ସମ୍ପତି ଚକ୍କରରେ ଭାଙ୍ଗି ଯାଇଥିଲା ଅଭିଷେକ ଓ କରିସ୍ମାଙ୍କ ବିବାହ, ମା ବବିତା ବିବାହ ପାଇଁ ରଖିଥିଲେ ଏହି ସର୍ତ୍ତ

ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି କିଛି ପ୍ରେମ କାହାଣୀ ସୃଷ୍ଟି ହୋଇଛି ଯାହାରକି ବୟସ କାମ ହୋଇ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର ଚର୍ଚ୍ଚା ଚାଲିଛି । ଏମିତି ଏକ ପ୍ରେମ କାହାଣୀ କରିଷମା କାପୁର ଓ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ହୋଇଥିଲା । ଗୋଟିଏ ସମୟରେ କରିସ୍ମା କପୁର ଓ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଏମିତି ପ୍ରେମ ଥିଲା ଯେ ଏହି କଥା ବାହାଘର ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ କୌଣସି କାରଣ ବଶତଃ ଏହି ବାହାଘର ଭାଙ୍ଗି ଯାଇଥିଲା ।

କରିସ୍ମା ଓ ଅଭିଷେକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ୧୯୯୭ରେ ଶ୍ୱେତା ବଚ୍ଚନ ଓ ନିଖିଲ ନନ୍ଦାଙ୍କ ବିବାହ ସମୟରେ ହୋଇଥିଲା । ନିଖିଲ ନନ୍ଦା କରିଷମାଙ୍କର ପିସିଙ୍କର ପୁଅ ଥିଲେ ଏଥିପାଇଁ ତାଙ୍କର ସବୁ ଉତ୍ସବରେ କରିସ୍ମା କପୁର ଉପସ୍ଥିତ ରହୁଥିଲେ ।

ଏହି ସମୟରେ କରିସ୍ମା ଅଭିଷେକଙ୍କ ନିକଟତର ହୋଇଥିଲେ । ୨୦୦୦ ମସିହାରେ ଅଭିଷେକ ଯେତେବେଳେ ରିଫ୍ୟୁଜି ଫିଲ୍ମ ମାଧ୍ୟାମରେ ତାଙ୍କର କ୍ୟାରିୟର ଆରମ୍ଭ କଲେ ଏହି ସମୟରେ ତାଙ୍କ ବିପକ୍ଷରେ ହିରୋଇନ ଭାବରେ କରିନା କାପୁର ଅଭିନୟ କରିଥିଲେ । ଏହି ଫିଲ୍ମର ଶୁଟିଂ ସେଟରେ କରିନା ଅଭିଷେକଙ୍କୁ ଜିଜୁ ବୋଲି ଡାକୁଥିଲେ ।

ରିଫ୍ୟୁଜି ରିଲିଜ ହେବାର ଦୁଇ ବର୍ଷ ପରେ ୨୦୦୨ ରେ ଅମିତାଭ ବଚ୍ଚନ ତାଙ୍କର ୬୦ ତମ ଜନ୍ମ ଦିବସରେ ଅଭିଷେକ ଓ କରିସ୍ମାଙ୍କର ବିବାହ ନିର୍ବନ୍ଧ କରିବାର ସୂଚନା ଦେଇଥିଲେ । ଏହି ନିର୍ବନ୍ଧ ବହୁତ ଧୁମ ଧାମରେ ହୋଇଥିଲା । କିନ୍ତୁ ୪ ମାସ ପରେ କୌଣସି କାରଣ ବଶତଃ ଏହି ନିର୍ବନ୍ଧ ଭାଙ୍ଗି ଯାଇଥିଲା । ଏହି ବିଷୟରେ କରିସ୍ମାଙ୍କ ଖୁସି ମିଡିଆ ସାମନାରେ କହିଥିଲେ କି ମୁଁ ଜାଣିନି କାହା ପାଇଁ ଅଭିଷେକକ ଓ କରିଷମାଙ୍କର ବିବାହ ନିର୍ବନ୍ଧ ଭାଙ୍ଗିଲା କିନ୍ତୁ ଏହା ଏକ ଦୁଃଖଦ ଘଟଣା ବୋଲି କହିଥିଲେ ।

ଏବେ ଆସନ୍ତୁ ଜାଣିବା ଅଭିଷେକ ଓ କରିସ୍ମାଙ୍କ ବିବାହ ନିର୍ବନ୍ଧ କାହିଁକି ଭାଗିଲା । ଏହି ଦୁଇଜଣଙ୍କ ବିବାହ ନିର୍ବନ୍ଧ ଭାଙ୍ଗିବାର ଚର୍ଚ୍ଚା ସବୁଆଡେ ବ୍ୟାପିବାକୁ ଲାଗିଲା । ଲୋକେ ନାନାପ୍ରକାର କାରଣ ବିଷୟରେ ଆଲୋଚନା  କରୁଥିଲେ । କିନ୍ତୁ ବଚନ ଓ କରିସ୍ମାଙ୍କ ପରିବାର ଏହା ବିଷୟରେ କୌଣସି ସ୍ପଟିକରଣ ଦେଉନଥିଲେ । କିଛି ଲୋକ ଏହାର କାରଣ ବଚନ ଫେମିଲିକୁ ଦେଉଥିଲେ ଆଉ କିଛି ଲୋକ କରିସ୍ମାଙ୍କ ଫେମିଲିକୁ ଦୋଷ ଦେଉଥିଲେ ।

ଏହି ସମୟରେ ଜୟ ବଚ୍ଚନ ମିଡିଆ ସାମନାରେ ନିଜ ମତ ରଖି କହିଲେ ଯେ ଏହି ବିବାହ ନହେବାର ନିଷ୍ପତି ନିଜେ ଅଭିଷେକଙ୍କର ନିଜସ୍ୱ ନିର୍ଣ୍ଣୟ ଥିଲା । ଏକ ମାଗାଯିନ କସମପଲିଟନ ର ଜୁଲାଇ ଏଡିସନ ୨୦୧୭ ରେ ଦ ରିଆଲ ରିଜନ ନାମକ ଏକ ଆର୍ଟିକିଲରେ ଏହା ବର୍ଣ୍ଣନା କରାଯାଇଥିଲା କି ଏହି ବିବାହ ଭାଙ୍ଗିବାର ମୁଖ୍ୟ କାରଣ ହେଲେ କରିଷମାଙ୍କ ମା ବବିତା । କାହିଁକିନା ସେ ଏହି ବିବାହ ସମ୍ପର୍କରେ ଖୁସି ନଥିଲେ ।

ଏକ କଥାରୁ ଜଣାପଡିଥିଲା କି ଏହି ସମୟରେ କରିସ୍ମା ବଲିଉଡର ସୁପଷ୍ଟାର ଥିଲେ ଓ ଅଭିଷେକଙ୍କର ସବୁ ଫିଲ୍ମ ଫ୍ଲପ ହେଉଥିଲା । ଏଥିପାଇଁ କରିସ୍ମାଙ୍କ ମା ବବିତା ଏହି ବିବାହକୁ ପସନ୍ଦ କରୁନଥିଲେ । କୁହାଯାଏ କି ଏହି ସମୟରେ ବବିତା ବଚନ ଫେମିଲି ପାଖରେ କିଛି ସର୍ତ୍ତ ରଖିଥିଲେ କି ଏହି ଦୁଇଜଣଙ୍କ ବିବାହ ବିଚ୍ଛେଦ ହେଲେ ଅଭିଷେକଙ୍କର ଅଧା ସମ୍ପତି କରିସ୍ମାଙ୍କ ଦେବାକୁ ହେବ । ଦ୍ଵିତୀୟରେ ବିବାହ ପୂର୍ବରୁ ଅମିତାଭଙ୍କ ଅଧା ସମ୍ପତି ଅଭିଷେକଙ୍କ ନାମରେ କରିବା ପାଇଁ । ବଚ୍ଚନ ଫେମିଲିକୁ ବବିତାଙ୍କର ଏହି ଅନୈତିକ ଡିମାଣ୍ଡ ବା ସର୍ତ ମଞ୍ଜୁର ନହେବାରୁ ଏହି ବିବାହ ଭାଙ୍ଗି ଯାଇଥିଲା  ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।