Sumit ଙ୍କୁ ପାଇବା ଜିଦ୍ ରେ ମାମଲାକୁ ଅଧିକ ଚିପୁଡି ଦେଲେ କି Tapaswini ? ଏହା ସତରେ ପ୍ରେମ ଥିଲା ନା ଆଉ କିଛି ରହିଥିଲା ଉଦ୍ଦେଶ୍ୟ ?

କଥାରେ ଅଛି, ‘ଲେମ୍ବୁ ଅତି ଚିପୁଡିଲେ ପିତା’ । ଅର୍ଥାତ ଯେକୌଣସି କଥା ବା ବିଷୟକୁ ଅତ୍ୟଧିକ ହେଲେ ତାହା ଭଲ ହେବା ବଦଳରେ ଖରାପ ଫଳ ଦେଇଥାଏ । ଠିକ ଯେପରି ବ୍ରହ୍ମପୁରର ଚର୍ଚ୍ଚିତ ଯୋଡି ସୁମିତ ଓ ତପସ୍ଵିନୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ହୁଏତ ତପସ୍ଵିନୀ ଡାକ୍ତର ସୁମିତଙ୍କୁ ଏତେ ଅଧିକ ଭଲ ପାଇ ବସିଲେ ଯେ ଏହା ସୁମିତଙ୍କ ମନରେ ପ୍ରେମକୁ ସଜାଗ କରିବା ବଦଳରେ ତପସ୍ଵିନୀଙ୍କ ପ୍ରତି ଘୃଣା ଭାବ ଭରିଦେଲା । ଦୁହେଁ ପରସ୍ପରକୁ ଭଲ ପାଇ କୋର୍ଟ ମ୍ୟାରେଜ କରିଥିଲେ ।

କିନ୍ତୁ ଲେମ୍ବୁ ଯେମିତି ଅତି ଚିପୁଡିଲେ ପିତା ହୋଇଯାଏ, ଠିକ ସେମିତି ଏବେ ସୁମିତଙ୍କୁ ତପସ୍ଵିନୀଙ୍କ କଥାବାର୍ତ୍ତା ଏବଂ ଚେହେରା ପିତା ଲାଗୁଛି । ଅନ୍ୟପଟେ ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି ଯେ, ତପସ୍ଵିନୀ ଯଦି ସୁମିତଙ୍କୁ ଏତେ ଭଲ ପାଉଥିଲେ ତେବେ ଉଭୟଙ୍କ ମଧ୍ୟରେ କ’ଣ ପାଇଁ ଫାଟ ସୃଷ୍ଟି ହେଲା ? ନା ଏହି ପ୍ରେମରେ ଅନ୍ୟ କିଛି ଖେଳ ଖେଳୁଥିଲେ ଉଭୟ ? ପୁରା ଘଟଣା ଦେଖିବାକୁ ଗଲେ ପ୍ରେମରେ ରହିଥିବା ସାମାନ୍ଯ କେଁ କୁ ବାହାର କରିବା ବଦଳରେ ଏହାକୁ ପୁରା ଚିପୁଡି ଦେଇଛନ୍ତି ତପସ୍ଵିନୀ ।

ଯେଉଁଠି ପାଇଁ ସ୍ଵାମୀ ସ୍ତ୍ରୀ ପରି ମଧୁର ସମ୍ପର୍କରେ ଆସି ଯାଇଛି ପିତାର ସ୍ଵାଦ । ସମାଜସେବୀଙ୍କୁ ସାଥିରେ ଧରି ସୁମିତଙ୍କ ଘର ଆଗରେ ମାଣ ବସାଇ ରୋଷେଇ କରି ଖାଇବା ଏବଂ ସେମାନଙ୍କ ପ୍ରେମ ସମ୍ପର୍କ ସମୟରେ ଉଭୟ କ’ଣ ସବୁ କରିଥିଲେ ତାକୁ ମିଡିଆ ଆଗରେ କହିବା ସୁମିତଙ୍କ ମନରେ ଭଲ ଭାବନା ସୃଷ୍ଟି କରିବା ବଦଳରେ ହୁଏତ ଦୂରତା ବଢାଇବାରେ ଲାଗିଛି ।

ସୁମିତଙ୍କ ମନରେ ତପସ୍ଵିନୀଙ୍କ ପ୍ରତି ଏତେ ତିକ୍ତତା ଭରଯାଇଛି ଯେ ସେ କହିଛନ୍ତି ଆଗାମୀ ସତ ଜନ୍ମରେ ମଧ୍ୟ ସେ ତପସ୍ଵିନୀଙ୍କୁ ନିଜର କରିବାକୁ ଚାହୁଁ ନାହାନ୍ତି । ଆଉ ସେପଟେ ତପସ୍ଵିନୀ କିନ୍ତୁ ସ୍ଵାମୀଙ୍କ ସହ ରହିବା ଜିଦ୍ ଛାଡି ପାରୁ ନାହାନ୍ତି । ତେବେ ଆସନ୍ତା 4 ତାରିଖରେ ହେବାକୁ ଥିବା ଶୁଣାଣିରେ ଉଭୟ ପୁଣି ଥରେ କିପରି ନିଜର ପୂର୍ବ ଦୁନିଆକୁ ଫେରି ସୁଖର ସଂସାର କରିବେ ତାହା ଆମେ ଆଶା କରିବା ।

ତେବେ ଆଗକୁ ତପସ୍ଵିନୀ ଓ ସୁମିତଙ୍କ ମାମଲା କେଉଁ ମୋଡ ନେଉଛି ତାହା କେବଳ ସମୟ କହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।