ଝିଅ ସାମ୍ନାରେ ହିଁ Sweta Tiwari ଙ୍କ ସହ ହେଉଥିଲା ଏମିତି କାମ, ଦୁଇ ଥର ଡିଭୋର୍ସ ହେବା ପରେ ଶ୍ଵେତା ଖୋଲି କହିଲେ ନିଜର କଷ୍ଟ

ଛୋଟ ପରଦାର ବଡ଼ କଳାକାର ଶ୍ୱେତା ତିୱାରୀ ଭୋଜପୁରୀ ସମେତ ବଲିଉଡ୍ ଫିଲ୍ମରେ ମଧ୍ୟ କାର୍ଯ୍ୟ କରିଛନ୍ତି । ନିଜ ଅଭିନୟ ଦ୍ଵାରା ଦେଶର ଲକ୍ଷ ଲକ୍ଷ ଘରେ ନିଜ ପରିଚୟ ସୃଷ୍ଟି କରି ସାରିଥିବା ଶ୍ୱେତା ତିୱାରୀ ମଧ୍ୟ ଘ-ରୋ-ଇ ହିଂ-ସା-ର ଶି-କା-ର ହୋଇ ସାରିଛନ୍ତି ।

ନିକଟ ଅତୀତରେ ହିଁ ଏକ ସ୍ବତନ୍ତ୍ର ସାକ୍ଷାତକାର ସମୟରେ ନିଜ ଭଙ୍ଗା ବିବାହ ଓ ଘ-ରୋ-ଇ ହିଂ-ସା ଉପରେ ଶ୍ୱେତା ତିୱାରୀ ନିଜ ଦୁଃଖ ବ୍ୟକ୍ତ କରିଥିଲେ । ଶ୍ୱେତାଙ୍କ କହିବା ଅନୁଯାୟୀ ଭୁଲ୍ ବ୍ୟକ୍ତିଙ୍କ ସହ ବିବାହ କରିବା ହେତୁ କେବଳ ତାଙ୍କ ଜୀବନ ନୁହେଁ, ମାତ୍ର ତାଙ୍କ ପିଲାମାନଙ୍କ ଜୀବନ ମଧ୍ୟ ଅନେକ ମାତ୍ରାରେ ବରବାଦ ହୋଇଛି ।

ସେ ନିଜ ଦୁଃଖ ବ୍ୟକ୍ତ କରିବା ସମୟରେ କହିଥିଲେ କି ତାଙ୍କ ଝିଅ ପଲକ୍ ତାଙ୍କୁ ମା-ଡ଼ ଖାଉଥିବା ଅବସ୍ଥାରେ ଦେଖିଛି ଓ ସେହି ସମୟରେ ସେ ମାତ୍ର ୬ ବର୍ଷ ବୟସର ଥିଲା । ଏହି ସବୁ ପରେ ଶ୍ୱେତା ନିଜ ଜୀବନରେ ବଡ଼ ପଦକ୍ଷେପ ନେବାକୁ ନିର୍ଣ୍ଣୟ ନେଇଥିଲେ । କିପରି ଘରକୁ ପୋ-ଲି-ସ ଆସୁଛି, ତାଙ୍କ ମାଆ ପୋ-ଲି-ସ ଷ୍ଟେ-ସ-ନ ଯାଉଛି, ଏହି ସବୁ ଡ୍ରାମା ତାଙ୍କ ଝିଅ ପଲକ୍ ଦେଖିଛନ୍ତି ବୋଲି ଶ୍ୱେତା କହିଥିଲେ ।

ଶ୍ୱେତାଙ୍କ କହିବା ଅନୁଯାୟୀ ତାଙ୍କ ୪ ବର୍ଷର ପୁଅ ରେୟାଂଶକୁ ମଧ୍ୟ ଏହି ବିଷୟରେ ସବୁ କିଛି ଜଣା ଅଛି । ତାଙ୍କର ଏତେ ଛୋଟ ପିଲା ପୋ-ଲି-ସ, ଜ-ଜ୍ ସମସ୍ତଙ୍କ ବିଷୟରେ ସବୁ କିଛି ଜାଣିଛି । ଏହା କେବଳ ତାଙ୍କ ଯୋଗୁଁ ନୁହେଁ ବରଂ ତାଙ୍କ ଭୁଲ୍ ବ୍ୟକ୍ତି ସହ ବିବାହ ଯୋଗୁଁ ହୋଇଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ସେ କେବେ ମଧ୍ୟ ବୁଝି ପାରୁ ନ ଥିଲେ ଏପରି ଅ-ପ୍ରୀ-ତିକର ପରିସ୍ଥିତିରୁ ସେ ତାଙ୍କ ପିଲାମାନଙ୍କୁ କିପରି ବଞ୍ଚାଇ ରଖିବେ ।

ଜଣାଇ ରଖୁଛୁ ଯେ ଶ୍ୱେତା ତିୱାରୀଙ୍କ ଦୁଇଟି ସନ୍ତାନ ଅଛନ୍ତି । ବଡ଼ ଝିଅ ପଲକ୍ ର ଜନ୍ମ ତାଙ୍କର ପ୍ରଥମ ପତି ରାଜା ଚୌଧୁରୀଙ୍କ ସହ ବିବାହ ପରେ ହୋଇଥିଲା । ରାଜାଙ୍କ ଉପରେ ଶ୍ୱେତା ଆ-ରୋ-ପ ଲଗାଇଥିଲେ କି ସେ ତାଙ୍କ ସହ ମା-ର-ପି-ଟ୍ କରୁଛନ୍ତି । ପରେ ସେ ତାଙ୍କ ଠୁ ଅଲଗା ମଧ୍ୟ ହୋଇ ଯାଇଥିଲେ । ୨୦୧୩ ମସିହାରେ ଶ୍ୱେତା ଅଭିନବ କୋହଲିଙ୍କୁ ଦ୍ଵିତୀୟ ବିବାହ କରିଥିଲେ ଓ ୨୦୧୬ ମସିହାରେ ପୁଅ ରେୟାଂଶକୁ ଜନ୍ମ ଦେଇଥିଲେ ।

୨୦୧୯ ରେ ଶ୍ୱେତା ଅଭିନବ କୋହଲିଙ୍କ ଉପରେ ମଧ୍ୟ ଘ-ରୋ-ଇ ହିଂ-ସାର ଆ-ରୋ-ପ ଲଗାଇଥିଲେ ଓ ତାଙ୍କ ଠୁ ମଧ୍ୟ ଅଲଗା ହୋଇ ଯାଇଥିଲେ । ସେ କହିଛନ୍ତି ସେ ଭୁଲ ଲୋକଙ୍କ ସହ ବିବାହ କରିଥିଲେ ବୋଲି ବର୍ତ୍ତମାନ ତାଙ୍କ ପିଲା ମାନଙ୍କୁ ଖରାପ ସମୟ ଦେଇ ଯାଉଥିବାର ଦେଖୁଛନ୍ତି । ପିଲାମାନଙ୍କ ଭୁଲ୍ ନ ଥାଇ ମଧ୍ୟ ସେମାନଙ୍କୁ ହସି ହସି ଏତେ ସବୁ ସହିବାକୁ ପଡୁଛି । ଦୁଇ ଦୁଇଟି ବିବାହ ଠୁ ଅଲଗା ହୋଇ ଶ୍ୱେତା ତିୱାରୀ ନିଜେ ଏକା ହିଁ ତାଙ୍କ ପିଲାମାନଙ୍କୁ ପାଳୁଛନ୍ତି । ସେ ଏବେ ପୂର୍ବ ଠାରୁ ଅଧିକ ବୋଲ୍ଡ ଓ ଆକର୍ଷଣୀୟ ଲୁକ୍ ରେ ନଜର ଆସୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।