ଗୁଗଲର ଚାକିରି ଛାଡି ସିଙ୍ଗେଡା ବିକିବାକୁ ଲାଗିଥିଲେ ଏହି ବ୍ୟକ୍ତି, ବର୍ତ୍ତମାନ ବର୍ଷକୁ ଆୟ କରୁଛନ୍ତି ୫୦ ଲକ୍ଷ ଟଙ୍କା

ଯଦି ଆପଣଙ୍କୁ କେହି କହିବେ କି ଚାକିରି ଛାଡି ସିଙ୍ଗେଡାର ଦୋକାନ କରିବା ପାଇଁ ? ତେବେ ବୋଧେ ଆପଣଙ୍କୁ ଟିକେ ଅଲଗା ଲାଗିବ ଏବଂ ଆପଣ ସେହି ବ୍ୟକ୍ତିଙ୍କୁ ଗାଳି ଗୁଲଜ ବି କରିବେ । ନିଜ ଚାକରି ଛାଡି କିଏ ବା ସିଙ୍ଗେଡାର ଦୋକାନ କରିବ ? ତାହା ପୁଣି ଦୁନିଆର ସବୁଠୁ ବଡ କମ୍ପାନୀ ମାନେ ଗୁଗଲ କମ୍ପାନୀକୁ ଛାଡି । କିନ୍ତୁ ଏହିହଳି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ଚାଲନ୍ତୁ ଦେଖିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ କଥା ଅଛି ।

ମୁମ୍ବାଇରେ ରହୁଥିବା ମୁନାଫ କପାଡିୟା ଗୁଗଲ ଭଳି କେତେକ କମ୍ପାନୀରେ କାମ କରି ସାରିଛନ୍ତି । ଏବଂ ବିଦେଶ ବି ଯାଇ ସାରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ଚାକିରି ଛାଡି ଏକ ସିଙ୍ଗେଡା ଦୋକାନ ଚଲାଊଛନ୍ତି । ମୁନାଫ ନିଜର ଷ୍ଟୋରିକୁ ସୋସିୟାଲ ମିଡିୟାରେ ଶେୟାର କରି, କହିଛନ୍ତି କି ମୁଁ ଯେତେବେଳେ ଗୁଗଲରେ ଚାକିରି କରୁଥିଲି, ସେତେବେଳେ ମୋତେ ଲାଗିଲା କି ମୁଁ ଏହା ଠାରୁ ବି ଭଲ କାମ କରି ପାରିବି ।

ଏହା ପରେ ମୁଁ ଘରେ ଆସି ଏକ ସିଙ୍ଗେଡାର ଦୋକାନ ଖୋଲି କରି ବସିଲି । କହି ଦେଉଛୁ ଯେ ତାଙ୍କର କମ୍ପାନୀ ବର୍ଷକୁ ୫୦ ଲକ୍ଷ ଟଙ୍କାର ଟର୍ନ ଓଭର କରି ସାରିଛି ।

ଏମିତିରେ ଆସିଲା ସିଙ୍ଗେଡା ଦୋକାନ ଖୋଲିବାର ଆଇଡିଆ

ମୁନାଫ କହିଲେ କି ତାଙ୍କର ମା ସବୁବେଳେ ଟିଭିରେ ଖାଇବା ଚ୍ୟାନେଲ ଅଧିକ ଦେଖୁଥିଲେ । ଯେଉଁ କାରଣରୁ ସେ ଖାଇବା ବି ବହୁତ ଭଲ କରୁଥିଲେ । ଏହା ପରେ ସେ ମାଆଙ୍କ ଠାରୁ ଖାଇବାର ଟିପ୍ସ ନେଇ ଏକ ସିଙ୍ଗେଡାର ଦୋକନ ଖୋଲିଲେ । ସେ ‘ଦ ବୋହାରୀ କିଚନ’ ନାମକ Restaurant ଚଲାଉଛନ୍ତି । ଯାହାର ସିଙ୍ଗେଡା ପୁରା ମୁମ୍ବାଇରେ ଏବଂ ଦୁନିଆରେ ଫେମସ ଅଟେ ଏବଂ ବଲୀଉଡର ଷ୍ଟାରମାନେ ବି ଖାଇଥାନ୍ତି ।

ସିଙ୍ଗେଡା ଅଟେ ଟ୍ରେଡ଼ମାର୍କ

ମୁନଫା ନିଜ Restaurant ରେ କେବଳ ସିଙ୍ଗେଡା ବିକ୍ରି କରନ୍ତି ନାହିଁ ଏହା ଛଡା ବି ସେ ମଟନ ସିଙ୍ଗେଡା, ନରଗିସ କବାବ, ଡବ୍ବା ଗୋଶ୍ତ ଏବଂ କଢୀ ଚାଉଲ ବି ବିକ୍ରି କରନ୍ତି । କିନ୍ତୁ ସେ ସିଙ୍ଗେଡାକୁ ଟ୍ରେଡ଼ମାର୍କ କରିଛନ୍ତି । ଏବଂ ସେ ଏହି Restaurantକୁ ମାତ୍ର ୧ ବର୍ଷ ହେବ ଖୋଲିଛନ୍ତି । ଏବଂ ତାଙ୍କର କମ୍ପାନୀର ଟର୍ନଓବର ୫୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ଗଲାଣି । କିନ୍ତୁ ସେ ଆସନ୍ତା ୩ ବର୍ଷ ମଧ୍ୟରେ ୫ କୋଟି ଟଙ୍କାର ଟର୍ନଓୱର କରିବାକୁ ଚାହୁଁଛନ୍ତି ।

ସବୁ ମାସରେ କରିଥାନ୍ତି ଲକ୍ଷ ଲକ୍ଷ ଟଙ୍କାର ଆୟ

କହିଦେଉଛୁ ଯେ ‘ ଦ ବୋହରୀ କିଚନ’ Restaurantକୁ ବହୁତ ବଲୀଉଡର ଷ୍ଟାରମାନେ ବି ଯାଉଛନ୍ତି । ସେମାନେ ମୁନଫାଙ୍କର ସିଙ୍ଗେଡାକୁ ବହୁତ ପସନ୍ଦ ବି କରିଛନ୍ତି । ସେ କହିଛନ୍ତି କି ତାଙ୍କର Restaurantରୁ ବର୍ତ୍ତମାନ ସେ ମାସକୁ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଯାହା ଗୁଗଲର ଲକ୍ଷ ଲକ୍ଷ ସ୍ୟାଲେରି ଠାରୁ ସେ ବହୁତ ଖୁସିରେ ଅଛନ୍ତି ।

ଯଦି ଆପଣ ବି କୌଣସି କାମ କରିବାକୁ ବର୍ତ୍ତମାନ ଷ୍ଟ୍ରଗଲ କରୁଛନ୍ତି ତେବେ ନିଜ ଉପରେ ବିଶ୍ବାସ ରଖି କର୍ମ କରିଚାଲନ୍ତୁ, ଦିନେ ନା ଦିନେ ସଫଳତା ନିଶ୍ଚୟ ମିଳିବ । ପୋଷ୍ଟ ଟି ଭଲ ଲାଗିଲେ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।