ଓଡିଶା ମୁହଁ ପୂଣୀଏକ ଲଘୁଚାପ, ଆଜି ସ୍ଥଳଭାଗ ଛୁଇଁବ ଗଭୀର ଅବପାତ, କେଉଁଠି କରିବ ତାଣ୍ଡବ ଦେଖନ୍ତୁ!

ଓଡିଶାର ପାଣି ପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ସନ୍ଧ୍ୟା ସମୟରେ ଡିପ ଡିପ୍ରେସନ ଅର୍ଥାତ ଅବପାତର ରୂପ ନେଇ ସାରିଛି । ଏହା ଆଜି ଅର୍ଥାତ ଆଉ ଅଳ୍ପ ସମୟ ମଧ୍ୟରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ଦେଇ ଆନ୍ଧ୍ରପ୍ରଦେଶର ରାଜ୍ୟ ବିଶାଖପଟ୍ନମ ସହର ଦେଇ ଅତିକ୍ରମ କରିବ ।

ଯାହାର ପ୍ରଭାବରେ ଦକ୍ଷିଣ ଓଡିଶାର କେତେକ ଅଞ୍ଚଳରେ ବର୍ଷା ଓ ପବନ ଆରମ୍ଭ ହୋଇ ଯାଇଛି ଓ ଅନ୍ୟ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି । କେବଳ ଓଡିଶାରେ ନୁହେଁ ଆନ୍ଧ୍ରପ୍ରଦେଶରେ ବି ବର୍ଷା ଆରମ୍ଭ ହୋଇ ଯାଇଛି ଓ ଅନ୍ୟ କେତେକ ଜିଲ୍ଲାରେ ବି ବର୍ଷା ହେବାର ସମ୍ଭାବନା ଅଛି । ଏହା ସହିତ ଆସନ୍ତା ସମୟରେ ବର୍ଷାର ପରିମାଣ ଓ ପବନର ବେଗ ବି ବଢିଯିବ ।

ଏହି ସମୟରେ ପବନର ବେଗ ପାଖାପାଖି ୬୦ ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ବହିବାର ସମ୍ଭାବନା ଅଛି । ଏହା ସହିତ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣି ପାଗ ତରଫରୁ ପୂର୍ବାନୁମାନ କରା ଯାଇଛି । ଏମିତିରେ ସମୁଦ୍ର ନିକଟବର୍ତ୍ତୀ ସବୁ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବା ପାଇଁ ବି ନିର୍ଦେଶ ଜାରି କରା ଯାଇଛି ।

ଗତ କାଲି ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ଧାରଣ କରି ଆଜି ଏହା କ୍ରମଶଃ ଦକ୍ଷିଣ ଓ ପଶ୍ଚିମ ଦିଗ ଦେଇ ଗତି କରୁଛି । ଏହାର ଅର୍ଥ ଆଉ କିଛି ସମୟ ମଧ୍ୟରେ ଏହା ଓଡିଶା ଦେଇ ଆନ୍ଧ୍ରପ୍ରଦେଶର ବିଶାଖପଟ୍ନମ ଅତିକ୍ରମ କରିବ । ଯାହାର ପ୍ରଭାବରେ ଦକ୍ଷିଣ ଓଡିଶା କିମ୍ବା ଉପକୂଳବର୍ତ୍ତୀ ଓଡିଶାରେ ଅଧିକାଂଶ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ । ବର୍ଷା ସହିତ ପବନର ବେଗ ପାଖାପାଖି ୪୫ ରୁ ୫୫ କିଲୋମିଟର ପର୍ଯ୍ୟନ୍ତ ରହିବ ।

ଏହା ସହିତ ପାଣିପାଗ ବିଭାଗ ଅନୁସାରେ ଆସନ୍ତା କାଲି ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ବର୍ଷା ଲାଗି ରହିବ । କିନ୍ତୁ ଖୁସିର ଖବର ଏହା ଅଟେ କି ଆମ ଓଡିଶାରେ କୌଣସି ବି ପ୍ରକାରର ବାତ୍ୟା ଜନିତ ବିପଦ ନାହିଁ । କହିବାକୁ ଗଲେ ଗୋଟିଏ ଲଘୁଚାପ ଡିପ ଡିପ୍ରେସନ ପରେ ବାତ୍ୟା ରୂପ ନେଇଥାଏ । କିନ୍ତୁ ଏହା ସେହିଭଳି କିଛି ହୋଇ ନାହିଁ ।

କିନ୍ତୁ ଆସନ୍ତା ୨ ଦିନ ପାଇଁ ଯେଉଁ ଜିଲ୍ଲା ଗୁଡିକୁ ସତର୍କ ସୂଚନା ଜାରି କରାଯାଇଛି ସେହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଦା, ପୁରୀ, ଗଜପତି, ଗଞ୍ଜାମ, ରାୟଗଡା, ନୟାଗଡ, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, କଟକ ଜଗତସିଂହପୁର ଜିଲ୍ଲା ଗୁଡିକରେ ବର୍ଷା ହେବ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।