India vs England 2020 ସିରିଜର ସିଡ୍ୟୁଲ ହେଲା ଜାରୀ କିନ୍ତୁ ମୋତେରା ସ୍ଟେଡିୟମକୁ କାହିଁକି ମିଳିଲା ସବୁଠୁ ଅଧିକ ମ୍ୟାଚ୍ ?

ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଭ୍ରମଣରେ ଅଛନ୍ତି । ODI ଏବଂ T20 ପରେ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଯାଇଛି । ଏପଟେ ଟିମ୍ ଇଣ୍ଡିଆର ଆଉ ଏକ ସିରିଜର ଘୋଷଣା ସରିଲାଣି । ଟିମ୍ ଇଣ୍ଡିଆ ଫେବୃଆରୀ ମାସରେ ଇଂଲଣ୍ଡ ସହ ବଡ ମ୍ୟାଚ ଖେଳିବାକୁ ଯାଉଛି । ଇଂଲଣ୍ଡ ଟିମ୍ ଭାରତ ସହ ମ୍ୟାଚ୍ ହେବାକୁ ଯାଉଛି ଯାହା 4ଟି ଟେଷ୍ଟ, 5ଟି T20 ଏବଂ 3ଟି ODI ହେବାକୁ ଯାଉଛି ।

ସିରିଜର schedule ଘୋଷଣା ହେବା ପରେ ଲୋକମାନେ ଦେଖିଲେ 5T20 ଏବଂ 2 test ମ୍ୟାଚ୍ ଗୋଟିଏ ଷ୍ଟାଡିୟମରେ ଖେଳ ହେବାକୁ ଯାଉଛି । ଅହମଦାବାଦ ମୋଟେରାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମରେ ଖେଳ ହେବାକୁ ଯାଉଛି । ମୋଟେରା ଛଡ଼ା ସିରିଜର ୩ଟା ODI ପୁନେରେ ଏବଂ ୨ଟା ଟେଷ୍ଟ ଚେନ୍ନାଇରେ ଖେଳ ହେବ ।

ସିରିଜର ଆରମ୍ଭ ପୂର୍ବରୁ ଲୋକଙ୍କ ପ୍ରଶ୍ନ ଅହମଦାବାଦରେ ଅଧିକ ମ୍ୟାଚ୍ କଣ ପାଇଁ ? କିଛି ଲୋକଙ୍କ ଏହା ଭାବୁଥିଲେ କି BCCIର ସେକ୍ରେଟାରୀ ଜଏ ଶାହା ଅଛନ୍ତି ଯେଉଁ କାରଣ ପାଇଁ ମୋଟେରା ଷ୍ଟାଡିୟମରେ ଅଧିକ ମ୍ୟାଚ୍ ଖେଳ ହୋଇପାରେ । ଏହି ବର୍ଷ ତିଆରି ହୋଇଥିବା ମୋଟେରାର ଷ୍ଟାଡିୟମର କ୍ରିକେଟରେ ସବୁଠାରୁ ବଡ଼ ମଇଦାନ ।

ଏଥିରେ ଅନେକ ସୁବିଧା ଅଛି ଯାହା ଆନ୍ତର୍ଜାତିକ ଷ୍ଟାଡିୟମରେ ନାହିଁ । Covid କଟକଣାକୁ ଆଖିରେ ରଖି ବିସିସିଆଇ ଅନେକ ପ୍ଲାନ୍ କରିଛନ୍ତି । ଇଂଲଣ୍ଡର ଟିମ୍ କଲମ୍ବୋରେ ମ୍ୟାଚ୍ ସାରି ଜାନୁଆରୀର ଶେଷ ସପ୍ତାହରେ ଚେନ୍ନାଇରେ ପହଞ୍ଚିବେ । ଚେନ୍ନାଇରେ ସିରିଜର ପ୍ରଥମ ଦୁଇ ଟେଷ୍ଟ ଖେଳାଯିବ । ଚେନ୍ନାଇରେ ଏଥିପାଇଁ ଖେଳ ହେବ ତାହା କଲମ୍ବୋର ପାଖରେ ।

୧୭ ଫେବୃଆରୀକୁ ଦୁଇ ଟେଷ୍ଟ ସାରି ଅହମଦାବାଦକୁ ଫେରିଯିବେ । ସିରିଜର ୩ୟ ଟେଷ୍ଟ ଡେ-ନାଇଟ୍ ଅଛି ଯାହା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମରେ ଖେଳ ହେବ । ବିସିସିଆଇ ସ୍ଥିର କରିଥିଲେ ଭାରତରେ ପିଙ୍କ୍ ବଲ୍ ଟେଷ୍ଟ ମୋଟେରାରେ ହେବ । ବିସିସିଆଇ ଏହି ମଇଦାନରେ ୫ଟା ଟେଷ୍ଟ ମ୍ୟାଚ ଏହି ଷ୍ଟାଡିୟମରେ ହେବ ।

ଆଗକୁ ଏହି ମଇଦାନରେ ବିଶ୍ବକପ୍ T20 ହବାକୁ ଯାଉଛି ସେଥିପାଇଁ ବିସିସିଆଇ ଦେଖିବାକୁ ଚାହୁଁଛି ଏହି ମଇଦାନ କେତେ ପ୍ରସ୍ତୁତ ଅଛି । ଏହି ଷ୍ଟାଡିୟମର କାପାସିଟି ୧ ଲକ୍ଷ ୨୦ ହଜାର ଯାହା ସବୁଠାରୁ ବଡ଼ ଷ୍ଟାଡିୟମ ମେଲବୋର୍ଣ୍ଣ ଠାରୁ ମଧ୍ୟ ବଡ଼ ଅଟେ । ଜଦି ସିରିଜ ସତ୍ୱେ ଲୋକମାନଙ୍କୁ ଆସିବାକୁ ଅନୁମତି ମିଳିବ ତେବେ ସୋସିଆଲ ଦୂରତା ପାଳନ କରିବାରେ କିଛି ଅସୁବିଧା ହେବନାହିଁ ।

ଏହି ଷ୍ଟାଡିୟମରେ ୪ ଡ୍ରେସିଙ୍ଗ ରୁମ୍ ଅଛି । ଖେଳ ଟିମ୍ ଏବଂ ତାଙ୍କର ସପୋର୍ଟ ଷ୍ଟାଫ୍ ବି ଉଚିତ ଦୂର ବନେଇ ରହି ପାରିବେ । ମଇଦାନରେ ଉପସ୍ଥିତ କ୍ଲବ ହାଉସ୍ରେ ୫୫ଟି ଘର ଅଛି ସାଥିରେ ଏଠି ଅଲମ୍ପିକ୍ ଆକାରର ସ୍ବିମିଙ୍ଗ୍ ପୁଲ୍ ଅଛି । ଏହି ଷ୍ଟାଡିୟମରେ ମୁଖ୍ୟ ମଇଦାନ ଛଡ଼ା ଅଭ୍ୟାସ ପାଇଁଁ ମଲ୍ଟି ଖେଳ ଗ୍ରାଉଣ୍ଡ ଅଛି ।

ଷ୍ଟାଡିୟମ ଭିତରେ ଫିଜିଓ ଥେରାପି ସିଷ୍ଟମ ଏବଂ ହାଇଡ୍ରୋ ଥେରୋପି ସିଷ୍ଟମ ଅଛି । ଏହି ଷ୍ଟାଡିୟମରେ ବାୟୋବବଲରୁ ବାହାରକୁ ଯିବାକୁ ପଡ଼ିବନି । ଏହି ମଇଦାନରେ ଟୋଟାଲ୍ ୧୧ ପିଚ୍ ଅଛି ଯାହା ଲାଲ୍ ଏବଂ କଳା ମାଟିରେ ତିଆରି ହୋଇଛି । ଏମିତିରେ ୫T20 ଏବଂ ୨test ଅଲଗା ଅଲଗା ପିଚ୍ ରେ ଖେଳ ହେବ । ମୋଟେରା ଷ୍ଟାଡିୟମରେ ସମସ୍ତ ପ୍ରବନ୍ଧ ହୋଇଛି ଯାହା covid ସମୟରେ ସମସ୍ତ ପ୍ରକାର ସୁବିଧା ମିଳିବ । ସେଥିପାଇଁ ବିସିସିଆଇ ସବୁଠାରୁ ଅଧିକ ମ୍ୟାଚ୍ କରାଇବାର ନିଷ୍ପତ୍ତି ନେଇଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।