ରିସ୍ତା କ୍ୟା କେହଲାତା ହେ ର Naitik ଙ୍କ ସ୍ତ୍ରୀ Akhyaraa ଙ୍କ ଠୁବି ଦେଖିବାକୁ ବହୁତ ସୁନ୍ଦର

କରନ ମେହେରା ବହୁତ ପ୍ରସିଦ୍ଧ ସେଲିବ୍ରିଟି, ଆକ୍ଟର, ଡିଜାଇନର ଏବଂ ମଡେଲ ଅଟନ୍ତି । କରନ ଷ୍ଟାର ପ୍ଲସ ରେ ଆସୁଥିବା ଲୋକପ୍ରିୟ ଶୋ ୟେ ରିସ୍ତା କ୍ୟା କେହେଲାତା ହେ ରେ ନୈତିକ ସିଂଘାନିଆ ଭାବରେ ନିଜର ଭୂମିକା କରିଥିଲେ । କରନ ନିଜ କ୍ୟାରିୟର ଆରମ୍ଭ ବେଳେ ଫ୍ୟାସନ ଡିଜାଇନର ହେବାକୁ ଚାହୁଁଥିଲେ । କିନ୍ତୁ ପରେ ସେ ଅଭିନୟ କରିବାକୁ ଚେଷ୍ଟା କରିଥିଲେ । କରନ ମେହେରା ଙ୍କ ଜନ୍ମ ୧୦ ସେପ୍ଟେମ୍ବର ୧୯୮୨ ରେ ପଞ୍ଜାବ ର ଜଳନ୍ଦର ସହରରେ ହୋଇଥିଲା । ସ୍କୁଲ ଶିକ୍ଷା ଜଳନ୍ଦର ରୁ ହିଁ ପ୍ରାପ୍ତି କରିଥିଲେ ।

ଏହାପରେ ଦିଲ୍ଲୀ ର ଫ୍ୟାସନ ଡିଜାଇନର ଇଂସ୍ତିଚ୍ୟୁଟ ରେ ପ୍ୟାସନ ଡିଜାଇନିଙ୍ଗ କରିବାକୁ ଲାଗିଥିଲେ । ୪ ବର୍ଷ ପରେ ଏହି କୋର୍ସ ପୁରା କରିଥିଲେ । ନିଜ କ୍ୟାରିୟର କୁ ଆଗକୁ ବଢାଇବା ପାଇଁ ସ୍ୱପ୍ନର ସହର ମୁମ୍ବାଇ ଆସିଥିଲେ କରନ । ମୁମ୍ବାଇ ଆସିକି ନାଚ ମଧ୍ୟ ଶିଖିଥିଲେ କରନ । କରନ ଙ୍କ ପିତା ଜଣେ ବ୍ୟାପାରି ଅଟନ୍ତି ଏବଂ ମାତା ଗୃହିଣୀ ଅଟନ୍ତି ।

କରନ ଏବେ ପର୍ଯ୍ୟନ୍ତ ବହୁତ ହିଁ ଭଲ କ୍ୟାରିୟର ସେଟ କରିଛନ୍ତି । ସେ ଫ୍ୟାସନ ଡିଜାଇନର ହେବାକୁ ଚାହୁଁଥିଲେ କିନ୍ତୁ ଆକ୍ଟର ମଧ୍ୟ ହୋଇଗଲେ । କରନ ଯେତେବେଳେ ମୁମ୍ବାଇ ଆସିଥିଲେ ସେତେବେଳେ ତାଙ୍କର ସାକ୍ଷାତ ଦୁଇଜଣ ପ୍ରସିଦ୍ଧ ଡିରେକ୍ଟର ରାମ ଗୋପାଳ ବର୍ମା ଏବଂ ରାଜକୁମାର ହିରାନି ଙ୍କ ସହିତ ହୋଇଥିଲା । ସେମାନେ କରନ ଙ୍କୁ ଅଭିନୟ କରିବାକୁ କହିଥିଲେ । ଏବଂ କରନ ମଧ୍ୟ ରାଜି ହୋଇଯାଇଥିଲେ । ଏବଂ ବହୁତ ଫିଲ୍ମ ରେ ନିଜର ଅଭିନୟ କରିଥିଲେ ।

ଏହାପରେ ସେ TV ଆଡ ରେ କାମ କରିବାକୁ ଲାଗିଥିଲେ । ଏବଂ ସେ ବହୁତ ବଡ଼ TV ଅଭିନେତା ବନିଥିଲେ । କରନ ୟେ ରିସ୍ତା କ୍ୟା କେହଲାତ ହେ ରେ ନୈତିକ ସିଂହାନିଆ ଭାବରେ ନିଜକୁ ସାମ୍ନାକୁ ଆଣିଥିଲେ । ଏହି ସିରିଏଲ ଲୋକଙ୍କର ବହୁତ ପ୍ରିୟ ଅଟେ । ଲୋକଙ୍କ ଭିତରେ କରନ ଙ୍କ ଛବି ସଂସ୍କାରି ପୁଅ ର ହୋଇସାରିଛି । କରନ ବହୁତ ପପୁଲାର ଅଟନ୍ତି । କରନ ଙ୍କ ସୁନ୍ଦର ସ୍ତ୍ରୀ ଅଟନ୍ତି ନିଶା ରୱାଲ ।

ନିଶା ବହୁତ ସୁନ୍ଦର ଅଟନ୍ତି । କରନ ୫ ବର୍ଷ ପୂର୍ବରୁ ନିଶା ଙ୍କୁ ଡେଟ କରୁଥିଲେ । ଏବଂ ପରେ ତାଙ୍କୁ ବିବାହ ମଧ୍ୟ କରିଥିଲେ । ଗୋଟେ ଫିଲ୍ମ ସେଟ ରେ ନିଶା ଏବଂ କରନ ପ୍ରଥମ ଥର ପାଇଁ ଦେଖା ହୋଇଥିଲେ । ଧୀରେ ଧୀରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ । କରନ ନିଶା ଙ୍କୁ ମିଡ଼ିଆ ସାମ୍ନାରେ ପ୍ରପୋଜ କରିଥିଲା । କରନ ନିଜର ଜନ୍ମଦିନ ପାର୍ଟି ରେ ନିଶା ଙ୍କୁ ସବୁ ମିଡ଼ିଆ, ଏବଂ ନିଜର ପରିବାର ଲୋକଙ୍କ ସାମ୍ନାରେ ପ୍ରପୋଜ କରିଥିଲେ ଏବଂ ତାଙ୍କୁ ବିବାହ କରିବେ ବୋଲି କହିଥିଲେ ଏବଂ ନିଶା ତାଙ୍କୁ ହଁ ବୋଲି ଉତ୍ତର ଦେଇଥିଲେ ।

କରନ ଙ୍କୁ ନିଶା ପ୍ରଥମ ନଜରରେ ପସନ୍ଦ ଆସିଥିଲେ । ନିଶା ତାଙ୍କର ସ୍ୱପ୍ନର ନାୟିକା ବୋଲି କରନ କହିଥିଲେ । ଦୁହେଁ ୨୪ ନଭେମ୍ବର ୨୦୧୧ ରେ ବିବାହ କରିଥିଲେ । ଦୁହେଁ ଏକା ସହିତ ରିଆଲିଟି ଶୋ ନଚ ବଲିଏ ରେ ଭାଗ ନେଇଥିଲେ । ବିବାହ ର ୫ ବର୍ଷ ପରେ ସେମାନେ ମାତା ପିତା ମଧ୍ୟ ହୋଇସାରିଚନ୍ତୁ । ଦୁହେଁ ବହୁତ ଖୁସି ଅଛନ୍ତି ଏବଂ ଆମର ପାର୍ଥନା କି ଦୁହେଁ ସବୁବେଳେ ଖୁସିରେ ରୁହନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।