ଓଲିଉଡର ଚୂଲବୁଲି ହିରୋଇନ ଅର୍ଚିତାଙ୍କ ବାୟୋଗ୍ରାଫି, ଫିଲ୍ମ ଓ ସମ୍ପତି ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ

କହିବାକୁ ଗଲେ ଓଲିଉଡ ଫିଲ୍ମର ସବୁଠୁ ଚର୍ଚିତ ଅଭିନେତ୍ରୀ ଅର୍ଚିତା ସାହୁଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ସେ ପ୍ରତ୍ୟକ ଓଡିଆ ଦର୍ଶକର ପସନ୍ଦିତା ଅଭିନେତ୍ରୀ ଅଟନ୍ତି । ଏମିତିରେ ଆଜି ଆମେ ଓଡିଆ ଚଳଚିତ୍ରର ଚର୍ଚିତ ଅଭିନେତ୍ରୀ ଅର୍ଚ୍ଚିତା ବିଷୟରେ କିଛି ଅଜଣା କଥା କହିବାକୁ ଯାଉଛୁ । ତାଙ୍କର ସମ୍ପତି, ପର୍ସନାଲ ଲାଇଫ, ପରିବାର, ଗାଡି, ଘର ଇତ୍ୟାଦି ସବୁ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଅର୍ଚିତା ସାହୁ ଓଡିଆ ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଓଡିଶାର ଏକ ବହୁତ ବଡ କ୍ଲାସିକାଲ ନୃତ୍ୟଶିଳ୍ପୀ ଥିଲେ ।

ସେ ଗୋଟିଏ ସମୟରେ ଓଡିଶି ନୃତ୍ୟକଳାର ପ୍ରସିଦ୍ଧ ନୁର୍ତ୍ୟଶିଳ୍ପୀ ଥିଲେ । ସେ ୬ ବର୍ଷ ବୟସରୁ ଓଡିଶୀ ଡାନ୍ସ କରୁଛନ୍ତି ।

କହିବାକୁ ଗଲେ ସେ ୨୦୦୫ ରେ ଓଡିଆ ଫିଲ୍ମ ଜଗତକୁ ଆସିଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ଓ ମାଇ ଲଭ’ ଅଟେ । ‘ଆକାଶରେ କି ରଙ୍ଗ ଲାଗିଲା’, ‘ବାବୁ ଆଇ ଲଭ ୟୁ’, ‘ମୁଁ ଏକା ତୁମର’ ତାଙ୍କର ଏହି ୩ଟି ଫିଲ୍ମ କେବଳ ଓଡିଶାରେ ନୁହେଁ ବାହାର ରାଜ୍ୟରେ ମଧ୍ୟ ସୁପରହିଟ ହୋଇଥିଲା । ସେ ଆମ ଓଡିଶା ପାଇଁ ମଧ୍ୟ  ବହୁତ ସୁନାମ ଅର୍ଜନ କରିଛନ୍ତି ।

ଯେମିତି କି ସେ ୨୦୧୩ ମସିହାରେ ଫେମିନା ମିଶ ଇଣ୍ଡିଆରେ ଭାଗ ନେଇ ଥିଲେ ଓ ସେଠି ସେ ପ୍ରଥମ ରନରସପ ବି ହୋଇଥିଲେ । ଏହା ସହିତ ଅର୍ଚିତା ସେହି ସ୍ଥାନରେ ମିସ ଟାଲେଣ୍ଟେଡ ଓ ମିସ ଷ୍ଟାଇଲିଶ ହେୟାର ପଦ ଜିତିଥିଲେ । ଅର୍ଚିତାଙ୍କ ବୟସ ୨୭ ବର୍ଷ ଅଟେ ଓ ତାଙ୍କର ଓଜନ ୫୫ କିଲୋ ଏବଂ ଉଚ୍ଚତା ୫ ଫୁଟ ୯ ଇଞ୍ଚ ଅଟେ । ତାଙ୍କ ପାଖରେ ୫୫ ଲକ୍ଷ ଟଙ୍କାର ଏକ BMW କାର ଅଛି । ଏହା ସହିତ ସହ ତାଙ୍କ ପାଖରେ ଗୋଟିଏ ବଡ ଆଲିଶାନ ଘର ଅଛି ।

ସେ ଗୋଟିଏ ଓଡିଆ ଫିଲ୍ମ କରିବା ପାଇଁ ଦଶରୁ ପନ୍ଦର ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି ଓ ଗୋଟିଏ ବ୍ରାଣ୍ଡର ବିଜ୍ଞାପନ କରିବା ପାଇଁ ୩ ଲକ୍ଷରୁ ୫ ଲକ୍ଷ ଟଙ୍କା ନିଅନ୍ତି । ସେ ୨୦୦୫ ରୁ ଆଜି ପର୍ଯ୍ୟନ୍ତ ମୋଟ ୩୫ ଟି ଫିଲ୍ମରେ ଅଭିନୟ କରି ସାରିଛନ୍ତି । ଓଡିଶାରେ ତାଙ୍କର ଦର୍ଶକମାନଙ୍କ ସଂଖ୍ୟା ସବୁଠୁ ଅଧିକ ଅଟେ । ଓଡିଶାର ସମସ୍ତ ସିନେ ଦର୍ଶକ ତାଙ୍କୁ ଭଲ ପାଆନ୍ତି । ଅର୍ଚ୍ଚିତା ସାହୁ ଗୋଟିଏ ଫିଲ୍ମ ପାଇଁ ଯେତେ ଟଙ୍କା ନିଅନ୍ତି ଆଉ କୌଣସି ବି ଅଭିନେତ୍ରୀ ସେତିକି ଟଙ୍କା ନିଅନ୍ତି ନହିଁ । ଅର୍ଚ୍ଚିତା ସାହୁ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଓ ସେ ସିଙ୍ଗିଲ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।