“ୟେ ରିସ୍ତା କ୍ଯା କେହେଲାତା ହୈ” ସିରିଏଲ ରୁ ଫେମସ ହୋଇଥିବା ଅଭିନେତ୍ରୀ Kanchi Singh ଙ୍କର ଏହା ହେଉଛି ରିଅଲ ଲାଇଫ ଫ୍ଯାମିଲି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ ରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ‘କାଞ୍ଚି ସିଂ’ ଏବଂ ତାଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ କହିବୁ । ଟିଭି ସିରିଆଲ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ଷ୍ଟାର ପ୍ଲସ ଚ୍ୟାନେଲ ର ସବୁଠାରୁ ଅଧିକ ଲୋକପ୍ରିୟ ଧାରାବାହିକ ଅଟେ । ଏହି ଧାରାବାହିକ ଦୁଇଟି ପରିବାର ଙ୍କ ମଧ୍ୟରେ ଥିବା କାହାଣୀ କୁ ନେଇ ନିର୍ମିତ ହୋଇଛି ।

ଏହି ସିରିଆଲ ରେ ସମସ୍ତ କଳାକାର ନିଜ ନିଜ ଚରିତ୍ରକୁ ପରଦା ରେ ଖୁବ ସୁନ୍ଦର ଭାବରେ ପ୍ରସ୍ଥାପିତ କରିଛନ୍ତି ଏବଂ ପ୍ରଶଂସା ର ପାତ୍ର ସାଜିଛନ୍ତି । ସେହି କଳାକାର ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ଅଭିନେତ୍ରୀ ‘କାଞ୍ଚି ସିଂ’ । ଏହି ଅଭିନେତ୍ରୀ ଜଣକ ଏହି ସିରିଆଲ ରେ ଗାୟତ୍ରୀ ନାମକ ଚରିତ୍ରରେ ଅଭିନୟ କରିଥିଲେ ଏବଂ ନିଜ ଅଭିନୟ ମାଧ୍ୟମରେ ବହୁତ ମାତ୍ରାରେ ଲୋକପ୍ରିୟତା ହାସଲ କରିଥିଲେ ।

ବନ୍ଧୁଗଣ ଆପଣ ମାନେ ତ ଅଭିନେତ୍ରୀ କାଞ୍ଚି ସିଂ ଙ୍କ ସମ୍ବନ୍ଧରେ ବହୁତ କିଛି ଜାଣିଥିବେ । କିନ୍ତୁ କଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଅଭିନେତ୍ରୀ କାଞ୍ଚି ସିଂ ଙ୍କ ପରିବାରର ସଦସ୍ୟ ମାନଙ୍କ ସମ୍ବନ୍ଧରେ । ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ କାଞ୍ଚି ସିଂ ଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ ।

ବନ୍ଧୁଗଣ ଟିଭି ସିରିଆଲ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ରେ ଗାୟତ୍ରୀ ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ‘କାଞ୍ଚି ସିଂ’ ଜଣେ ହିନ୍ଦୁ ପରିବାରର ସଦସ୍ୟ ଅଟନ୍ତି । ତାଙ୍କ ପରିବାର ରେ ତାଙ୍କୁ ମିଶାଇ ସମୁଦାୟ ୩ଜଣ ସଦସ୍ୟ ରୁହନ୍ତି । ତାଙ୍କ ମାତା, ପିତା ଏବଂ ସେ ସ୍ୱୟଂ ନିଜେ ।

୧. ତେବେ ପ୍ରଥମେ ଆସନ୍ତୁ ଜାଣିବା ଅଭିନେତ୍ରୀ କାଞ୍ଚି ସିଂ ଙ୍କ ପିତା ଙ୍କ ସମ୍ବନ୍ଧରେ । କାଞ୍ଚି ସିଂ ଙ୍କ ପିତା ପ୍ରଫେସନ ରୁ ଜଣେ ବିଜନେସ ମ୍ୟାନ ଅଟନ୍ତି । ସେ ନିଜ ବିଜନେସ କ୍ଷେତ୍ରରେ ଖୁବ ସଫଳତା ମଧ୍ୟ ହାସଲ କରିଛନ୍ତି । କାଞ୍ଚି ସିଂ ଙ୍କ ପିତା ଙ୍କ ଫଟୋ ସୋସିଆଲ ମିଡିଆ ରେ ଖୁବ କମ ଦେଖିବାକୁ ମିଳିଥାଏ । ଯଦି କାଞ୍ଚି ଏବଂ ତାଙ୍କ ପିତା ଙ୍କ ବଣ୍ଡିଙ୍ଗ ସଂପର୍କ ରେ କହିବା ତେବେ କାଞ୍ଚି ନିଜ ପିତା ଙ୍କୁ ବହୁତ ଭଲ ପାଆନ୍ତି ଏବଂ କାଞ୍ଚି ଙ୍କ ପିତା ମଧ୍ୟ ତାଙ୍କୁ ବହୁତ ସ୍ନେହ କରନ୍ତି ଏବଂ ତାଙ୍କର ସମସ୍ତ ଆବଶ୍ୟକତା କୁ ପୂରଣ କରନ୍ତି ।


୨. ବର୍ତ୍ତମାନ ଆସନ୍ତୁ ଜାଣିବା ଅଭିନେତ୍ରୀ ‘କାଞ୍ଚି ସିଂ’ ଙ୍କ ମାଆ ଙ୍କ ସମ୍ବନ୍ଧରେ । କାଞ୍ଚି ସିଂ ଙ୍କ ମାଆ ଜଣେ ହାଉସ ୱାଇଫ ଅଟନ୍ତି । ଯଦି ତାଙ୍କର ଲୁକ୍ସ ସମ୍ବନ୍ଧରେ କହିବା ତେବେ ତାଙ୍କ ମାଆ ଙ୍କୁ ଦେଖିଲେ କେହି ମଧ୍ୟ କହିବେ ନାହିଁ ଯେ, ସେ କାଞ୍ଚି ଙ୍କ ମାଆ ଅଟନ୍ତି । ସେ ବର୍ତ୍ତମାନ ମଧ୍ୟ ବହୁତ ୟଙ୍ଗ ଦେଖା ଯାଆନ୍ତି । ଯାହା ଆପଣ ମାନେ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ।

ବନ୍ଧୁଗଣ ଯଦି ଅଭିନେତ୍ରୀ କାଞ୍ଚି ସିଂ ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବା ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିବାହ କରି ନାହାନ୍ତି । କିନ୍ତୁ ଏହି ଅଭିନେତ୍ରୀ ଜଣକ ଟିଭି ସିରିଆଲ ର ପ୍ରସିଦ୍ଧ ଅଭିନେତା ‘ରୋହନ ମେହେରା’ ଙ୍କୁ ଡେଟ କରୁଛନ୍ତି । ରୋହନ ଏବଂ କାଞ୍ଚି ଙ୍କ ସାକ୍ଷାତ ଟିଭି ସିରିଆଲ ୟେ ରିସ୍ତା କ୍ୟା କେହଲାତା ର ସେଟ ରେ ହିଁ ହୋଇଥିଲା । ଏହି ସିରିଆଲ ରେ ଅଭିନେତା ରୋହନ ମେହେରା ‘ନକ୍ଷ’ ନାମକ ଚରିତ୍ର ରେ ଅଭିନୟ କରିଥିଲେ ।

ଉଭୟ ଏହି ସିରିଆଲ ରେ ଏକାଠି କାମ କରିଥିଲେ । ଏହି ସିରିଆଲ ମାଧ୍ୟମରେ ହିଁ ପରସ୍ପର ଙ୍କ ମଧ୍ୟରେ ଭଲ ବନ୍ଧୁତା ସ୍ଥାପନ ହୋଇଥିଲା ଏବଂ ଏହି ବନ୍ଧୁତା ଭଲ ପାଇବାରେ ପରିଣତ ହୋଇଥିଲା ଏବଂ ଦୁହେଁ ପରସ୍ପରକୁ ଡେଟ କରିଥିଲେ । ବର୍ତ୍ତମାନ ଏହି ଦୁହିଁଙ୍କ ରିଲେସନସିପ କୁ ୪ ବର୍ଷ ପୁରା ହୋଇ ସାରିଛି । ବର୍ତ୍ତମାନ ମଧ୍ୟ ଦୁହିଁଙ୍କ ମଧ୍ୟରେ ପୂର୍ବ ଭଳି ଭଲ ପାଇବା ରହିଛି ଏବଂ ଉଭୟ ପରସ୍ପରକୁ ବହୁତ ଇଜ୍ଜତ କରନ୍ତି । ଶୁଣିବାକୁ ମିଳୁଛି ଯେ, ଖୁବ ଶୀଘ୍ର ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।