Bollywood ର କିନ୍ନର ! Akshay ଙ୍କ ଠାରୁ ନେଇ Paresh ଙ୍କ ପର୍ଯ୍ୟନ୍ତ Bollywood ର ଏହି ସବୁ ଷ୍ଟାର, ନମ୍ବର 1 ଙ୍କୁ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

“ସଜ ରହେ ଗଲି ମେରି ଅମ୍ମା” କୁଆଁରା ବାପ୍ ଫିଲ୍ମର ଏହି ଗୀତରେ କିଛି ଟ୍ରାନ୍ସଜେଣ୍ଡର ବା କିନ୍ନର ହାଁ ଜୀ କରୁଥିବାର ଶୁଣାଯାଏ । ଅତୀତର ଏହି ସ୍ଵର ବର୍ଷ ବର୍ଷ ଷଋ ବଲିଉଡରେ ପ୍ରସ୍ତିଦ୍ବନିତ ହେଉଛି । ସେହିପରି “ତାୟବ ଅଲ୍ଲୀ ପୟାର କା ଦୁଶମାନ” ଗୀତରେ କିନ୍ନରଙ୍କୁ ହାଏ ହାଏ କରୁଥିବାର ଦେଖିବାକୁ ମିଳେ । ଅତୀତରେ ଫିଲ୍ମ ମାନଙ୍କରେ କିନ୍ନରଙ୍କ ଭୂମିକା କେବଳ ହାସ୍ୟରସ ପାଇଁ ଦେଖା ଯାଉଥିଲା । କିନ୍ତୁ ପରେ କିନ୍ନରଙ୍କ ଚରିତ୍ର କିଛି ଏଭଳି ଭାବେ ଦେଖାଗଲା ଯାହାଙ୍କ ବିନା ଫିଲ୍ମ ଅଧୁରା ରହିଯିବ ।

ଏହି କିନ୍ନର ଭୂମିକାରେ ଅଭିନୟ କରୁଥିବା ଅଭିନେତା କେତେବେଳେ ହସାନ୍ତି ତ କେତେବେଳେ କନ୍ଦାନ୍ତି । ଆଉ କେତେବେକେ ଏମିତି ଡରାନ୍ତି ଯେ ବଡ ବଡ ଅଭିନେତା ମାନେ ମଧ୍ୟ ତାଙ୍କ ଅଭିନୟ ଆଗରେ ତୁଚ୍ଛ ଲାଗନ୍ତି । ଆଜି ଆମେ ଏପରି କିଛି ଅଭିନେତାଙ୍କ ବିଷୟରେ ଜାଣିବା ଯେଉଁମାନେ ବଡ ପରଦାରେ କିନ୍ନର ହୋଇ ଦର୍ଶକଙ୍କୁ ଢେର ସାରା ମନୋରଞ୍ଜନ କରାଇଛନ୍ତି । ବଲିଉଡର ଶ୍ରେଷ୍ଠ ଅଭିନେତା ପରେଶ ରାୱଲ ତମନ୍ନା ଫିଲ୍ମରେ ଜଣେ କିନ୍ନର ଭୂମିକରେ ଅଭିନୟ କରିଥିଲେ ।

ଯିଏ ଏକ ଅନାଥ ଶିଶୁର ରକ୍ଷକ ହୋଇଥିଲେ । ତାଙ୍କର ଅନ୍ୟ ଫିଲ୍ମ ଭଳି ଏଥିରେ ମଧ୍ୟ ସେ ନିଜ ଦକ୍ଷତାକୁ ପ୍ରମାଣ କରିଛନ୍ତି । ଫିଲ୍ମ ‘ସଡକ’ ରେ ସଦାଶିବ ଅମରାପୁରକାର ମହାରାଣୀ ହୋଇଥିଲେ । ତାଙ୍କ ଭୂମିକାକୁ ସେ ଏତେ ନିଖୁଣ ଭାବେ ତୁଲାଇଥିଲେ ଯେ ଲୋକେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ଠାରୁ ଅଧିକ ତାଙ୍କର ଚର୍ଚ୍ଚା କରୁଥିଲେ ।

‘ସବନମ ମୌସୀ’ ଏହି ଫିଲ୍ମରେ ଅଭିନେତା ଆଶୁତୋଷ ରାଣା ସବନମ ମାଉସୀ ଭୂମିକାରେ ଅଭିନୟ କରିଥିଲେ । ରାଜନୀତି ଜଗତରେ ସଫଳ ହୋଇଥିବା ସବନମ ମାଉସୀ ଦେଶର ଅଳ୍ପ କେତେକେ କିନ୍ନରଙ୍କ ମଧ୍ୟରୁ ଅନ୍ଯତମ । ତେଣୁ ଏହି ଫିଲ୍ମଟି ତାଙ୍କ ଉପରେ ଆଧାରିତ ହୋଇଛି । ‘ଦର୍ମିୟାନ’ ଫିଲ୍ମ ଏକ ମା ଏବଂ ପୁଅର କାହାଣୀ । ଯେଉଁଥିରେ ମା’କୁ ହୃଦୟଙ୍ଗମ ହେଉଛି ଯେ ତା’ ପୁଅ ନପୁଂସକ । ଏହି ଭୂମିକରେ ଅଭିନୟ କରିଛନ୍ତି ଆରିଫ ଜକାରିଆ । ଏହି ଫିଲ୍ମରେ ତବ୍ବୁ ଏବଂ କିରଣ ଖେର ମଧ୍ୟ ଅନ୍ୟ ଭୂମିକାରେ ରହିଛନ୍ତି ।

ସେହିପରି ‘ରଜ୍ଜୋ’ ଫିଲ୍ମରେ ଉଭୟ ମଞ୍ଜରେକର ଓ ରବି କିଶନ କିନ୍ନର ଭୂମିକାରେ ନଜର ଆସିଥିଲେ । ଆରମ୍ଭରେ ଏମାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲେ ମଧ୍ୟ ନିଜ ଦମଦାର ଅଭିନୟରେ ସମାଲୋଚକଙ୍କ ପାଟିରେ ତାଲା ପକାଇ ଦେଇଥିଲେ । ସେହିପରି ଫିଲ୍ମ ‘ଲକ୍ଷ୍ମୀ’ ରେ ଅକ୍ଷୟ କୁମାର ମଧ୍ୟ କିନ୍ନର ଭୂମିକାରେ ଅଭିନୟ କରିଥିଲେ ।

ହାସ୍ୟରସ ସହ ଫିଲ୍ମରେ ସେ ଏକ ଦମଦାର ଭୟର ବାତାବରଣ ମଧ୍ୟ ସୃଷ୍ଟି କରିଥିଲେ । ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡି’ ରେ ହାସ୍ୟ ଅଭିନେତା ବିଜୟରାଜଙ୍କୁ ଜଣେ କିନ୍ନର ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲର ଦେଖି ଅନୁମାନ କରାଯାଉଛି ଯେ ଏଥର ବିଜୟରାଜ ନିଶ୍ଚୟ କିଛି ଲଗା କରିବାକୁ ଯାଉଛନ୍ତି । ଆପଣଙ୍କୁ ଏଥିମଧ୍ୟରୁ କେଉଁ କିନ୍ନରଙ୍କ ଭୂମିକା ସବୁଠୁ ଅଧିକ ଭଲଲାଗେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।