Aishwarya Rai ଙ୍କ ପାଇଁ ଯେତେବେଳେ Shahrukh ଙ୍କ କଲର୍ ଧରି ପକାଇଥିଲେ Salman, ଆଉ ତା’ ପରେ ଯାହା ହେଲା ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ !

ନୀଳନୟନା ଅଭିନେତ୍ରୀ ଐଶ୍ଵର୍ଜ୍ୟା ରାୟଙ୍କ ସୁନ୍ଦରତାର ଚର୍ଚ୍ଚା କେବଳ ବଲିଉଡ କିମ୍ବା  ଭାରତରେ ନୁହେଁ ବରଂ ସାରା ଦୁନିଆରେ ହୋଇଥାଏ । ୧୯୭୩ ମସିହାରେ ମ୍ୟାଙ୍ଗଲୋରରେ ଜନ୍ମଗ୍ରହଣ କରିଥିବା ଐଶ୍ଵର୍ଜ୍ୟା ଏବେ ନିକଟରେ ୪୮ ବର୍ଷରେ ପଦାର୍ପଣ କରିଛନ୍ତି । ମିସ୍ ୱାର୍ଲ୍ଡ ଟାଇଟଲ ହାସଲ କରିବା ଠାରୁ ନେଇ ହଲିଉଡରେ କାମ କରିବା ପର୍ଯ୍ୟନ୍ତ ଐଶ୍ଵର୍ଜ୍ୟା ନିଜ କ୍ଯାରିୟରରେ ଅନେକ ଲକ୍ଷ୍ୟ ହାସଲ କରିଛନ୍ତି ।

ଐଶ୍ଵର୍ଜ୍ୟା ଖୁବ ଭଲ ପାଠ ପଢୁଥିଲେ । ସେ HSC ପରୀକ୍ଷାରେ ୯୦ ପ୍ରତିଶତ ନମ୍ବର ରଖି ପାସ୍ ହୋଇଥିଲେ ଓ ଦ୍ଵାଦଶ ଶ୍ରେଣୀରେ କେମିଷ୍ଟ୍ରି ସବଜେକ୍ଟରେ ସେ ୧୦୦ ରୁ ୯୭ ନମ୍ବର ରଖିଥିଲେ । ପାଠ ପଢିବା ସମୟରେ ସେ ୫ ବର୍ଷ କ୍ଲାସିକାଲ ଡ୍ୟାନ୍ସ ମଧ୍ୟ ଶିଖିଥିଲେ । ଅଭିନେତ୍ରୀ ହେବା ପୂର୍ବରୁ ଐଶ୍ଵର୍ଜ୍ୟା ଜୁଓଲୋଜିରେ ନିଜ କ୍ଯାରିୟର ବନେଇବାକୁ ଚାହୁଁଥିଲେ । ଏହାପରେ ସେ ଆର୍କିଟେକ୍ଚର କରିବା ପାଇଁ ଯୋଜନା କରିଥିଲେ । କିନ୍ତୁ ପରିଶେଷରେ ମଡେଲି॰ରେ ନିଜ କ୍ଯାରିୟର ଆରମ୍ଭ କରିଥିଲେ ।

୧୯୯୪ ରେ ମିସ୍ ୱାର୍ଲ୍ଡ ହେବା ପରେ ସେ ତାମିଲ ଫିଲ୍ମ ‘ଇରୁବର’ ରୁ ନିଜ ଫିଲ୍ମ କ୍ଯାରିୟର ଆରମ୍ଭ କରିଥିଲେ । ଏହାପରେ ଐଶ୍ଵର୍ଜ୍ୟା ବଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ କରି ସଫଳତାର ଶୀର୍ଷ ଚଢି ଚାଲିଲେ । ଫିଲ୍ମ କ୍ଯାରିୟର ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଐଶ୍ଵର୍ଜ୍ୟା ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏକ ସମୟରେ ଭାଇଜାନ ସଲମାନ ଖାନ ଓ ଐଶ୍ଵର୍ଜ୍ୟାଙ୍କ ମଧ୍ୟରେ ଖୁବ ଭଲ ପାଇବା ଥିଲା । ଏହି ଦୁହିଁଙ୍କ ପ୍ରେମ କାହାଣୀ କାହାକୁ ବା ଅଜଣା !

ସଲମାନ ଐଶ୍ଵର୍ଜ୍ୟାଙ୍କ ପ୍ରେମରେ ଏତେ ପାଗଳ ହୋଇ ଯାଇଥିଲେ ଯେ ଧୀରେ ଧୀରେ ତାଙ୍କ ପ୍ରଫେସନାଲ ଜୀବନରେ ମଧ୍ୟ ଦଖଲ ଦେବା ଆରମ୍ଭ କରି ଦେଇଥିଲେ । ଫିଲ୍ମ ‘ଚଲତେ ଚଲତେ’ ର ସୁ-ଟି॰ ଚାଲିଥିଲା ଓ ଏଥିରେ ମୁଖ୍ୟ ଭୂମିକାରେ ଐଶ୍ଵର୍ଜ୍ୟାଙ୍କ ସହ ଶାହରୁଖ ଖାନ ଥିଲେ । ସଲମାନ ଖାନ ହଠାତ ସେଠାରେ ପହଞ୍ଚି ଯାଇଥିଲେ ଓ ଐଶ୍ଵର୍ଜ୍ୟାଙ୍କୁ ସେଠାରୁ ଟାଣି ଟାଣି ନେଇ ଯାଇଥିଲେ । ଯାହା ଫଳରେ ଐଶ୍ଵର୍ଜ୍ୟାଙ୍କ ବଦଳରେ ରାନୀ ମୁଖାର୍ଜୀ ସେହି ଫିଲ୍ମରେ ଅଭିନୟ କରିଥିଲେ ।

ଏପରିକି ଐଶ୍ଵର୍ଜ୍ୟା ଓ ଶାହରୁଖଙ୍କ ମଧ୍ୟରେ ଆଫେୟାର ଚାଲିଛି ଭାବି ସଲମାନ ଶାହରୁଖଙ୍କ କଲର୍ ମଧ୍ୟ ଧରି ପକାଇଥିଲେ । ପରେ ଏକ ସାକ୍ଷାତକାରରେ ଐଶ୍ଵର୍ଜ୍ୟା କହିଥିଲେ କି ସଲମାନ ତାଙ୍କ ଜୀବନର ସବୁଠୁ ଖରାପ ଚାପ୍ଟର ଅଟନ୍ତି । ଆଉ ପରେ ଏହି ଦୁହିଁଙ୍କ ଯୋଡି ସବୁଦିନ ପାଇଁ ଭା-ଙ୍ଗି ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।