ଆସନ୍ତା 24 ତାରିଖରେ ଏହି ଝିଅଙ୍କୁ ବିବାହ କରିବେ Varun Dhawan, ୫ ଦିନ ପର୍ଯ୍ୟନ୍ତ ଚାଲିବ ସେଲିବ୍ରେସନ, ପଢନ୍ତୁ ବିବାହର ପୁରା ଡିଟେଲ୍ସ

ଅଭିନେତା ବରୁଣ ଧବନ ଓ ତାଙ୍କର ଗର୍ଲଫ୍ରେନ୍ଡ ନତାଶା ଦଲାଲଙ୍କ ସହ ବିବାହକୁ ନେଇ ସବୁବେଳେ ଚର୍ଚା ହେଉଥାଏ । କିନ୍ତୁ ଏହି ସବୁ ମଧ୍ୟରେ ବରୁଣ ଧବନ ଓ ନତାଶା ଦଲାଲଙ୍କ ପରିବାର ଲୋକମାନେ ଏମାନଙ୍କର ବାହାଘର ତାରିଖ ଠିକ କରିଦେଇଛନ୍ତି । ୫ ଦିନ ପର୍ଯ୍ୟନ୍ତ ବାହାଘର କାର୍ଯ୍ୟକ୍ରମକୁ କରିବା ପାଇଁ ସମସ୍ତେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏତିକି ନୁହେଁ ଏଥିପାଇଁ ଏହି ବାହାଘର ନିମନ୍ତେ ବନ୍ଧୁ ଓ ପରିବାର ଲୋକମାନଙ୍କୁ ଅନ୍ଲାଇନ ଆମନ୍ତ୍ରଣ ବି ପଠା ଦିଆଯାଇଛି ।

ଟାଇମ୍ସ ଅଫ ଇଣ୍ଡିଆର ସୂତ୍ର ଅନୁସାରେ କୁହାଯାଉଛି କି ଏହି ବିବାହ ୨୨ ରୁ ୨୬ ଜାନୁଆରୀ ମଧ୍ୟରେ ଅଳିବାଗରେ ଆୟୋଜନ କରାଯିବ । ଏହାର ଅର୍ଥ ଏହା ଅଟେ କି ୫ ଦିନ ପର୍ଯ୍ୟନ୍ତ ବହୁତ ଧୁମଧାମରେ ନତାଶା ଦଲାଲ ଓ ବରୁଣ ଧବନଙ୍କ ବାହାଘର କାର୍ଯ୍ୟକ୍ରମ ଚାଲିବ ।

କହିଦେଉଛୁ କି ବରୁଣ ଧବନ ଓ ନତାଶା ଦଲାଲ ପିଲଦିନୁ ହିଁ ପରସ୍ପରକୁ ଜାଣିଛନ୍ତି । ଜୁନ ୨୦୧୯ରେ ଦୁଇ ଜଣଙ୍କ ବିବାହର ଖବର ବି ସାମ୍ନାକୁ ଆସିଥିଲା । କିନ୍ତୁ କାରୋନା ସଂକ୍ରମଣ କାରଣରୁ ଏହି ଇଭେଣ୍ଟକୁ ଟାଳି ଦିଆଗଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ସଙ୍କଟ ପୁରାପୁରୀ ଟଳି ନାହିଁ । କିନ୍ତୁ ଏହି ସବୁ ସତ୍ବେ ବି ବାହାଘର ପାଇଁ ଏତେ ଅପେକ୍ଷା କରିବା ବି ଉଚିତ ନୁହେଁ । ସେଥିପାଇଁ ବୋଧେ ଏହି ଦମ୍ପତ୍ତି ବିବାହ ପାଇଁ ରାଜି ହୋଇଯାଇଛନ୍ତି ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବରୁଣ ଧବନ କିମ୍ବା ନତାଶା ଦଲାଲଙ୍କ ତରଫରୁ ବିବାହ ଆୟୋଜନର କୌଣସି ବି ପ୍ରକାରର ସୂଚନା ମିଳି ନାହିଁ । ସେମାନ କୌଣସି ବି ପ୍ରକାରର ନିଜର ବିବାହ ଖବର ବିଷୟରେ କାହାକୁ ବି କିଛି କହି ନାହାନ୍ତି । କୁହାଯାଉଛି କି ଏହି ବିବାହ ପଞ୍ଜାବୀ ବାହାଘର ଭଳି ହେବ । ଏହା ଛଡା ଏହା ବି ଶୁଣିବାକୁ ମିଳୁଛି କି ଦୁଇ ଜଣ ୨୪ ଜାନୁୟାରୀ ଦିନ ବିବାହ ବନ୍ଧନରେ ବାନ୍ଧି ହେବେ । ୨୨ – ୨୫ ଜାନୁଆରୀ ପର୍ଯ୍ୟନ୍ତ ବିବାହର ସମସ୍ତ ପରମ୍ପରା ପାଳନ କରାଯିବ ।

ସୂଚନା ଅନୁସାରେ ବରୁଣ ଧବନଙ୍କ ସମ୍ପର୍କୀୟମାନଙ୍କ କହିବା ଅଟେ କି ଆମ ସମସ୍ତଙ୍କୁ ନିମନ୍ତ୍ରଣ ମିଳିସାରିଛି । ମୁଁ ଖୁସି ଅଛି କି ଏହା ସତରେ ହେବାକୁ ଯାଉଛି । କେତେକେ ବଲୀଉଡ ଷ୍ଟାର ବି ଏହି ବିବାହ ଫଙ୍କସନରେ ସାମିଲ ହେବେ । ଡେବିଡ ଧବନଙ୍କ ପୁଅ ବରୁଣ ଧାବନଙ୍କ ବିବାହ ଜୋରଦାରା ହେବାର ଅଛି । ଏହା ବିବାହ ପଞ୍ଜାବୀ ପରମ୍ପରା ଅନୁସାରେ କରାଯାଯିବ ।

ବର୍ଷ ୨୦୨୧ରେ ଏହା ପ୍ରଥମ ଗ୍ରାଣ୍ଡ ୱେଡିଂ ହେବ । ପ୍ରୋଫେସନଲ ବିଷୟରେ କହିବା ତେବେ ବର୍ତ୍ତମାନ ହିଁ କିଛି ଦିନ ତଳେ ବରୁଣ ଧବନଙ୍କ ଫିଲ୍ମ କୁଲି ନମ୍ବର ୧ ରିଲିଜ ହୋଇଥିଲା । ଏହା ଛଡା ‘ଯୁଗ ଯୁଗ ଜିଓ’ ଫିଲ୍ମରେ ବି ବରୁଣ ଧବନ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହିତ ନିତୁ କପୁର ଓ ଅନିଲ କପୁର ବି ନଜର ଆସିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।