ପୂଜା କରିବା ସମୟରେ ଯଦି ଆପଣଙ୍କ ଆଖିରେ ଲୁହ ଆସିଯାଏ ତ ଏହା ପଛରେ ରହିଛି ଏହି ବଡ ରହସ୍ୟ!

ହିନ୍ଦୁ ଧର୍ମର ପ୍ରାଚୀନ ଗ୍ରନ୍ଥ ଅନୁସାରେ ଆଦ୍ୟରେ ବ୍ରହ୍ମାଣ୍ଡ ଖାଲି ଓ ଅନ୍ଧକାରମୟ ଥିଲା । ଅଚାନକ ଏକ ବିଶାଳକାୟ ଶିବ ଲିଙ୍ଗ ପ୍ରକଟ ହେଲା ଯାହା ଦ୍ୱାରା ପୁରା ବ୍ରହ୍ମାଣ୍ଡ ଶକ୍ତିରେ ପରିପୂର୍ଣ୍ଣ ହୋଇଗଲା । ତା’ର କିଛି ସମୟ ପରେ ବ୍ରହ୍ମାଣ୍ଡରେ ଜଳ, ଧାତୁ, ବାୟୁ ଓ ଅଗ୍ନି ଆଦି ପଦାର୍ଥର ଜନ୍ମ ହେଲା । ସେଥିପାଇଁ ଏହି ସମସ୍ତ ପଦାର୍ଥରେ ଭଗବାନ ଶିବଶଙ୍କର ବାସ କରନ୍ତି ବୋଲି କୁହାଯାଏ । ସମସ୍ତ ବ୍ରହ୍ମାଣ୍ଡରେ ବାସ କରୁଥିବା ଅସୀମ ଶକ୍ତି ଶିବ ହିଁ ଅଟନ୍ତି । ଶିବ ହିଁ ଆଦି ଓ ଅନ୍ତ ଅଟନ୍ତି ।

ଯେତେବେଳେ ବି ଆପଣ ପୂଜାପାଠ ଓ ଈଶ୍ବରଙ୍କ ଧ୍ୟାନ କରନ୍ତି ଆପଣଙ୍କ ଆତ୍ମାର ସଂଯୋଗ ଈଶ୍ବରଙ୍କ ସହ ହୋଇଥାଏ । ଈଶ୍ବର ସର୍ବବ୍ୟାପୀ ଅଟନ୍ତି । ସେ ସମସ୍ତ ସଜୀବ ଓ ନିର୍ଜୀବ ବସ୍ତୁରେ ବାସ କରନ୍ତି । ଏହି କାରଣରୁ ଯେତେବେଳେ ଆପଣଙ୍କ ଅନ୍ତରାତ୍ମାର ମିଳନ ଈଶ୍ବରଙ୍କ ସହ ହୁଏ ସେ ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି । ଏହି ସଂକେତ ଗୁଡିକ ବହୁତ ସାଧାରଣ ହୋଇଥାଏ ତଥାପି ଆମେ ସେ ସବୁକୁ ନ ବୁଝି ଅଣଦେଖା କରିଥାଉ ।

ଯେତେବଳେ ଆମେ ପୂଜା କରିଥାଉ ଆମର ଚତୁଃପାର୍ଶ୍ବ ସକାରାତ୍ମକ ଶକ୍ତିରେ ପୂର୍ଣ୍ଣ ହୋଇଥାଏ । ଏହା ଯୋଗୁ ଆମକୁ ପ୍ରସନ୍ନତା ମିଳିଥାଏ ଓ ସମସ୍ତ ଦୁଃଖ ଖୁସିରେ ବଦଳି ଯାଇଥାଏ । ଆସନ୍ତୁ ଜାଣିବା ଏହିପରି କିଛି ସଂକେତ ବିଷୟରେ ।

ପ୍ରଥମରେ ପୂଜା କରିବା ସମୟରେ ଆଖିରେ ଲୁହ ଆସିବା ଇଶ୍ଵରଙ୍କର ଏକ ସଂକେତ କି ଆମର ଆତ୍ମା ତାଙ୍କ ସହ ସଂଯୋଗ ହୋଇଛି । ଈଶ୍ୱରଙ୍କୁ କିଛି ମାଗିବାର ଏହା ହିଁ ସର୍ବୋତ୍ତମ ସମୟ । ଏହି ସମୟରେ ଈଶ୍ୱରଙ୍କୁ ଆପଣଙ୍କର ସମସ୍ତ ମନୋସ୍କାମନା ଜଣାନ୍ତୁ । କାରଣ ଏହି ସମୟରେ ଈଶ୍ୱରଙ୍କୁ କରିଥିବା ସମସ୍ତ ପ୍ରାର୍ଥନାର ଉତ୍ତର ମିଳିଥାଏ । ଆଉ ମଧ୍ୟ କୁହାଯାଏ ପୂଜା ସମୟରେ ଆଖିରେ ଲୁହ ଆସିବା ଦ୍ୱାରା ଆମର ଅନ୍ତଃକରଣର ସମସ୍ତ ମନ୍ଦତା ପରିସ୍କୃତ ହୋଇ ଶୁଦ୍ଧ ହୋଇଥାଏ ।

ଦ୍ଵିତୀୟରେ ଜଳାଇଥିବା ଦୀପର ଜ୍ୟୋତି ହଠାତ୍ ବୃଦ୍ଧି ପାଇବା । ଅଗ୍ନି ପଞ୍ଚତ୍ୱତ୍ତ ମାନଙ୍କ ମଧ୍ୟରୁ ଗୋଟେ । ଏଥିରେ ଭଗବାନ ଶିବ ବାସ କରନ୍ତି । ପୂଜା କରିବା ସମୟରେ ଏହାର ଜ୍ୟୋତି ବୃଦ୍ଧି ପାଇବାର ଅର୍ଥ ହେଉଛି ଏହା ଈଶ୍ବରଙ୍କ ସଂକେତ ସେ ଆପଣଙ୍କ ପୂଜା ଓ ଭକ୍ତିରେ ସନ୍ତୁଷ୍ଟ ଅଟନ୍ତି । ଏହି ସମୟରେ ଈଶ୍ବରଙ୍କ ଠାରେ ପ୍ରାର୍ଥନା କରି ଆମର ମନୋସ୍କାମନା ଜଣାଇବା ଉଚିତ ।

ତୃତୀୟରେ ଯଦି ଆପଣ ପୂଜା କରିବା ସମୟରେ ଆପଣ ଜଳାଇଥିବା ଅଗରବତୀର ଧୂଆଁ ଇଷ୍ଟଦେବ/ଦେବୀଙ୍କ ପ୍ରତିମା ଆଡକୁ ଯାଉଥାଏ ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ପୂଜାକୁ ଈଶ୍ବର ସ୍ୱୀକାର କରିଛନ୍ତି ।

ଚତୁର୍ଥରେ ପୂଜା ସମୟରେ ଠାକୁରଙ୍କ ଉପରେ ଚଢ଼ାଇଥିବା ଫୁଲ ତଳେ ପଡିଲେ ଏହା ବହୁତ ଶୁଭ ବୋଲି କୁହାଯାଏ । ଏହାର ଅର୍ଥ ଈଶ୍ବର ଆପଣଙ୍କ ପୂଜା ଆରାଧନାକୁ ସ୍ୱୀକାର କରିଅଛନ୍ତି ଓ ଏହାର ଉଚିତ ଫଳ ଆପଣାକୁ ତୁରନ୍ତ ପ୍ରଦାନ କରିବେ ।

ପଞ୍ଚମରେ ଭଗବାନ ଶିବଙ୍କ ପୂଜା ଓ ଆରତି କରିବା ସମୟରେ ଯଦି ଆପଣଙ୍କ ଦ୍ୱାର ନିକଟକୁ ଗାଈ ଆସେ ତେବେ ଏହାକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି କହାଯାଏ । ଗାଈକୁ ଦ୍ୱାର ନିକଟରେ ଖାଇବାକୁ ଦେଇ ପୂଜା କରନ୍ତୁ ଓ ନିଜ ମନୋସ୍କାମନା ଗୋମାତାଙ୍କୁ ଜଣାନ୍ତୁ । ଆପଣଙ୍କ ଇଛା ଅବଶ୍ୟ ପୂର୍ଣ୍ଣ ହେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।