Vastu Tips- ଏହି 4 ଜିନିଷ କେବେବି Gift ରେ ଦିଅନ୍ତୁ ନାହିଁ, ଘରୁ ଚାଲି ଯାଆନ୍ତି ମା ଲକ୍ଷ୍ମୀ

ପର୍ବ ପର୍ବାଣୀ, ଜନ୍ମଦିନ ଓ ବିବାହ ଆଦିରେ ଆମେ ପ୍ରାୟତଃ ଉପହାର ଦେଇଥାଉ ବା ଗ୍ରହଣ କରିଥାଉ । ଏପରିକି କେବେ କେବେ ନିଜ ପ୍ରିୟଜନଙ୍କୁ ବିନା କାରଣରେ ମଧ୍ୟ ଉପହାର ଦେଇଥାଉ ।

କେବେ କେବେ କିଛି ନ ବୁଝି ବିଚାରି ଆମ ପାଖେ ଥିବା ଯେକୌଣସି ବସ୍ତୁ ଆମେ ଉପହାରରେ ଦେଇଥାଉ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ଜୀବନରେ ପ୍ରତ୍ୟେକ ବସ୍ତୁର ନିଜର ଉର୍ଜା ଓ ପ୍ରଭାବ ରହିଛି । ଯାହା ଏପରି ଉପହାର ଦେବା ଦ୍ଵାରା ଆମର କ୍ଷତି ହୋଇଥାଏ । ମା ଲକ୍ଷ୍ମୀଙ୍କ ମୂର୍ତ୍ତି – ଆମେ ପ୍ରାୟତଃ ଅନେକ ଶୁଭ ଅବସରରେ ନିଜ ସମ୍ପର୍କୀୟ ବା ବନ୍ଧୁଙ୍କୁ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଉପହାର ଦେଇଥାଉ । ଏହି ଉପହାର ଦେବା ପଛରେ ଆମର ଉଦ୍ଦେଶ୍ୟ ଥାଏ କି ଆମ ପ୍ରିୟଜନଙ୍କ ଘରେ ମା ଲକ୍ଷ୍ମୀ ବାସ କରନ୍ତୁ ।

ମାତ୍ର ଏହା ଦେଉଥିବା ଓ ନେଉଥିବା ଉଭୟ ବ୍ୟକ୍ତିଙ୍କ ଉପରେ ଖରାପ ପ୍ରଭାବ ପଡ଼ି ଥାଏ । ଏହା ଦ୍ବାରା ଆମ ଘରର ଲକ୍ଷ୍ମୀଙ୍କୁ ଆମେ ଅନ୍ୟକୁ ଦେଇଥାଉ । ଯାହା ଦ୍ଵାରା ମା ଲକ୍ଷ୍ମୀ ରୋଷ କରନ୍ତି । ସେଥିପାଇଁ କୁହାଯାଏ ଦେବୀ ଦେବତାଙ୍କ ମୂର୍ତ୍ତି, ତାଙ୍କ ସମ୍ବନ୍ଧିତ ସାମଗ୍ରୀ ଏବଂ ପୂଜା ସାମଗ୍ରୀ ମଧ୍ୟ ନିଜ ଟଙ୍କାରେ ହିଁ କିଣିବା ଉଚିତ୍ । ନଚେତ୍ ଏହାର ନକାରାତ୍ମକ ପ୍ରଭାବ ଆମ ଜୀବନରେ ପଡ଼ିଥାଏ ।

ଗଣେଶଙ୍କ ମୂର୍ତ୍ତି – ମା ଲକ୍ଷ୍ମୀଙ୍କ ପରି ଭଗବାନ ଗଣେଶଙ୍କ ମୂର୍ତ୍ତି ମଧ୍ୟ କାହାକୁ ଉପହାର ଦିଅନ୍ତୁ ନାହିଁ । କୌଣସି ମାଙ୍ଗଳିକ କାର୍ଯ୍ୟରେ, ଘର ପ୍ରତିଷ୍ଠା ଓ ଦୋକାନ ବା ଅଫିସ ଉଦଘାଟନରେ ଆମେ ପ୍ରାୟତଃ ଗଣେଶଙ୍କ ମୂର୍ତ୍ତି ଦେବାକୁ ଅଧିକ ପସନ୍ଦ କରିଥାଉ । ଆପଣ ଏପରି କରିଥିଲେ ସାବଧାନ ହୋଇ ଯାଆନ୍ତୁ ।

ଗଣେଶଙ୍କୁ ଘରେ ରଖିବାର ମଧ୍ୟ ନିୟମ କାଇଦା ରହିଛି ଓ ତାଙ୍କ ଶୁଣ୍ଢର ଦିଗ ପ୍ରତି ଧ୍ୟାନ ରଖିବା ସହ ସିଧା ଶୁଣ୍ଢ ଥିବା ଗଣେଶଙ୍କ ପୂଜା ପାଇଁ ମଧ୍ୟ ସ୍ଵତନ୍ତ୍ର ବିଧିବିଧାନ ରହିଛି । ଯାହା ଠିକ୍ ଭାବେ ପାଳନ ନ କଲେ ଆମ ଜୀବନରେ ଦୁର୍ଭାଗ୍ୟ ଆସିଥାଏ । ସେଥିପାଇଁ ଏହା ଉପହାର ଦେବାର ଦୁଃପରିଣାମ ଉଭୟ ଦାତା ଓ ଗ୍ରହୀତାଙ୍କୁ ଭୋଗିବାକୁ ପଡ଼ିଥାଏ । ସେଥିପାଇଁ କେବେ ମଧ୍ୟ ଭୁଲ୍ ରେ ଗଣେଶଙ୍କ ମୂର୍ତ୍ତି କାହାକୁ ଉପହାର ଦିଅନ୍ତୁ ନାହିଁ ।

ଘଡି – ଘଡି ଏପରି ଏକ ସାଧାରଣ ଉପହାର ଯାହା ଆମେ ପ୍ରାୟତଃ ବିବାହ ଗୁଡିକରେ ଉପହାର ଦେବାକୁ ପସନ୍ଦ କରିଥାଉ । ଛୋଟ ଘଡି ହେଉ ବା ବଡ଼ ଘଡି ଯଦି ଆପଣ କାହାକୁ ଉପହାରରେ ଦେଉଛନ୍ତି, ତେବେ ଏହା ସହ ଆପଣ ନିଜର ଭଲ ଏବଂ ମନ୍ଦ ସମୟ ମଧ୍ୟ ତାଙ୍କୁ ଉପହାରରେ ଦେଉଛନ୍ତି । ଏହି ଉପହାର ଦ୍ଵାରା ମଧ୍ୟ ଦାତା ଓ ଗ୍ରହୀତା ଉଭୟଙ୍କର କ୍ଷତି ହୋଇଥାଏ । ସେଥିପାଇଁ ଯେକୌଣସି ଅବସରରେ ମଧ୍ୟ କାହାକୁ ଘଡି ଉପହାର ଭାବେ ଦେବାରୁ ବଞ୍ଚିତ ରୁହନ୍ତୁ ।

ଧାରୁଆ ବସ୍ତୁ – ସାଧାରଣତଃ ଆମେ କେବେ ଏପରି ବସ୍ତୁ ଉପହାର ଦେଇ ନ ଥାଉ । ମାତ୍ର କେବେ କେବେ ଅଜ୍ଞାନତା ଯୋଗୁଁ କେହି କେହି ଏପରି ଭୁଲ୍ କରି ଦେଇ ଥାଉ ଓ ଏପରି ଧାରୁଆ ବସ୍ତୁ ସେଟ୍ ଉପହାର ଦେଇଥାଉ । ଏପରି ବସ୍ତୁ ସର୍ବଦା ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ ଓ ମନୋମାଳିନ୍ୟ ଆଣି ଥାଏ । ସେଥିପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ କେବେ କାହାକୁ ମଧ୍ୟ କାହାକୁ ଉପହାରରେ ଧାରୁଆ ବସ୍ତୁ ଦିଅନ୍ତୁ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।