Bollywood ର ସୁପରହିଟ ଫିଲ୍ମ “ଦିଲ ହୈ ତୁମ୍ହାରା” ରୁ ଫେମସ ହୋଇଥିବା ଷ୍ଟାର ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପାର୍ଟନର

‘ଦିଲ ଲଗା ଲିୟା, ମୈଂନେ ତୁମସେ ପ୍ୟାର କର କେ’ ଏହି ସୁପରହିଟ ଗୀତ ୨୦୦୨ରେ ରିଲିଜ ହୋଇଥିବା ଫିଲ୍ମ ‘ଦିଲ ହୈ ତୁମ୍ହାରା’ର ଅଟେ । ଯାହାର କାହାଣୀ ବହୁତ ଭଲ ଥିଲା ଏହା ସହିତ ଏହାର ଗୀତ ବି ଆହୁରି ଅଧିକ ସୁନ୍ଦର ଥିଲା । ଯାହାକୁ ଆଜି ବି ଦର୍ଶକମାନେ ଶୁଣିବାକୁ ପସନ୍ଦ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଫିଲ୍ମ ବିଷୟରେ ନୁହେଁ ଅଥବା ଏହି ଫିଲ୍ମରେ ନଜର ଆସିଥିବା କଳାକାରମାନଙ୍କର ରିୟଲ ଲାଇଫ ପାର୍ଟନରଙ୍କ ବିଷୟରେ କହିବୁ ।

ଆଲୋକ ନାଥ- ଏହି ଫିଲ୍ମରେ ଦେବ ଖନ୍ନାଙ୍କ ପିତାଙ୍କ କିରଦାରରେ ଅଭିନେତା ଆଲୋକ ନାଥ ନଜର ଆସିଥିଲେ । ଯିଏ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର ଦିବାନା କରି ଦେଇଥିଲେ ।

କିନ୍ତୁ ଯଦି ତାଙ୍କର ରିୟଲ ଲାଇଫ ପାର୍ଟନରଙ୍କ ବିଷୟରେ କହିବା ତେବେ ତାଙ୍କର ପତ୍ନୀଙ୍କ ନାଁ ଆଶୁ ସିଂହ ଅଟେ । ଯାହାଙ୍କ ସହିତ ସେ ୧୯୮୭ରେ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ବି ଅଛି । ବର୍ତ୍ତମାନ ଆଲୋକ ନାଥ ନିଜର ପରିବାର ସହିତ ବହୁତ ଖୁସିରେ ଅଛନ୍ତି ।

ରେଖା

ଏହି ଫିଲ୍ମରେ ସରିତାଙ୍କ କିରଦାରରେ ନଜର ଆସିଥିବା ରେଖାଙ୍କ ସ୍ଵାମୀଙ୍କ ନାଁ ହେଉଛି ମୁକେଶ ଅଗ୍ରୱାଲ । ମୁକେଶ ଅଗ୍ରୱାଲ ଓ ରେଖା ୧୯୯୦ରେ ବିବାହ କରିଥିଲେ । କିନ୍ତୁ ଦୁଃଖର କଥା ଏହା ଅଟେ କି ବିବାହର ବର୍ଷକ ମଧ୍ୟରେ ହିଁ ଅଭିନେତ୍ରୀ ରେଖାଙ୍କ ସ୍ଵାମୀଙ୍କର ଦେହାନ୍ତ ହୋଇଗଲା । ଏହା ପରେ ରେଖା କାହାକୁ ବି ବିବାହ କରି ନାହାନ୍ତି ।

ପ୍ରୀତି ଜ଼ିଂଟା

ଫିଲ୍ମର ମୁଖ୍ୟ ଅଭିନେତ୍ରୀ ରୂପରେ ପ୍ରୀତି ଜ଼ିଂଟା ନଜର ଆସିଥିଲେ । ଯଦି ତାଙ୍କର ରିୟଲ ଲାଇଫ ପାର୍ଟନରଙ୍କ ବିଷୟରେ କହିବା ତେବେ ତାଙ୍କ ସ୍ଵାମୀଙ୍କ ନାଁ Gene Goodenough ଅଟେ । ଯାହାଙ୍କ ସହିତ ପ୍ରୀତି ଜ଼ିଂଟା ୨୦୧୬ରେ ବିବାହ କରିଥିଲେ ଓ ଆଜି ପ୍ରୀତି ଜ଼ିଂଟା ନିଜ ସ୍ଵାମୀଙ୍କ ସହିତ ଆମେରିକାରେ ବହୁତ ଖୁସିରେ ଅଛନ୍ତି । ଆପଣଙ୍କୁ କହିଦେଉଛୁ କି ପ୍ରୀତି ଜ଼ିଂଟାଙ୍କ ସ୍ଵାମୀ ଆମେରିକାର ଭାଇସ ପ୍ରେସଡ଼ିଏଣ୍ଟ ଅଟନ୍ତି ଓ ଫାଇନେଂସିୟଲ ଏନାଲିସ୍ଟ ଅଟନ୍ତି ।

ଅର୍ଜୁନ ରାମପାଲ

ଅଭିନେତା ଅର୍ଜୁନ ରାମପାଲ ଫିଲ୍ମରେ ଦେବ ଖନ୍ନାଙ୍କର ମୁଖ୍ୟ କିରଦାରରେ ନଜର ଆସିଥିଲେ । ଯଦି କଥାବାର୍ତ୍ତା କରିବା ଏହି ଦମଦାର ଅଭିନେତାଙ୍କ ରିୟଲ ଲାଇଫ ପାର୍ଟନରଙ୍କ ବିଷୟରେ ତେବେ ତାଙ୍କର ପତ୍ନୀଙ୍କ ନାଁ ମେହର ଜେସିୟା । ଅର୍ଜୁନ ଓ ମେହର ୧୯୯୮ରେ ବିବାହ କରିଥିଲେ । କିନ୍ତୁ ୨୦୧୯ରେ ଦୁଇ ଜଣଙ୍କର ଛାଡପତ୍ର ହୋଇଗଲା ଓ ବର୍ତ୍ତମାନ ସମୟରେ ଅର୍ଜୁନ ମଡେଲ ଓ ଅଭିନେତ୍ରୀ Gabriella Demetriadesଙ୍କୁ ଡେଟ କରୁଛନ୍ତି ।

ମହିମା ଚୌଧରୀ

ଏହି ଫିଲ୍ମରେ ମହିମା ଚୌଧରୀ ସହ କଳାକର ରୂପରେ ନଜର ଆସିଥିଲେ । କହିଦେଉଛୁ କି ମହିମା ଚୌଧରୀ ବବି ମୁଖାର୍ଜୀଙ୍କୁ ୨୦୦୬ରେ ବିବାହ କରିଥିଲେ ଓ ବିବାହ ପରେ ଏମାନଙ୍କର ଗୋଟିଏ ଝିଅ ହୋଇଛି । କିନ୍ତୁ କିଛି ସମୟ ପରେ ଏହି ଦମ୍ପତ୍ତି ପରସ୍ପର ଠାରୁ ତଲାକ ନେଇଗଲେ ।

ଜିମ୍ମୀ ଶେରଗିଲ

ଏହି ଫିଲ୍ମରେ ମୁଖ୍ୟ ଅଭିନେତା ରୂପରେ ଜିମ୍ମୀ ଶେରଗିଲ ବି ନଜର ଆସିଥିଲେ । ଜିମ୍ମୀ ଶେରଗିଲଙ୍କ ପତ୍ନୀଙ୍କ ନାଁ ହେଉଛି ପ୍ରିୟଙ୍କା ପୁରୀ । ଯାହାଙ୍କ ସହିତ ସେ ୨୦୦୧ରେ ବିବାହ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।