ଏକା ସହିତ 2 ଜଣ ହିରୋଇନ ଙ୍କ ସହ ସମ୍ବନ୍ଧ ବନାଉଥିଲେ Nana Patekar, ରଙ୍ଗେ ହାଥ ଧରା ପଡିବା ପରେ ହେଇଥିଲା ଏମିତି ହଙ୍ଗାମା

ବଲିଉଡ ଦୁନିଆରେ ଚମକର କୌଣସି ଅଭାବ ନାହିଁ । ଏଠି ଗ୍ଲାମର ଖୁନ୍ଦି ହୋଇ ରହିଛି । ଏପରି ସ୍ଥିତିରେ ଏକାଠି କାମ କରୁଥିବା ବେଳେ ହିରୋ ଓ ହିରୋଇନ ପରସ୍ପରର ନିକଟତର ହୋଇଯାନ୍ତି ।

ଫିଲ୍ମି ଦୁନିଆରେ ସେଲିବ୍ରିଟି ମାନଙ୍କର ଲଭ ଆଫେୟାର, ଧୋକା ଓ ବ୍ରେକଅଫର କାହାଣୀ ଖୁବ ସ୍ଵାଭାବିକ ଅଟେ । ଏଠାରେ କାମ କରୁଥିବା ପ୍ରାୟ ସବୁ ଅଭିନେତାଙ୍କ ନାମ କେଉଁ ନା କେଉଁ ଅଭିନେତ୍ରୀଙ୍କ ସହ ଯୋଡି ହୋଇ ସାରିଛି । ଏପରିକି ବଲିଉଡର ମହାନାୟକ ନାନା ପାଟେକର ମଧ୍ୟ ଏଥିରୁ ବଞ୍ଚିତ ରହି ନାହାନ୍ତି । ନାନା ପାଟେକର ବଲିଉଡର ବଡ ବଡ ନାମ ମଧ୍ୟରୁ ଅନ୍ଯତମ ।

ଇଣ୍ଡଷ୍ଟ୍ରିରେ ତାଙ୍କର ବହୁତ ଇଜ୍ଜତ ଅଛି ଓ ଲୋକ ତାଙ୍କୁ ସମ୍ମାନ ଦୃଷ୍ଟିରେ ଦେଖନ୍ତି । ତାଙ୍କର ଫିଲ୍ମି କ୍ଯାରିଅର ଖୁବ ଶାନଦାର ରହିଛି । କିନ୍ତୁ ଏକ ସମୟରେ ନାନା ସେତେବେଳର ଅଭିନେତ୍ରୀ ଆୟେଶା ଝୁଲକାଙ୍କ ସହ ପ୍ରେମକୁ ନେଇ ଚର୍ଚ୍ଚାରେ ଥିଲେ ।

ନାନା ନିଜ ପ୍ରେମିକା ଆୟେଶାଙ୍କ ସହ ଲିଭ ଇନ ରିଲେସନଶିପରେ ମଧ୍ୟ ରହିବା ଆରମ୍ଭ କରି ଦେଇଥିଲେ । କିନ୍ତୁ ନାନା ଙ୍କର ଗୋଟିଏ ଭୁଲ ଯୋଗୁଁ ଏହି ସମ୍ପର୍କ ଭାଙ୍ଗି ଯାଇଥିଲା । କଥା ଟି ହେଉଛି, ଆୟେଶା ଝୁଲକାଙ୍କ ପୂର୍ବରୁ ନାନା ପାଟେକର ଅଭିନେତ୍ରୀ ମନୀଷା କୋଇରାଲାଙ୍କୁ ଡେଟ କରୁଥିଲେ । ଏହା ମଧ୍ୟରେ ବଲିଉଡରେ ଏଣ୍ଟ୍ରି କରିଥିଲେ ଆୟେଶା । ଆୟେଶା ସେହି ସମୟରେ ଦେଖିବାକୁ ଖୁବ ସୁନ୍ଦର ଥିଲେ ଓ ତାଙ୍କ ସୁନ୍ଦରତାକୁ ଦେଖି କେବଳ ନାନା ନୁହେଁ ବରଂ ଆହୁରି କେତେ ବଡ ବଡ ଷ୍ଟାର ମଧ୍ୟ ଫିସଲି ଯାଉଥିଲେ ।

ଆୟେଶା ‘ଆଞ୍ଚ’ ଫିଲ୍ମରେ ନାନା ପାଟେକରଙ୍କ ସହ କାମ କରିଥିଲେ । କୁହାଯାଏ କି ଏହି ଫିଲ୍ମ ସମୟରେ ଦୁହିଁଙ୍କ ମଧ୍ୟରେ ନିକଟତା ବଢିଥିଲା ଓ ସେମାନଙ୍କ ଲଭ ଆଫେୟାର କଥା ମଧ୍ୟ ଚାରିଆଡେ ଚର୍ଚ୍ଚା ହେଉଥିଲା । ଏହି ଲଭ ଷ୍ଟୋରିରେ ତଡକା ସେତେବେଳେ ଲାଗିଥିଲା ଯେତେବେଳେ ନାନାଙ୍କ ପ୍ରେମିକା ମନୀଷା କୋଇରାଲା ନାନାଙ୍କୁ ଆୟେଶାଙ୍କ ସହ ସିଧାସଳଖ ଧରିଥିଲେ । ସେତେବେଳେ ମନୀଷା ନାନାଙ୍କୁ ଡେଟ କରୁଥିଲେ ।

ସେତେବେଳେ ନାନାଙ୍କୁ ଅନ୍ୟ ଜଣେ ସ୍ତ୍ରୀର ବାହୁରେ ଦେଖି ମନୀଷାଙ୍କ ହୃଦୟ ଭାଙ୍ଗି ଯାଇଥିଲା ଓ ଏହା ଦେଖି ସେ ଖୁବ ରାଗି ଯାଇଥିଲେ ମଧ୍ୟ । କେବଳ ଏତିକି ନୁହେଁ ଏହି ଦୁଇ ଅଭିନେତ୍ରୀଙ୍କ ମଧ୍ୟରେ ଖୁବ ଝଗଡା ମଧ୍ୟ ହୋଇଥିଲା । ସେହି ସମୟରେ ମନୀଷା ଆୟେଶାଙ୍କୁ ଖୁବ କଟୁ କଥା ଶୁଣାଇଥିଲେ । ନାନାଙ୍କ ଆଫେୟାରର ସତ୍ୟତା ବାହାରକୁ ଆସିବା ମାତ୍ରେ ମନୀଷାଙ୍କ ସହ ତାଙ୍କ ସମ୍ପର୍କ ଖରାପ ହୋଇ ଯାଇଥିଲା ଓ ଫଳସ୍ଵରୂପ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।

ମନୀଷାଙ୍କ ସହ ବ୍ରେକଅଫ ପରେ ନାନା, ଆୟେଶାଙ୍କ ସହ ନିଜ ରିଲେସନଶିପ ପବ୍ଲିକ କରି ଦେଇଥିଲେ । ଏବେ ଦୁହେଁ ଆଉ ଲୁଚି ଲୁଚି ନୁହେଁ, ବରଂ ଖୋଲା ଖୋଲି ମିଶିବାକୁ ଲାଗିଲେ । ଏହା ସହ ସେମାନେ ଏକା ସାଥିରେ ଲିଭ ଇନ ରିଲେସନଶିପରେ ମଧ୍ୟ ରହିବା ଆରମ୍ଭ କରିଦେଲେ । ସମସ୍ତଙ୍କୁ ଲାଗୁଥିଲା କି ନାନା ଓ ଆୟେଶା ଆଗକୁ ବିବାହ କରିବେ ବୋଲି, କିନ୍ତୁ ଭାଗ୍ୟରେ ଅନ୍ୟ କିଛି ଲେଖା ଥିଲା ।

ନାନାଙ୍କ ସହ କିଛି ସମୟ ରହିବା ପରେ ଆୟେଶା ମଧ୍ୟ ତାଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ । କାରଣ ଏକ ଫିଲ୍ମ ଶୁଟିଙ୍ଗ ସମୟରେ ନାନା ଆୟେଶାଙ୍କ ଉପରେ ହାତ ଉଠାଇ ଦେଇଥିଲେ ଓ ଆୟେଶାଙ୍କୁ ଏହା ଭଲ ଲାଗି ନ ଲାଗିବାରୁ ସେ ନାନାଙ୍କ ସହ ବ୍ରେକଅଫ କରି ଦେଇଥିଲେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।