କ୍ରିକେଟରୁ ଦୂରରେ ଥିବା MS ଧୋନୀ ପହଞ୍ଚିଲେ ବାଘ ଦେଖିବା ପାଇଁ, ସେୟାର କରିଲେ ଏହିସବୁ ସୁନ୍ଦର ଫଟୋ

ଭାରତୀୟ ଟିମର ପୂର୍ବତନ କ୍ୟାପଟେନ ଏମ ଏସ ଧୋନୀ ବର୍ତ୍ତମାନ କ୍ରିକେଟ ଦୁନିଆରୁ ଦୂରେଇ ଯାଇଛନ୍ତି । ହେଲେ କିଛି ନା କିଛି କାରଣରୁ ଧୋନୀ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ କିଛି ଫଟୋ ବହୁତ ଭାଇରାଲ ହେଉଛି । ଏହି ଫଟୋକୁ ଏମ ଏସ ଧୋନୀ ସେୟାର କରିଛନ୍ତି । ଧୋନୀ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ବାଘର ଏକ ଫଟୋ ସେୟାର କରିଛନ୍ତି । ଧୋନୀଙ୍କ ମତରେ ତାଙ୍କୁ ଏହି ବାଘ ମଧ୍ୟପ୍ରଦେଶର କାହ୍ନା ଟାଇଗର ରିଜର୍ଭରେ ଦେଖାଯାଇଥିଲା ।


ଧୋନୀ ସୋସିଆଲ ମିଡିଆରେ ବହୁତ କମ ଫଟୋ ପୋଷ୍ଟ କରନ୍ତି । ହେଲେ ଯେବେ ସେ ଫଟୋ ସେୟାର କରନ୍ତି, ସେତେବେଳେ ତାଙ୍କ ଫଟୋ ବହୁତ ଭାଇରାଲ ହୋଇଥାଏ । ଧୋନୀ ସେୟାର କରିଥିବା ଏହି ବାଘ ଫଟୋକୁ ବହୁତ ଲୋକ ପସନ୍ଦ କରିଛନ୍ତି । ଧୋନୀ ଏହି ଫଟୋକୁ ପୋଷ୍ଟ କରି ଲେଖିଛନ୍ତି, ‘ଯେତେବେଳେ ଆପଣ ନିଜେ ବାଘର ସନ୍ଧାନ କରିଥାନ୍ତି ଓ ସେ ଆପଣଙ୍କୁ ଫଟୋ ଉଠାଇବା ପାଇଁ ସମୟ ଦେଇଥାଏ’ ।


ଧୋନୀଙ୍କର ଏହି ଫଟୋକୁ ଲୋକମାନେ ବହୁତ ପସନ୍ଦ କରିବା ସହିତ ସୋସିଆଲ ମିଡିଆରେ ଧୋନୀ ବହୁତ ଚର୍ଚାରେ ଅଛନ୍ତି । ବହୁତ ଲୋକ ଏହି ଫଟୋ ଗୁଡିକୁ ଲାଇକ କରିବା ସହିତ ଏହାକୁ ସେୟାର ମଧ୍ୟ କରୁଛନ୍ତି । ଧୋନୀ ଗତ ବର୍ଷ ୨୦୧୯ ଜୁଲାଇ ମାସରୁ କ୍ରିକେଟରୁ ଦୂରରେ ଅଛନ୍ତି । ହେଲେ ସେ ଆସନ୍ତା ମାସରେ ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗରେ ନଜର ଆସିବେ ।