ଜାନୁୟାରୀ ମାସ ପାଇଁ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର, କରୋନା ସଂକ୍ରମଣ ଯୋଗୁଁ ବଢିଲା କଟକଣା, ଦେଖନ୍ତୁ ମାନିବାକୁ ହେବ କେଉଁ ସବୁ ନିୟମ !

ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ ୨୦୨୨ ଏବଂ ଆଉ ଏକ ନୂଆ ମାସ । ସାରା ଦୁନିଆରେ କରୋନା ସଂକ୍ରମଣ ଦିନକୁ ବୃଦ୍ଧି ପାଉଥିବା ବେଳେ ପୁଣି ଥରେ ସବୁଆଡେ କଟକଣା ବୃଦ୍ଧି କରାଯାଉଛି । ସବୁ ମାସ ଆରମ୍ଭରେ ନୂଆ ଗାଇଡଲାଇନ ଜାରି କରା ଯାଉଥିବା ବେଳେ ଜାନୁୟାରୀ ମାସ ପାଇଁ ଗାଇଡଲାଇନ ମଧ୍ୟ ଆସିଯାଇଛି । ଆମ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ।

ଜାନୁୟାରୀ ମାସରେ ପିକନିକ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ପିକନିକ ବ ଏକ୍ସକର୍ସନ କରିପାରିବେ ନାହିଁ । ସେହିଭଳି ସାମାଜିକ ଏବଂ ଧାର୍ମିକ ସମାବେଶ ଗୁଡିକୁ ମଧ୍ୟ ନିଷେଧ କରାଯାଇଛି । କିନ୍ତୁ କରୋନା ପ୍ରୋଟୋକଲ ମଧ୍ୟରେ ମାତ୍ର ୧୦୦ ଜଣଙ୍କୁ ନେଇ ରାଜନୈତିକ ସମାବେଶ ହୋଇପାରିବ ବୋଲି ଘୋଷଣା କରିଛନ୍ତି ସରକାର । ମେଳା, ପ୍ରଦର୍ଶନୀ, ଏକ୍ସପୋ ଆଦି ଆୟୋଜନ ହୋଇପାରିବ ନାହିଁ । କୌଣସି ସ୍ଥାନରେ ବାର୍ଷିକ ଉତ୍ସବ ତଥା ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବ ନାହିଁ ।

କରୋନା ନିୟମ ଅନୁସାରେ ହଜାରେ ଜଣଙ୍କୁ ନେଇ ଯାତ୍ରା ଚାଲି ପାରିବ । ସବୁଠୁ ବଡ କଥା ହେଉଛି ରାଜ୍ୟର ସହରାଞ୍ଚଳରେ ରାତି ୧୦ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ଯୁ ଜାରି ରହିବା ସହ ଏହି ନିୟମକୁ କଡାକଡି କରାଯିବ । ଏହି ସମୟରେ ଗାଡି ଚଳାଚଳ ବନ୍ଦ ରହିବ । ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇ କେବଳ ଅନୁମୋଦିତ ସେବା ଯୋଗାଉ ଥିବା ଗାଡି ଚଳାଚଳ କରିପାରିବ । ଏହି ସମୟ ମଧ୍ୟରେ ଦୋକାନ ବଜାର ମଧ୍ୟ ଖୋଲି ପାରିବ ନାହିଁ ।

କେବଳ ସକାଳ ୫ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହି ପାରିବ । ଜାନୁୟାରୀ ୧ ତାରିଖ ସକାଳ ୫ଟା ଠାରୁ ଆରମ୍ଭ କରି ଫେବୃୟାରୀ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ଯୁକୁ ବଳବତ୍ତର ରଖାଯିବ । କରୋନା ସଂକ୍ରମଣ ତଥା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି ନୂଆ ଗାଇଡଲାଇନ ଜାରି କରିଛନ୍ତି ।

ବର୍ତ୍ତମାନ ପିକନିକ ସିଜିନ ହୋଇଥିବାରୁ ପର୍ଯ୍ୟଟନ ସ୍ଥଳ ମାନଙ୍କରେ ଅଧିକ ଭିଡ ଜମିବାର ସମ୍ଭାବନା ରହିଛି । ସେଥିପାଇଁ ପିକନିକ କରିବାକୁ ମଧ୍ୟ ରାଜ୍ୟ ସରକାର ବାରଣ କରିଛନ୍ତି । ଏହି ନୂଆ ଗାଇଡଲାଇନ ଉପରେ ଆପଣଙ୍କ ମତ କ’ଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।