12 ବର୍ଷରେ ଆଜି ବହୁତ ବଦଳି ଯାଇଛନ୍ତି ‘ପବିତ୍ର ରିସ୍ତା’ ସିରିଏଲ ରେ ଅର୍ଚ୍ଚନା ର ଭଉଣୀ ରୋଲ ରେ ନଜର ଆସିଥିବା ଏହି ଅଭିନେତ୍ରୀ, ଆଜି ଦେଖା ଯାଆନ୍ତି କିଛି ଏମିତି …

ଜି ଟିଭି ର ମୋସ୍ଟ ପପୁଲାର ସିରିୟଲ ପବିତ୍ର ରିଶ୍ତା ଆପଣ ସମସ୍ତେ ନିଶ୍ଚିତ ଦେଖିଥିବେ । ଯାହାକି ଏକ ପାରିବାରିକ ଧାରାବାହିକ ଥିଲା ଓ ଏଥିରେ ନଜର ଆସୁଥିବା କଳାକାରମାନେ ବି ଏହି କାହାଣୀକୁ ଛୋଟ ପରଦାରେ ବହୁତ ଭଲ ଭାବରେ ପରିଦର୍ଶନ କରିଥିଲେ । ଏହି କାରଣରୁ ଏହି ସିରିୟଲ ସୁପରହିଟ ସିରିୟଲରେ ସାମିଲ ହୋଇଯାଇଥିଲା । ଏହି ସିରିୟଲରେ ନଜର ଆସିଥିବା କଳାକାରମାନଙ୍କ ମଧ୍ୟରେ ଜଣେ କଳାକାର ବର୍ଷାର କିରଦାରକୁ ବହୁତ ସୁନ୍ଦର ଭବାରେ ନିଭାଇ ଥିଲେ ।

ବର୍ଷାର କିରଦାରରେ ଅଭିନୟ କରି ଏହି ଅଭିନେତ୍ରୀ ଜଣକ ଲକ୍ଷ ଲକ୍ଷ ଦର୍ଶକମାନଙ୍କର ହୃଦୟରେ ନିଜର ଏକ ଭିନ୍ନ ସ୍ଥାନ ସୃଷ୍ଟି କରି ଦେଇଥିଲେ । କିନ୍ତୁ ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଏହି ସିରିୟଲ ୭ ବର୍ଷ ହେବ ବନ୍ଦ ହୋଇ ଯାଇଛି ଓ ଏହି ୭ ବର୍ଷ ମଧ୍ୟରେ ଏହି ସିରିୟଲରେ ବର୍ଷାର କିରଦାରରେ ନଜର ଆସୁଥିବା ଅଭିନେତ୍ରୀ ଆଜି କେଉଁଠି ଅଛନ୍ତି ଓ କଣ କରୁଛନ୍ତି ସେହି ସମସ୍ତ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ସିରିୟଲରେ ଅର୍ଚନାର ଭଉଣୀ ବର୍ଷାର କିରଦାର କରି ଫେମସ ହୋଇଥିବା ସେହି ଅଭିନେତ୍ରୀର ଅସଲ ନାଁ ପ୍ରିୟା ମରାଠେ ଅଟେ । ଯାହାଙ୍କର ଜନ୍ମ ୨୩ ଏପ୍ରିଲ ୧୯୮୨ରେ ମୁମ୍ବାଇରେ ହୋଇଥିଲା । ଯେଉଁ କାରଣରୁ ସେ ଏହି ସ୍ଥାନରୁ ହିଁ ଶିକ୍ଷା ଲାଭ କରିଛନ୍ତି ।

ଯଦି ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କହିବା ତେବେ ସେ ୧୯ ବର୍ଷ ବୟସରେ ଅର୍ଥାତ ୨୦୦୧ରେ ଆସିଥିବା ସିରିୟଲ ‘ଚାର ଦିବସ ସାସୂଚେନି’ଜର ଅଭିନୟ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଯେଉଁଥିରେ ସେ ଅଭିନୟ କରି ବହୁତ ପ୍ରଶଂସିତ ମଧ୍ୟ ହୋଇଥିଲେ । ଏହା ପରେ ପ୍ରିୟାଙ୍କର ଅଭିନୟ ଦେଖି ଅନ୍ୟ କେତେକ ନିର୍ମାତାଆନେ ତାଙ୍କୁ ନିଜର ସିରିୟଲରେ କାମ କରିବା ପାଇଁ ଚାନ୍ସ ଦେଲେ ।

ଯେଉଁଥିରେ ଉତ୍ତରନ, ବଡ ଅଛେ ଲଗତ ହେ, ଭାଗ ରେ ମନ ଭଳି ବହୁତ ସୁପର ହିଟ ସିରିୟଲ ସାମିଲ ଅଛି । କିନ୍ତୁ ଏହା ମଧ୍ୟରେ ପ୍ରିୟା ମରାଠେ ବହୁତ ବଦଳି ଯାଇଛନ୍ତି । ସେ ବର୍ତ୍ତମାନ ୩୩ ବର୍ଷର ହୋଇଯାଇଛନ୍ତି । ଯଦି ତାଙ୍କର ଲୁକ ବିଷୟରେ କହିବା ତେବେ ସେ ପବିତ୍ର ରିଶ୍ତା ସିରିୟଲରେ ଏକ ସାଧାରଣ ଝିଅ ରୂପରେ ନଜର ଆସୁଥିଲେ । କିନ୍ତୁ ଅସଲ ଜୀବନରେ ସେ ବର୍ତ୍ତମାନ ସମୟରେ ପ୍ରାୟତଃ ଶାଢୀରେ ନଜର ଆସନ୍ତି । ଯେଉଁଥିରେ ସେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।

ଯଦି ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କହିବା ତେବେ ସେ ଆଜି ବି ନିଜର ଅଭିନୟ କ୍ୟାରିୟରରେ ସକ୍ରିୟ ଅଛନ୍ତି । ସେ ବର୍ତ୍ତମାନ ସମୟରେ କେତେକ ସିରିୟଲରେ ସହ କଳାକାର ରୂପରେ ନଜର ଆସୁଛନ୍ତି । ଯଦି ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିବା ତେବେ ତାଙ୍କର ସ୍ଵାମୀଙ୍କ ନାଁ ସାନ୍ତୁନୁ ମୋଘେ ଅଟେ । ଯାହାଙ୍କୁ ସହିତ ସେ ୨୦୧୨ରେ ବିବାହ କରିଥିଲେ ଓ ପ୍ରିୟା ବର୍ତ୍ତମାନ ନିଜ ସ୍ଵାମୀଙ୍କ ସହିତ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।