“କହିଲା ତୋ ବାପା ମଦଖାଇ ନଗଂଳା ହେଇ ପଡ଼ିଛି…” ନିର୍ବାଚନ ରାଲିକୁ ଯାଇ ଯୁବକଙ୍କ ସହ ଯାହା ଘଟିଲା, କାନ୍ଦି କାନ୍ଦି ବଖାଣୁଛି ପୁଅ, ଦେଖନ୍ତୁ ଏହି Video

କାଳ ହେଲା ଇଲେକ୍ସନ ରାଲି । ରାଲି ସାରି ଖାଉଥିବା ବେଳେ ଟଳି ପଡିଛନ୍ତି ଯୁବକ ଜଣଙ୍କ । ବାପା ଛେଉଣ୍ଡ ହେଇଯାଇଛି ଏହି ପୁଅଟି । ଆଉ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ତା’ ବାପାଙ୍କ ମୃତ୍ୟୁର କାରଣ ବଖାଣୁଛି । ତା’ ବାପା ଖାଇସାରି ଚଉରା ମୂଳେ ବସିଥିବା ବେଳେ ସେହି ଗ୍ରାମର ତିନିଜଣ ଲୋକ ଆସି ତାଙ୍କୁ ରାଲି କରିବାକୁ ଡାକି ନେଇଥିଲେ । ଆଉ ଏହାପରେ ଘରେ ଆସି କହିଥିଲେ କି ତୁମ ବାପା ମଦ ଖାଇ ଲଙ୍ଗଳା ହୋଇପଡିଛି ଯାଅ ଦେଖିବ ।

ସେହି ତିନିଜଣ ବ୍ୟକ୍ତିଙ୍କ ନାମ କହିବା ସହ ପୁଅଟି ତା ବାପା ପାଇଁ କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରୁଛି । ମୃତକ ଜଣକ ହେଉଛନ୍ତି ସାଲେପୁର ରାଘପୁର ଗାଁର ଭଞ୍ଜ ସାମଲ । ସେ ସେହି ଗାଁରେ ଦୀର୍ଘ ଦିନ ଧରି ଘରଜୋଇଁ ହୋଇ ରହି ଆସୁଥିଲେ । ଭଞ୍ଜ ଇଲେକ୍ସନ ପ୍ରଚାରରେ ବି ଯାଉଥିଲେ । ତାଙ୍କୁ ମଦ ମାଂସ ଆଉ ଟଙ୍କାର ଲୋଭ ଦେଖାଇ ସୁରେନ୍ଦ୍ର କୁମାର ବେହେରା, ହେମନ୍ତ ଦାସ ପ୍ରଚାର ପାଇଁ ନେଇଥିଲେ । ଆଉ ସେଠାରୁ ଆସିବା ପରେ ଟଳି ପଡିଥିଲେ ଭଞ୍ଜ ସାମଲ ।

ତେବେ ମଦରେ ବି-ଷ ଦେଇ ତାଙ୍କୁ ହ-ତ୍ୟା କରାଯାଇଥିବା ନେଇ ଭଞ୍ଜଙ୍କ ଶଳା ସାଲେପୁର ଥାନାରେ ଆରୋପୀଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକେ ଶ-ବ-କୁ ଅଟକାଇ କ୍ଷତିପୂରଣ ଦାବି କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି ।

ତେବେ ଅନେକ ସମୟ ଧରି ରାସ୍ତା ଅବରୋଧ କରି ରହିବା ପରେ ରେଡକ୍ରସ ପକ୍ଷରୁ ଟଙ୍କା ୧୦ ହଜାର ଦେବାପରେ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ଉଠିଛନ୍ତି ଭଞ୍ଜଙ୍କ ପରିବାର ଲୋକେ । ତେବେ ପ୍ରଶ୍ନ ଉଠୁଛି ଲୋକଙ୍କୁ ରାଲିରେ ନିୟୋଜିତ କରି ରାଜନେତା କଣ ପାଉଛନ୍ତି ? କାହିଁକି ଅକାଳରେ ଅନେକ ସାରା ଜୀବନଦୀପ ଲିଭିଯାଉଛି ?

ଏହି ଛୁଆକୁ କିଏ ସାନ୍ତ୍ଵନା ଦେବ ଯେ ତା ବାପା ଆଉ ଏ ଦୁନିଆରେ ନାହିଁ ? ଏହି ପିଲାଟି କେମିତି ବୋଧ ଦେଇ ନିଜ ମା’କୁ ନେଇ ଏତେ ବଡ ଦୁନିଆରେ ବଞ୍ଚି ରହିବ ତାହା ହିଁ ସବୁ ରାଜନେତା ଓ ରାଲି ପ୍ରଚାରକଙ୍କ ପାଇଁ ଏକ ବଡ ପ୍ରଶ୍ନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।