କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର ! ଏଥର ସପ୍ତାହକୁ ମିଳିବ 3 ଦିନ ଛୁଟି, ଦେଖନ୍ତୁ ଆଉ କଣ ସୁବିଧା ରହିଛି ଏହି ନୂଆ ନିୟମରେ !

କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଥର ଚାରି ଦିନ କାମ ଆଉ ତିନିଦିନ ଛୁଟି । କରୋନାରେ ଧନ ଜୀବନ ହରାଇବା ପରେ ଲୋକେ ମାନସିକ ଚାପରେ ରହିବା ସହ ଦେଶର ଆର୍ଥିକ ସ୍ଥିତି ମଧ୍ୟ ଦେବାଳିଆ ହୋଇପଡିଛି । ଏପରି ସ୍ଥଳେ ଯେଉଁ ମାନବ ସମ୍ବଳକୁ ନେଇ ଦେଶ ଆଗକୁ ବଢୁଛି ସେମାନଙ୍କୁ ଗୁରୁତ୍ଵ ଦେଉଛନ୍ତି କିଛି ଦେଶ । ଆଉ ଏଥିପାଇଁ ଲୋକେ ଯେପରି ଅଧିକ ଚାପରେ ନ ରୁହନ୍ତି ତେଣୁ ଏକାଧିକ ଦେଶରେ ଗୃହିତ ହୋଇଛି ନୂଆ ଶ୍ରମ ଆଇନ । ଏଥିରେ ସାମିଲ ହୋଇଛି ବେଲଜିୟମ ।

ଏଣିକି ବେଲଜିୟମରେ ଲୋକଙ୍କୁ ସପ୍ତାହରେ ମାତ୍ର ୪ଦିନ କାମ କରିବାକୁ ପଡିବ ଓ ୩ଦିନ ଛୁଟି ରହିବ । ଏହି ଛୁଟି ମଧ୍ୟରେ ଯଦି ଅଫିସ ଉଚ୍ଚାଧିକାରୀଙ୍କ ଠାରୁ କିଛି କଲ୍ କିମ୍ବା ମେସେଜ ଯାଏ ତେବେ କର୍ମଚାରୀ ଏହାକୁ ଅଣଦେଖା କରିପାରିବେ ବୋଲି ଘୋଷଣା କରିଛନ୍ତି ବେଲଜିୟମର ପ୍ରଧାନମତ୍ରୀ ଆଲେକଜାଣ୍ଡାର ଡିଗରୁ । କରୋନା ମହାମାରୀ ପରେ ଦେଶର ଅର୍ଥ ବ୍ୟବସ୍ଥା ସହ ଲୋକଙ୍କ ଜୀବନଶୈଳୀରେ ସୁଧାର ଆଣିବାକୁ ଏହିଅପରି ପଦକ୍ଷେପ ନେଇଛନ୍ତି ବେଲଜିୟମ ସରକାର ।

ନିଜ ମନ୍ତ୍ରୀ ପରିଷଦଙ୍କ ସହ ଆଲୋଚନା କରିବା ପରେ ଦେଶର ହିତ ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି ବେଲଜିୟମ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହୁ ନୂଆ ଶ୍ରମ ଆଇନ ବେଶ ଆକର୍ଷଣୀୟ । କାରଣ ଏଥିରେ କାମ କରିବା ଦିନ ଅବଧି ହ୍ରାସ ପାଇଛି । ସପ୍ତାହକୁ ଦିନେ ଦୁଇଦିନ ନୁହେଁ ବରଂ ପୁରା ତିନିଦିନ ଛୁଟି ମିଳିବ ଓ ଏହାସହ କାମ ସରିବା ପରେ ଆଉ ବସ୍ ଙ୍କ କଲ୍ କିମ୍ବା ମେସେଜର ଡର ରହିବ ନାହିଁ ।

କାରଣ ଛୁଟି ମଧ୍ୟରେ ବସ୍ ଙ୍କ କୌଣସି ମେସେଜ ଏବଂ କଲ୍ କୁ କର୍ମଚାରୀ ମାନେ ଆଟେଣ୍ଡ କରିବାକୁ ବାଧ୍ୟ ନୁହନ୍ତି । ଏପରି କଲେ ବସ୍ ମଧ୍ୟ କର୍ମଚାରୀଙ୍କ ଦରମା କାଟି ପାରିବେ ନାହିଁ । ଏହାଦ୍ବାରା କର୍ମଚାରୀ ଚାପମୁକ୍ତ ହେବା ସହ ସେମାନଙ୍କ କାର୍ଯ୍ୟଦକ୍ଷତା ବଢିବ ବୋଲି ପ୍ରଧାନମନ୍ତ୍ରୀ ଡିଗରୁ କହିଛନ୍ତି । ଏହି ନୂଆ ଶ୍ରମ ଆଇନ ମୁତାବକ କର୍ମଚାରୀମାନେ ଗୋଟିଏ ସପ୍ତାହରେ ଆବଶ୍ୟକ ଠାରୁ ଅଧିକ ସମୟ କାର୍ଯ୍ୟ କରି ଆସନ୍ତା ସପ୍ତାହରେ କମ୍ କାମ କରିପାରିବେ ।

ତେବେ ଏହି ସୁବିଧା ଗୁଡିକ କେବଳ ବଡ ବଡ କମ୍ପାନୀ ମାନଙ୍କରେ ଲାଗୁ ହେବ । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସମସ୍ତ କର୍ମଚାରୀ ଏକାସାଙ୍ଗେ ତିନିଦିନ ଛୁଟିରେ ରହିପାରିବେ ନାହିଁ । ଏଥିପାଇଁ ତାଙ୍କୁ ଅଫିସ ମୁଖ୍ୟଙ୍କୁ ଜଣାଇବାକୁ ପଡିବ । ଫଳରେ ଜଣଙ୍କ ଅନୁପସ୍ଥିତିରେ ଅନ୍ୟ କର୍ମଚାରୀ କାମ କରିବେ ।

ତେବେ ବେଲଜିୟମର ଏହି ନୂଆ ସଂସଦରେ ପାରିତ ହେବା ପରେ ଏହାକୁ ଆସନ୍ତା ବର୍ଷ ଠାରୁ ଲାଗୁ କରାଯିବ ବୋଲି ଡିଗରୁ ସୂଚନା ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।