ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ କରିବେ ସୁସାଇଡ଼, ରିଆ କହିଲେ ଏମିତି କଥା

ସୁଶାନ୍ତ ଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ କରିବେଆତ୍ମହତ୍ୟା? ଏକ ସାକ୍ଷାତକାର ରେ କଲେ ଏହି ବଡ଼ ଖୁଲାସା। ସୁଶାନ୍ତ ସିଂ ରାଜପୁତ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ଗୁରୁବାର ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେଇଛନ୍ତି। ଏଥିରେ ସେ ତାଙ୍କ ଉପରେ ଥିବା ସମସ୍ତ ଅଭିଯୋଗର ଜବାବ ଦେଇଛନ୍ତି। ଏହି ସମୟରେ ରିୟା ଏହା ମଧ୍ୟ କହିଛନ୍ତି ଯେ ସେ ବର୍ତ୍ତମାନ ଆତ୍ମହତ୍ୟା କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ବୋଧହୁଏ ମୋର ପୁରା ପରିବାର ଆତ୍ମହତ୍ୟା କରିବା ଉଚିତ୍। କିମ୍ବା ପୁରା ପରିବାରକୁ ଧାଡ଼ି ବାନ୍ଧି ଗୁଳି ଚଳାଇବା ଉଚିତ୍।

ଏକ ଜାତୀୟ ଗଣମାଧ୍ୟମ ଚ୍ୟାନେଲ ରେ ରାଜଦିପ ସର୍ଦେଶଇ ଙ୍କ ସହ ଏକ ବିଶେଷ ବାର୍ତ୍ତାଳାପରେ ରିୟା ସୁଶାନ୍ତଙ୍କ ମୃତ୍ୟୁ, ଡ୍ରଗ୍ସ, ସୁଶାନ୍ତଙ୍କ ପରିବାର ସମେତ ସମସ୍ତ ପ୍ରସଙ୍ଗରେ ଉତ୍ତର ଦେଇଥିଲେ। ଯେତେବେଳେ ପଚରାଗଲା ଡ୍ରଗ୍ ବେପାରୀ, ଡିଲରଙ୍କ ସହ ତାଙ୍କର କୌଣସି ସମ୍ପର୍କ ଅଛି କି? ଏହା ପାଇଁ ରିୟା କହିଥିଲେ, ମୋ ଉପରେ ରଖିବାକୁ ବାକି ରହିଲା। ସେମାନଙ୍କୁ କ୍ରୁଶରେ ଚଢ଼େଇବା ପାଇଁ ଏହା ଏକ ପ୍ରୟାସ ।

“ମୁଁ ମଧ୍ୟ ଆତ୍ମହତ୍ୟା କରିବାକୁ ଚାହୁଁଛି- ରିୟା”

ଏକ ପ୍ରଶ୍ନର ଉତ୍ତରରେ ରିୟା ଆହୁରି ମଧ୍ୟ କହିଛନ୍ତି, ମୁଁ ମୋ ପରିବାରକୁ ଧାଡ଼ିରେ ରଖି ଗୁଳି ଚଳାଇବାକୁ କହୁଛି। ନଚେତ୍ ଆମେ ଆତ୍ମହତ୍ୟା କରିପାରିବୁ। କିଏ ଦାୟୀ ରହିବ।ମୁଁ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରୁଛି। ସେଗୁଡିକ ଭିତ୍ତିହୀନ। ଆମକୁ ବାରମ୍ବାର ମାନସିକ ଯନ୍ତ୍ରଣା ଦିଆ ଯାଉଛି।ଯାହା କି ଆଦୌ ଠିକ ନୁହେଁ।

ମୋର ପୁରା ପରିବାର ଆତ୍ମହତ୍ୟା କରିବା ଉଚିତ୍।ଅଭିନେତ୍ରୀ ଆହୁରି କହିଛନ୍ତି, ମୁଁ କିମ୍ବା ମୋର ପୁରା ପରିବାର ଆତ୍ମହତ୍ୟା କରିବା ଉଚିତ୍। କିମ୍ବା କେହି ଆମକୁ ଗୁଳି କରନ୍ତି ତେବେ ଭଲ ହେବ। ଏପରି ଅବିଶ୍ୱାସ, ଏପରି ଅପମାନ ସହିତ ବଞ୍ଚୀବାର ଅର୍ଥ କ’ଣ? ଆମେ ମଧ୍ୟବିତ୍ତ ପରିବାରରୁ ଆସିଛୁ, ଅନ୍ୟ କିଛି ନୁହେଁ । ଆଜି ମୋତେ ଡ୍ରଗ୍ ଡିଲର କୁହାଯାଉଛି, ଗତକାଲି ମୁଁ ଜଣେ ହତ୍ୟାକାରୀ ଥିଲି। ତାପରେ ମୁଁ ଆଉ କିଛି ହେବି। ଏହି ଅଭିଯୋଗଗୁଡ଼ିକ ଭିତ୍ତିହୀନ ଏବଂ ସତ୍ୟତାହୀନ। ସମସ୍ତେ ନିଜ ନିଜ କାହାଣୀ ତିଆରି କରୁଛନ୍ତି।

ଖାସ କରି କିଛି ମିଡ଼ିଆ ଚ୍ୟାନେଲ ଯେଉଁମାନେ ମୋର ଚରିତ୍ର କୁ କଦର୍ଯ୍ୟ କରି ଦର୍ଶାଉଅଛନ୍ତି । ସାମ୍ବାଦିକ ମାନେ ନିଜ ମର୍ଯ୍ୟାଦା ଭୁଲିଯାଉଛନ୍ତି।ଏହା ଅତି ନିମ୍ନ ମାନର ସାମ୍ବାଦିକତା ଅଟେ। ରିୟା ଚକ୍ରବର୍ତ୍ତୀ ପୂର୍ବରୁ ନିଜ ଜୀବନ ପ୍ରତି ସାମ୍ବାଦିକ ମାନଙ୍କ ଠାରୁ ବିପଦ ଥିବା ମୁମ୍ବାଇ ପୋଲିସରେ ଅଭିଯୋଗ କରିଥିଲେ।

CBI ଗତ କାଲି 10 ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା।ତେବେ ଧୀରେ ଧୀରେ ଗୋଟିଏ ଗୋଟିଏ ରହସ୍ୟ ସୁଶାନ୍ତ ମୃତ୍ୟୁକୁ ନେଇ ଖୋଲିବାରେ ଲାଗିଛି।ତେବେ ସିବିଆଇ ଖୁବଶୀଘ୍ର ଏହି ମାମଲାରେ ରହସ୍ୟ ଉପରୁ ପରଦା ଉଠାଇବ ବୋଲି ଆଶା କରାଯାଉଛି। ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।