ଏହି ଷ୍ଟାର ଙ୍କୁ ବିବାହ କରିବେ Bollywood ହିରୋଇନ Shraddha Kapoor, ମାଉସୀ ପଦ୍ମିନୀ ଦେଲେ ଏହି ସଙ୍କେତ

ବଲିଉଡର କ୍ୟୁଟ ଗାର୍ଲ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି ଓ ତାଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ ମଧ୍ୟ ଅଛନ୍ତି । ଆଜିକାଲି ବିବାହ ର୍ର୍ଯୁମରକୁ ନେଇ ଶ୍ରଦ୍ଧା ଚର୍ଚ୍ଚାରେ ଅଛନ୍ତି । ସେ ଫଟୋଗ୍ରାଫର ରୋହନ ଶ୍ରେଷ୍ଠଙ୍କୁ ଅନେକ ଦିନରୁ ଡେଟ କରୁଛନ୍ତି ଓ ତାଙ୍କୁ ଖୁବ ଶୀଘ୍ର ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି । ଏବେ ନିକଟରେ ଏହି ର୍ର୍ଯୁମରକୁ ନେଇ ଶ୍ରଦ୍ଧା କପୁରଙ୍କ ମାଉସୀ ପଦ୍ମିନୀ କୋହ୍ଲାପୁରୀ ଓ ତାଙ୍କ ପୁଅ ପ୍ରିୟାଙ୍କ ଶର୍ମା ନିଜ ପ୍ରତିକ୍ରିୟା ରଖିଛନ୍ତି । ତେବେ ଚାଲନ୍ତୁ ଜାଣିବା କଣ ପ୍ରକୃତରେ ଶ୍ରଦ୍ଧା କପୁର ବିବାହ କରିବାକୁ ଯାଉଛନ୍ତି ?

ଆପଣଙ୍କୁ ଜଣାଇ ଦେଉଛୁ ୮୦ ଦଶକର ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀ ତଥା ଶ୍ରଦ୍ଧାଙ୍କ ମାଉସୀ ନିକଟରେ ଏହି ବିବାହ ର୍ର୍ଯୁମରକୁ ନେଇ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହା ବ୍ଯତୀତ ଶ୍ରଦ୍ଧାଙ୍କ କଜିନ ଭାଇ ପ୍ରିୟାଙ୍କ ଶର୍ମା ମଧ୍ୟ ଏହି କଥାରେ ନିଜ ନୀରବତା ଭାଙ୍ଗିଛନ୍ତି । ଗୋଟିଏ ଇଣ୍ଟରଭ୍ୟୁରେ ଯେତେବେଳେ ପ୍ରିୟାଙ୍କ ଶର୍ମାଙ୍କୁ ଶ୍ରଦ୍ଧା କପୁରଙ୍କ ତାଙ୍କ ବୟଫ୍ରେଣ୍ଡ ରୋହଣ ଶ୍ରେଷ୍ଠଙ୍କ ସହ ବିବାହ ବିଷୟରେ ପଚରାଗଲା ସେ କହିଲେ, “NO କମେଣ୍ଟ, ମୁଁ କଣ କହିବି ? ହାଁ ଯଦି ଆପଣ ଏହା ଆଗକୁ ଦେଖି କହୁଛନ୍ତି ତେବେ ଠିକ କଥା । ବିବାହର ପ୍ରତୀକ୍ଷା କରିବା ସବୁଠୁ ଭଲ ହୋଇଥାଏ । ନୁହେଁ କି ?”

ସେହିପରି ଶ୍ରଦ୍ଧା କପୁରଙ୍କ ମାଉସୀ ପଦ୍ମିନୀ କୋହ୍ଲାପୁରେ ରୋହଣ ଶ୍ରେଷ୍ଠ ଓ ଝିଆରୀ ଶ୍ରଦ୍ଧା କପୁରଙ୍କ ବିବାହକୁ ନେଇ କହିଲେ, “କି କଥା ! ଏହା ବହୁତ ଅଜବ ପ୍ରଶ୍ନ ! ଯଦି ଏପରି ହୁଏ ତେବେ ଆପଣଙ୍କୁ ନିଶ୍ଚୟ ଖବର ମିଳିଯିବ ।” ଏହା ବ୍ଯତୀତ ରୋହନ ଶ୍ରେଷ୍ଠଙ୍କ ପିତା ରାକେଶ ଶ୍ରେଷ୍ଠ କହିଥିଲେ କି, “ରୋହନ ଏବଂ ଶ୍ରଦ୍ଧା କଲେଜ ଦିନରୁ ଫ୍ରେଣ୍ଡ ଅଟନ୍ତି ଓ ଜୁହୁରେ ମଧ୍ୟ ସେମାନଙ୍କ ଅନେକ କମନ ଫ୍ରେଣ୍ଡ ଅଛନ୍ତି । ସେମାନେ ଦୁହେଁ ନିଜ ପ୍ରଫେସନାଲ ଜୀବନରେ ବହୁତ ଭଲ କରୁଛନ୍ତି ।

ସେଥିପାଇଁ ସେମାନେ ବିବାହକୁ ନେଇ ଯାହା ମଧ୍ୟ ଫଇସଲା ନେବେ, ପରିବାର ସେଥିରେ ନିଶ୍ଚୟ ସେମାନଙ୍କ ସାଥ ଦେବ । କାରଣ ସେମାନେ ଯାହା ବି ନିଷ୍ପତ୍ତି ନେବେ ସଠିକ ନେବେ ।” ଆପଣଙ୍କୁ ଜଣାଇ ଦେଉଛୁ ଯେ, ୨୦୧୯ରେ ଶ୍ରଦ୍ଧା ଗୋଟିଏ ମ୍ୟାଗାଜିନ ପାଇଁ ଫଟୋଶୁଟ କରିଥିଲେ । ଯାହା ପାଇଁ ରୋହନ ତାଙ୍କ ସହ କାର୍ଯ୍ୟ କରିଥିଲେ । ସେହି ସମୟରେ ଶ୍ରଦ୍ଧା ଓ ରୋହନ ଉଭଯଙ୍କୁ ତାଙ୍କ ଭାଇ ସିଦ୍ଧାନ୍ତ କପୁର ଓ କୋ-ଆକ୍ଟର ବରୁଣ ଧାୱନ ଖୁବ ଚିଡାଇଥିଲେ । ସେତେବେଳ ଠାରୁ ତାଙ୍କ ରିଲେସନଶିପ କନଫର୍ମ ହୋଇ ଯାଇଥିଲା ।

ଏହାଛଡା ଦୁହିଁଙ୍କୁ ଅନେକ ଥର ଏକାଠି ମଧ୍ୟ ଦେଖିବାକୁ ମିଳିଛି । ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ବିଷୟରେ କହିଲେ, ସେ ଅଭିନେତା ରଣବିର କପୁରଙ୍କ ସହ ଆଗମୀ ଫିଲ୍ମ ‘ଲଭ ରାଜନ’ ର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କାରଣରୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।