ନବାଜୁଦ୍ଦୀନ ସିଦ୍ଦୀକୀଙ୍କ ପତ୍ନୀ ଏହି କାରଣ ପାଇଁ ହେଲେ ତାଙ୍କଠୁ ଅଲାଗା, ଜାଣନ୍ତୁ ପାଞ୍ଚ ଜଣ ଏମିତି ବଲୀଉଡ ଷ୍ଟାରଙ୍କ ବିଷୟରେ ଯାହାଙ୍କ ସ୍ତ୍ରୀ ଭାଙ୍ଗିଥିଲେ ସମ୍ପର୍କ

ଅଭିନେତା ନବାଜୁଦ୍ଦୀନ ସିଦ୍ଦୀକୀଙ୍କ ପତ୍ନୀ ଆଲିୟା ସିଦ୍ଦୀକୀ ନବାଜୁଦ୍ଦୀନଙ୍କ ଠାରୁ ଡିଭୋର୍ସ ମାଗିଛନ୍ତି । କିନ୍ତୁ ବଲୀଉଡରେ ନବାଜୁଦ୍ଦୀନ ସିଦ୍ଦୀକୀ ଏକମାତ୍ର ଅଭିନେତା ନୁହଁନ୍ତି, ଯାହାଙ୍କ ପତ୍ନୀ ଅଲଗା ହେବାକୁ ଚାହୁଁଛନ୍ତି । ଆଜି ଆମେ ଏମିତି ୫ଟି ବଲୀଉଡ କଳାକାରମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବିବାହ ପରେ ଅଲଗା ହୋଇ ଯାଇଛନ୍ତି । କହିବାକୁ ଗଲେ ବଲୀଉଡରେ ନିଜର ଖାସ ପରିଚୟ କରିସାରିଥିବା ନବାଜୁଦ୍ଦୀନ ସିଦ୍ଦୀକୀ ବର୍ତ୍ତମାନ ଦିନରେ ସମସ୍ୟାରେ ଘେରି ଅଛନ୍ତି ।

କହିବାକୁ ଗଲେ ତାଙ୍କର ପତ୍ନୀ ଆଲିୟା ସିଦ୍ଦୀକୀ ତାଙ୍କୁ ଏକ ଲିଗାଲ ନୋଟିସ ପଠାଇଛନ୍ତି ଓ ତାଙ୍କ ଠାରୁ ତଲାକ ମାଗିଛନ୍ତି । ଆଲିୟା ଏବୀପୀ ନ୍ୟୁଜ ସହ କଥାବାର୍ତ୍ତା କରି ନିଜର ଏହି ତଲାକ ବିଷୟରେ କହିଥିଲେ । ସେ ୭ ମେ ରେ ଲିଗାଲ ନୋଟିସ ପଠାଇ ନବାଜୁଦ୍ଦୀନଙ୍କ ଠାରୁ ତଲାକ ମାଗିଛନ୍ତି । ଆପଣଙ୍କୁ କହିଦେଉଛୁ କି ଅଭିନେତା ନବାଜୁଦ୍ଦୀନ ସିଦ୍ଦୀକୀ ଓ ଆଲିୟାଙ୍କ ବିବାହକୁ ୧୧ ବର୍ଷ ହୋଇ ସାରିଛି ।

ବର୍ଷ ୨୦୦୯ରେ ଦୁଇ ଜଣ ଲଭ ମ୍ୟାରେଜ କରିଥିଲେ । ଏହା ପରେ ନବାଜୁଦ୍ଦୀନଙ୍କ ପତ୍ନୀ ଅଂଜନା ଉର୍ଫ ଅଂଜଲି ନିଜର ନାମ ବଦଳାଇ ଆଲିୟା କରିଥିଲେ । କହି ଦେଉଛୁ କି ଗତ କିଛି ବର୍ଷ ମଧ୍ୟରେ ତାଙ୍କ ମଧ୍ୟରେ କିଛି ବି ଠିକ ଚାଲୁ ନ ଥିଲା । ସେଥିପାଇଁ ବର୍ତ୍ତମାନ ଆଲିୟା ନବାଜୁଦ୍ଦୀନଙ୍କୁ ଡିଭୋର୍ସ ମାଗିଛନ୍ତି । କହିବାକୁ ଗଲେ ନବାଜୁଦ୍ଦୀନ ପ୍ରଥମ ଅଭିନେତା ନୁହନ୍ତି ଯାହାଙ୍କ ପତ୍ନୀ ନିଜ ଅଭିନେତା ସ୍ଵାମୀଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ।

ବଲୀଉଡରେ ଏହିଭଳି ବହୁତ ଦମ୍ପତି ଅଛନ୍ତି । ଆଜି ଆମେ ଏମିତି ହିଁ କିଛି କଳାକାରମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ତଲାକ ହୋଇ ସାରିଛି ।

ଅରବାଜ ଖାନ ଓ ମଲାଇକା ଅରୋଡ଼ା

ଏହି ଲିସ୍ଟରେ ସର୍ବ ପ୍ରଥମେ ଅରବାଜ ଖାନ ଓ ମଲାଇକା ଅରୋଡ଼ାଙ୍କ ନାମ ଆସିଥାଏ । ପାଖପାଖି ୧୯ ବର୍ଷ ନିଜର ବିବାହ ସମ୍ପର୍କରେ ରହିବା ପରେ ଅରବାଜ ଖାନ ଓ ମଲାଇକା ଅରୋଡ଼ା ନିଜ ମଧ୍ୟରେ ବୁଝାମଣା କରି ଏହି ବିବାହକୁ ଭାଙ୍ଗି ଦେଲେ । ମଲାଇକା ଅରୋଡ଼ାଙ୍କ କହିବା ଥିଲା କି ସେମାନେ ଦୁଇ ଜଣ ହିଁ ନିଜର ବିବାହରେ ଖୁସି ନ ଥିଲେ ଓ ଏହାର ପ୍ରଭାବ ଦୁଇ ଜଣଙ୍କ ପରିବାର ଉପରେ ବି ପଡୁଥିଲା । ଏହା ପରେ ଦୁଇ ଜଣ ଅଲଗା ହେବାର ନିଷ୍ପତି ନେଲେ । ଦୁଇ ଜଣଙ୍କ ଏକ ୧୭ ବର୍ଷର ପୁଅ ଅରହାନ ଖାନ ଅଛି ।

ସୈଫ ଅଲୀ ଖାନ ଓ ଅମୃତା ସିଂହ

ଦ୍ଵିତୀୟ ନମ୍ବରରେ ଆସୁଛନ୍ତି ବଲୀଉଡର ସୈଫ ଅଲୀ ଖାନ । ଯିଏ ନିଜର ପ୍ରଥମ ପତ୍ନୀ ଅମୃତା ସିଂହଙ୍କ ଠାରୁ ତଲାକ ନେଇଥିଲେ ଓ କରିନା କପୁରଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ । ଅମୃତା ଓ ସୈଫ ଅଲୀ ଖାନ ୧୯୯୧ରୁ ୨୦୦୪ ପର୍ଯ୍ୟନ୍ତ ଏକା ସହିତ ରହିଲେ, କୁହାଯାଉଛି କି ଅମୃତା ସିଂହ ଓ ସୈଫ ଅଲୀ ଖାନଙ୍କ ପରିବାର ସେମାନଙ୍କୁ ପସନ୍ଦ କରୁ ନ ଥିଲେ ।

ଶୁଣିବାକୁ ମିଳୁଥିଲା କି ଅମୃତା ସୈଫଙ୍କ ମା ଓ ଭଉଣୀଙ୍କୁ ଗାଳି ଦେଉଥିଲେ । ଯାହା ଦ୍ଵାରା ଦୁଇ ଜଣଙ୍କ ମଧ୍ୟରେ ବିବାଦ ବଢିଗଲା । ବର୍ଷ ୨୦୦୪ରେ ଅମୃତାଙ୍କ ଠାରୁ ଡିଭୋର୍ସ ନେବା ପରେ ସୈଫ ଅଲୀ ଖାନ ୨୦୦୮ରେ କରିନାଙ୍କୁ ଡେଟ କରିବା ଆରମ୍ଭ କରି ଦେଲେ ଓ ୨୦୧୨ରେ ବିବାହ କରିଲେ ।

ଋତିକ ରୋଶନ ଓ ସୁଜୈନ ଖାନ

ସେହିଭଳି ଋତିକ ରୋଶନ ଓ ସୁଜୈନ ଖାନ ବି ନିଜ ମଧ୍ୟରେ କଥାବାର୍ତ୍ତା କରି ୨୦୧୪ରେ ତଲାକ ନେଇ ଗଲେ । କିନ୍ତୁ ଦୁଇ ଜଣ ବର୍ତ୍ତମାନ ବି ଏକତ୍ରିତ ହୋଇ ବୁଲୁଥାନ୍ତି ଓ ନିଜର ପିଲାମାନଙ୍କ ସହିତ ଛୁଟିରେ ବୁଲିବାକୁ ଯାଆନ୍ତି ।

ଅର୍ଜୁନ ରାମପାଲ ଓ ମେହର ଜେସିୟା

ବଲୀଉଡର ଅଭିନେତା ଓ ମଡେଲ ରହିଥିବା ଅର୍ଜୁନ ରାମପାଲ ବି ବିବାହର ୨୧ ବର୍ଷ ପରେ ନିଜର ପତ୍ନୀ ମେହର ଜେସିୟାଙ୍କୁ ଡିଭୋର୍ସ ଦେଇଥିଲେ । ବର୍ଷ ୨୦୧୧ରେ ଏମାନଙ୍କ ଅଲଗା ହେବାର ଖବର ସାମ୍ନାକୁ ଆସୁଥିଲା । କିନ୍ତୁ ୨୦୧୮ରେ ଦୁଇ ଜଣ ଅଲଗା ହେବାର ନିଷ୍ପତିକୁ ସାର୍ବଜନିକ କରିଥିଲେ । ମେହର ଜେସିୟାଙ୍କ ଠାରୁ ତଲାକ ନେବା ପୂର୍ବରୁ ହିଁ ଅର୍ଜୁନ ରାମପାଲ ଅଫ୍ରୀକାନ ମଡେଲ ଗୈବ୍ରିଏଲାଙ୍କୁ ଡେଟ କରୁଥିଲେ । ବର୍ତ୍ତମାନ ହିଁ ଗୈବ୍ରିଏଲା ଏକ ପୁଅକୁ ଜନ୍ମ ଦେଇଛନ୍ତି । କିନ୍ତୁ ଅର୍ଜୁନ ବର୍ତ୍ତମାନ ପର୍ଯ୍ୟନ୍ତ ବି ଗୈବ୍ରିଏଲାଙ୍କ ସହ ବିବାହ କରି ନାହାନ୍ତି ।

ଦିୟା ମିର୍ଜା ଓ ସାହିଲ ସାଂଘା

ବଲୀଉଡର ଅଭିନେତ୍ରୀ ଦିୟା ମିର୍ଜା ୨୦୧୯ ଅଗଷ୍ଟରେ ସୋସିଆଲ ମିଡିଆରେ ଏକ ପୋସ୍ଟ ଜରିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ସେ ବିବାହର ୫ ବର୍ଷ ପରେ ସ୍ଵାମୀ ସାହିଲ ସାଂଘାଙ୍କ ଠାରୁ ଅଲଗା ହେବାର ନିଷ୍ପତି ନେଇ ଥିଲେ । ଦୁଇ ଜଣ ପରସ୍ପରକୁ ୧୧ ବର୍ଷ ହେବ ଜାଣି ଥିଲେ । ଦୁଇ ଜଣ ପରସ୍ପରର ସହମତିରେ ହିଁ ଅଲଗା ହେବା ପାଇଁ ନିଷ୍ପତି ନେଇଥିଲେ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।