ନର୍ସ ହେବତ ଏମିତି ! କଲେ କିଛି ଏମିତି କି ପକ୍ଷାଘାତ ରୋଗୀ ବି ଉଠି ନାଚିବାକୁ ଲାଗିଲେ, ଏହି viral ଭିଡିଓ ଦେଖିଲେ ଆପଣ ବି କରିବେ ପ୍ରଶଂସା !

ଯାହାକୁ ଦେଖ ସିଏ ଏବେ ଏହି ନର୍ସଙ୍କ ପ୍ରଶଂସା କରୁଛନ୍ତି । ଆଉ ସମସ୍ତଙ୍କ ପାଟିରେ ଗୋଟିଏ କଥା କି ନର୍ସ ହେବତ ଏମିତି । ଏହି ଭିଡିଓଟି ଦେଖିବା ପରେ ଆପଣ ବି ନର୍ସ ଜଣଙ୍କୁ ଧନ୍ୟବାଦ ନଦେଇ ରହି ପାରିବେନି । ପକ୍ଷାଘାତ ରୋଗରେ ପୀଡିତ ଜଣେ ରୋଗୀଙ୍କୁ ନର୍ସ ଜଣକ କିଭଳି ବ୍ୟବହାର କରୁଛନ୍ତି ଓ ତାଙ୍କ ସାଙ୍ଗେ କିଭଳି ଡ୍ୟାନ୍ସ କରୁଛନ୍ତି ଆପଣ ଏହି ଭିଡିଓରେ ଦେଖି ପାରୁଥିବେ । ଯାହାର ଦୃଶ୍ୟ ଆପଣ ହୁଏତ କେବେ କେଉଁ ମେଡିକାଲରେ ମଧ୍ୟ ଦେଖି ନଥିବେ ।

ଏପରି ରୋଗୀଙ୍କୁ ଯଦି ଏମିତି ବ୍ୟବହାର କରାଯାଏ ତେବେ ଅଧା ରୋଗ ବିନା ମେଡ଼ିସିନରେ ଭଲ ହୋଇଯିବ । ଏହି ନର୍ସଙ୍କ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି , ଏହି ଭିଡିଓରେ ଆପଣ ଦେଖି ପାରୁଥିବେ କି ନର୍ସ ଜଣକ କିଭଳି ଡ୍ୟାନ୍ସ ମାଧ୍ୟମରେ ରୋଗୀଙ୍କ ହାତ, ଗୋଡ ଇତ୍ୟାଦି ଟିକେ ଚଳପ୍ରଚଳ କରିବା ପାଇଁ ଚେଷ୍ଟା କରୁଛନ୍ତି । ଆଉ ଯାହାର ପ୍ରଭାବ ରୋଗୀଙ୍କ ଉପରେ ପଡୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।

ଏପଟେ ନର୍ସ ଜଣକ ମ୍ୟୁଜିକର ତାଳେ ତାଳେ ହାତ ଦୁଇଟି ହଲାଉଛନ୍ତି ଆଉ ନାଚୁଛନ୍ତି । ଆଉ ସେପଟେ ଆପଣ ଦେଖି ପାରୁଥିବେ କି ପକ୍ଷଘାତରେ ପୀଡିତ ରୋଗୀ ଜଣକ କିଭଳି ଗୋଟିଏ ହାତ ଉଠାଇ ନାଚିବାକୁ ଚେଷ୍ଟା କରୁଛନ୍ତି । ଆଉ ପରେ ପରେ ଦୁଇଟି ହାତ ଉଠାଇ ନାଚୁଛନ୍ତି । ଜଣେ ପକ୍ଷାଘାତ ରୋଗୀଙ୍କ ପାଇଁ ଏହାଠାରୁ ବଡ ଚିକିତ୍ସା ଆଉ କଣ ବା ହୋଇପାରେ ! ଏହି ଭିଡିଓକୁ ଦୀପାଂଶୁ ନାମକ ଜଣେ ବ୍ୟକ୍ତି ଟ୍ବିଟରରେ ପୋଷ୍ଟ କରିଛନ୍ତି ।

ଏହାସହ ସେ କ୍ୟାପସନରେ ଲେଖିଛନ୍ତି କି, “ଏହି ରୋଗ ଭଲ ହୋଇଯିବା ପରେ ସମସ୍ତେ ଡାକ୍ତରଙ୍କୁ ଚିହ୍ନନ୍ତି ଓ ରୋଗ ଭଲ ହେବାପରେ କେବଳ ଡାକ୍ତରଙ୍କୁ ହିଁ ଧନ୍ୟବାଦ ଦିଅନ୍ତି । କିନ୍ତୁ ମେଡିକାଲରେ କାମ କରୁଥିବା ଅନ୍ୟ ଷ୍ଟାଫ ମାନଙ୍କୁ ଲୋକମାନେ ଭୁଲିଯାନ୍ତି । କେହି ସେମାନଙ୍କ ବିଷୟରେ କଥା ହୋଇ ନଥାନ୍ତି । କିନ୍ତୁ ରୋଗୀର ରୋଗ ଭଲ ହେବାର କ୍ଷେତ୍ରରେ ସେମାନଙ୍କ ଭୂମିକା ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଥାଏ ।”

ତେବେ ଏହି ଭିଡିଓ ଦେଖି ଅନେକ ମେଡିକାଲ ଷ୍ଟାଫ ଏବଂ ନର୍ସମାନେ ନିଶ୍ଚୟ କିଛି ଶିକ୍ଷା କରିଥିବେ । ସେମାନେ ରୋଗୀଙ୍କ ସେବାକୁ ବୁଝିବା ଦରକାର ଏବଂ ଲୋକମାନେ ମଧ୍ୟ ଏହିଭଳି ଷ୍ଟାଫଙ୍କୁ ଧନ୍ୟବାଦ ଦେବା ଦରକାର । ଆପଣଙ୍କୁ ଏହି ନର୍ସଙ୍କ ଏହିପରି କାର୍ଯ୍ୟ କେମିତି ଲାଗିଲା ମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।