କ ଆଖି ଓ ମସ୍ତିଷ୍କ ପାଇଁ ମଧ୍ୟ ଏହା ଖୁବ ଲାଭଦାୟକ ହୋଇଥାଏ ।

ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ପପି ସିଡ୍ସ ବା ପୋସ୍ତ । ଏଥିରେ ମଧ୍ୟ ଭରପୁର ମାତ୍ରାରେ କ୍ୟାଲସିୟମ, ଓମେଗା-୩, ଫ୍ୟାଟି ଏସିଡ, ଓ ଫାଇବର ରହିଥାଏ ଓ ଏହିସବୁ ତତ୍ତ୍ଵ ଆମ ଶରୀର ପାଇଁ ଅନେକ ମାତ୍ରାରେ ଲାଭଦାୟକ ହୋଇଥାଏ । ହାଡ ସହ ଆମ ପେଟଜନିତ ସମସ୍ଯା ମଧ୍ୟ ଦୂର କରିଥାଏ ଓ ଏହା ଆମ ତ୍ଵଚା ଓ କେଶ ପାଇଁ ମଧ୍ୟ ଲାଭଦାୟକ ଅଟେ ।

ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଧଳା ତିଳ ବା ରାଶି । ଏହା ମଧ୍ୟ ଆମ ଶରୀରରେ କ୍ୟାଲସିୟମ ଅଭାବକୁ ଶୀଘ୍ର ଦୂର କରିଥାଏ । ଆପଣ ୫ଟି ଆଲମଣ୍ଡ ଓ ଏକ ଚାମୁଚ ପୋସ୍ତ ନେଇ ଏକ ହେମଦସ୍ତାରେ ଭଲ ଭାବେ କୁଟି ଦିଅନ୍ତୁ ଓ ଏହାକୁ ଏକ ଗ୍ଳାସ କ୍ଷୀରରେ ମିଶାଇ ଏକ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ । ରାତ୍ରିଭୋଜନ କରିବାର ଏକ ଘଣ୍ଟା ପରେ ଏହି ମିଶ୍ରଣକୁ ସେବନ କରନ୍ତୁ । ଦେଖିବେ ଏହାଦ୍ବାରା ଆପଣଙ୍କ କ୍ୟାଲସିୟମ ଅଭାବ ପୂରଣ ହେବା ସହ ଦୁର୍ବଳ ଲାଗିବା, ରକ୍ତଚାପ ଓ ଆହୁରି ଅନେକ ଶାରୀରିକ ସମସ୍ଯା ଶୀଘ୍ର ଭଲ ହୋଇଯିବ ।

ଆଉ ଏକ ଉପାୟ ହେଉଛି ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଚାମୁଚ ଧଳା ରାଶି ନେଇ ଅଳ୍ପ ପାଣିରେ ଭିଜାଇ ରଖନ୍ତୁ ଓ ସକାଳେ ମିଶ୍ରି ସହ ଏହାକୁ ଚୋବାଇ ଖାଆନ୍ତୁ । ଏହାଦ୍ବାରା ମଧ୍ୟ ଆପଣଙ୍କ କ୍ୟାଲସିୟମ ଅଭାବ ଦୂର ହେବା ସହ ଶରୀରର ଆହୁରି ଅନେକ ସମସ୍ଯା ସମାଧାନ ହୋଇଯିବ ।

ଏହା ବ୍ଯତୀତ ଶରୀରରେ କ୍ୟାଲସିୟମ ବୃଦ୍ଧି କରିବା ପାଇଁ ଆପଣ କ୍ଷୀର ତଥା କ୍ଷୀର ଜାତୀୟ ପଦାର୍ଥ, ପତ୍ର ଥିବା ପରିବା, ଭେଣ୍ଡି, ତିଳ, ମୁଗ ଡାଲି, ଚଣା ଡାଲି, ହରଡ ଡାଲି, ସୋୟାବିନ ଆଦି ମଧ୍ୟ ସେବନ କରିବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।