ହିଟ ଫିଲ୍ମ ଦେବା ପରେ ବି ହଜି ଯାଇଛନ୍ତି ସଲମାନ – ଗୋବିନ୍ଦାଙ୍କ ଏହି ହିରୋଇନ, ଏବେ କାହାକୁ କିଛି ନକହି କରିନେଲେ ବିବାହ

ବଲୀଉଡରେ ପ୍ରାୟତଃ ଜଣା ଶୁଣା ଓ ଲୋକମାନଙ୍କ ହୃଦୟରେ ବସିଥିବା ବହୁତ ଟପ ଅଭିନେତ୍ରୀ କିଛି ଦିନ ତଳେ ହିଁ ବିବାହ କରି ନେଇଛନ୍ତି । ଏହା ମଧ୍ୟରେ ଖବର ଆସୁଛି କି ବଲୀଉଡର ଆଉ ଜଣେ ଅଭିନେତ୍ରୀ ବି ଯିଏକି ବହୁତ ସମୟ ହେବ ପରଦାରୁ ଗାୟବ ଥିଲେ ଓ ସେ ବି କିଛି ଦିନ ତଳେ ବିବାହ କରି ନେଇଛନ୍ତି । ସଲମାନ ଓ ଅକ୍ଷୟ କୁମାର ଭଳି ବଡ ଷ୍ଟାରଙ୍କ ସହିତ କାମ କରି ସାରିଥିବା ଆରତୀ ଛାବରିୟା ବହୁତ ଦିନ ହେବ ପରଦାରୁ ଗାୟବ ଅଛନ୍ତି ଓ ବର୍ତ୍ତମାନ ତାଙ୍କର ବିବାହର ଖବର ସାମନାକୁ ଆସୁଛି ।

ଆରତୀ ଛାବରିୟା ଚୁପଚାପ କରି ନେଲେ ବିବାହ

ବଲୀଉଡ ଅଭିନେତ୍ରୀଙ୍କର କ୍ୟାରିୟର ବହୁତ ଛୋଟ ହୋଇଥାଏ ଓ ପ୍ରାୟତଃ ବାହାଘର ପରେ ଅଭିନେତ୍ରୀମାନେ ବଲୀଉଡକୁ ଅଳବିଦା କହି ଦିଅନ୍ତି । ଆରତୀ ଛାବରିୟା ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯିଏକି ପରଦାରେ ବହୁତ ହିଟ ଫିଲ୍ମ ଦେଇଛନ୍ତି ଓ ବହୁତ ବଡ ବଡ ଅଭିନେତାଙ୍କ ସହ ମାନେ ଅକ୍ଷୟ କୁମାର, ଗୋବିନ୍ଦା, ସଲମାନଙ୍କ ସହିତ ବି ସ୍କ୍ରୀନ ଶେୟାର କରିଛନ୍ତି । ଏହା ପରେ ସେ ବହୁତ ବିଜ୍ଞାପନରେ ବି କାମ କରିଛନ୍ତି । କିନ୍ତୁ ଏହା ପରେ ତାଙ୍କର କ୍ୟାରିୟର କିଛି ଖାସ ଚାଲିଲା ନାହିଁ ।

ଏହା ପରେ ସେ କନ୍ନଡ, ତେଲୁଗୁ ଓ ପଞ୍ଜାବୀ ଫିଲ୍ମରେ ବି କାମ କରିଛନ୍ତି । ସେ ମାତ୍ର ତିନି ବର୍ଷ ବୟସରୁ ହିଁ କାମ କରି ସାରିଛନ୍ତି । କହିବାକୁ ଗଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ ରୁ ଅଧିକ ବିଜ୍ଞାପନରେ କାମ କରି ସାରିଛନ୍ତି ଓ ସେ କେତେକ ହିଟ ଆଲବମରେ ବି କାମ କରିଛନ୍ତି ।

ସଲମାନ – ଗୋବିନ୍ଦାଙ୍କ ସହ ଶେୟାର କରିଥିଲେ ସ୍କ୍ରୀନ

କହିଦେଉଛୁ ଯେ ୨୦୧୩ରେ ଆରତୀଙ୍କର ଶେଷ ଫିଲ୍ମ ‘ଦସ ତୋଲା’ରେ ନଜର ଆସିଥିଲେ । ଏହା ସହିତ ସେ ୨୦୧୧ରେ ରିଏଲିଟୀ ଶୋ ‘ଖତରୋଂ କେ ଖିଲାଡ଼ୀ’ରେ ବି ନଜର ଆସିଥିଲେ । ଏହି ଟାଇଟେଲକୁ ନିଜ ନାମରେ ବି କରିଥିଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।