ଏମିତି ଜଣେ ଦେହଜୀବୀ ଯିଏ ଭାରତର ପ୍ରଧାନମନ୍ତ୍ରୀଙ୍କୁ କରିଥିଲେ Propose, ଯାହାଙ୍କୁ ପ୍ରଧାନ ମନ୍ତ୍ରୀ ଡ଼ାକିଥିଲେ ନିଜ ଘରକୁ !

ହିରୋଇନ ହେବାର ସ୍ଵପ୍ନ ତାଙ୍କୁ ମାୟାନଗରୀକୁ ଟାଣି ଆଣିଥିଲା । ହେଲେ ସମୟଚକ୍ରରେ ପ୍ରତାରଣାର ଶିକାର ହୋଇ ସେ ଦେହଜୀବୀ ପାଲଟିଗଲେ । ବାଧ୍ୟ ବାଧକତାରେ ଏହି ପେଶାକୁ ଆପଣେଇଥିଲେ ମଧ୍ୟ କିଛିଦିନ ମଧ୍ୟରେ ସେ ନିଜର ଏକ ବଡ କୋଠା ତିଆରି କରିଦେଲେ । ନିଜ ଦମଦାର ଲୁକ୍ ପାଇଁ ସେ ଖୁବ ଚର୍ଚ୍ଚିତ ଥିଲେ । ଏମିତିକି ରାଜନୀତିରେ ମଧ୍ୟ ତାଙ୍କର ଦବଦବା ଥିଲା । କ୍ୟାମେରା ସାମ୍ନାରେ ଅଭିନୟ କରିବା ପାଇଁ ସ୍ଵପ୍ନ ଦେଖିଥିବା ଏହି ମହିଳା କୋଠିର ରାଣୀ ମହୁମାଛି ହୋଇଗଲେ ।

କୁହାଯାଏ କି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ବିବାହ କରିବା ଲାଗି ପ୍ରସ୍ତାବ ଦେଇଥିଲେ । ଯାହାକୁ ନେଇ ପରେ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା । ତେବେ ଆମେ କହୁଛୁ ଗଙ୍ଗୁବାଇଙ୍କ କଥା । ଆସନ୍ତା ୨୫ ତାରିଖରେ ତାଙ୍କ ଆତ୍ମକାହାଣୀ ଉପରେ ଏକ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ଅଭିନେତ୍ରୀ ଆଲିଆ ଭଟ୍ଟ ଗଙ୍ଗୁବାଇଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ତେବେ ଗଙ୍ଗୁବାଇ ଜଣେ ଖୁବ ଉଦାରବାଦୀ ମଣିଷ ଥିଲେ ।

ଦେହଜୀବୀଙ୍କୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରିବା ସହ ସେ ସରକାରଙ୍କ ବିରୋଧରେ ସ୍ଵର ମଧ୍ୟ ଉଠାଇଥିଲେ । କୁହାଯାଏ କି ସେତେବେଳେ ଗଳି ଗଳିରେ ତାଙ୍କୁ ସମସ୍ତେ ଜାଣିଥିଲେ । ଏମିତିକି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ତାଙ୍କୁ ବାସଭବନକୁ ନିମନ୍ତ୍ରଣ କରିଥିଲେ । ଆଉ ଏହି ସମୟରେ ଗଙ୍ଗୁବାଇ କୁଆଡେ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

ଗଙ୍ଗୁବାଇଙ୍କ ସ୍ଵପ୍ନ ଥିଲା ସେ ଫିଲ୍ମରେ ଅଭିନୟ କରିବେ , ହେମା ମାଳିନୀଙ୍କର ସେ ଜବରଦସ୍ତ ଫ୍ୟାନ ମଧ୍ୟ ଥିଲେ । ଏହି ସମୟରେ ସେ ପ୍ରେମରେ ପଡିଥିଲେ କିନ୍ତୁ ତାଙ୍କ ପରିବାର ଲୋକ ଏହାକୁ ସ୍ବୀକୃତି ଦେଲେ ନାହିଁ । ହେଲେ ସେ ପ୍ରେମରେ ଏମିତି ଅନ୍ଧ ହୋଇଥିଲେ ଯେ ପ୍ରେମିକଙ୍କ ସହ ଘର ଛାଡି ମୁମ୍ବାଇ ଚାଲି ଆସିଥିଲେ । କିନ୍ତୁ ଏହାପରେ ତାଙ୍କ ପ୍ରେମିକ ତାଙ୍କୁ ମାଉସୀ ଘରେ ରଖିବେ କହି ଜଣେ ଦେହଜୀବୀଙ୍କୁ ୫୦୦ ଟଙ୍କାରେ ବିକି ଦେଇଥିଲେ ।

ଗଙ୍ଗୁବାଇ ପ୍ରଥମେ ବିରୋଧ କରିଥିଲେ ମଧ୍ୟ ଶେଷରେ ବାଧ୍ୟ ହୋଇ ତାଙ୍କୁ ରେଡଲାଇଟ ଏରିଆରେ ରହିବାକୁ ପଡିଥିଲା । ତେବେ ଇତମଧ୍ୟରେ ସ୍ଥାନୀୟ ମାଫିଆ ଡନ୍ ଙ୍କୁ ଭାଇ ବନେଇ ଦେଇଥିଲେ ଗଙ୍ଗୁବାଇ । ତେବେ ସରକାର ସେହି ସମୟରେ ସେହି ଇଲାକାରୁ ରେଡଲାଇଟ ଏରିଆ ଉଠାଇବା ନିଷ୍ପତ୍ତି ନେବା ପରେ ଦେହଜୀବୀଙ୍କ ପାଇଁ ଖୁବ ଲଢିଥିଲେ ଗଙ୍ଗୁବାଇ ।

ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ଓ ସେହି ସ୍ଥାନରୁ ରେଡଲାଇଟ ଏରିଆ ଉଚ୍ଛେଦ କଲେ ଦେଶରେ ଅଧିକ ଦୁଷ୍କର୍ମ ବୃଦ୍ଧି ପାଇବ ଏବଂ ଦେହଜୀବୀଙ୍କୁ କେହି ବିବାହ କରିବାକୁ ପସନ୍ଦ କରିବେ ନାହିଁ ଯାହା ଫଳରେ ହଜାର ହଜାର ଦେହଜୀବୀ ରୋଜଗାର ଶୂନ୍ୟ ହୋଇଯିବେ ବୋଲି ସେ ବୁଝାଇଥିଲେ । ତେବେ ସେ ଜଣେ ଏମିତି ଦେହଜୀବୀ ଥିଲେ ଯାହାଙ୍କୁ ନେଇ ଏବେବି ଚର୍ଚ୍ଚା ଚାଲିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।