ଲକଡାଉନ ଭିତରେ ଏହି ଭାରତୀୟ ବ୍ୟକ୍ତି ରାତାରାତି ହେଇଗଲେ କୋଟିପତି, ଏତେ ଟଙ୍କା ଦେଖି ଭାଗ୍ୟ ଉପରେ ବିଶ୍ଵାସ ହେଉ ନାହିଁ ତାଙ୍କର

ବର୍ତ୍ତମାନ ସାରା ଦେଶରେ କରୋନା ଭାଇରସ ସଂକ୍ରମଣ ବ୍ୟାପିବାରେ ଲାଗିଛି ଯାହା ଦିନକୁ ଦିନ ବଢିବାରେ ଲାଗିଛି । ଏହି ମହାମାରୀ କମ ହେବାର ନାମ ହିଁ ନେଉନି । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକଡାଉନ ବ୍ୟବସ୍ଥା କରାଯାଇଛି । ଏହି ଲକଡାଉନ ମଧ୍ୟରେ ଦୁବାଇର ରାଜନ କୁରିୟନ ନାମକ ଜଣେ ଭାରତୀୟ ଶିଳ୍ପପତି ରାତାରାତି କୋଟିପତି ହୋଇଗଲେ ।

ବ୍ୟବସାୟକୁ ବଢାଇବା ପାଇଁ ବି ଖର୍ଚ କରିବେ ଲଟେରୀର କିଛି ଭାଗ

ରାଜନ କୁରିୟନ ଙ୍କୁ ଦୁବାଇ ଡିୟୁଟି ଫ୍ରୀ ଡ୍ର ରେ କୋଟି କୋଟି ଟଙ୍କାର ଲଟେରୀ ଲାଗିଛି । ଲଟେରି ର ଏହି ଟଙ୍କା ପ୍ରାୟ ୭.୬ କୋଟି ଟଙ୍କା ଅଟେ । ବର୍ତ୍ତମାନ ସମୟରେ ଦୁନିଆ ସାରା ଏହି ସଙ୍କଟ ପରିସ୍ଥିତି ମଧ୍ୟରେ ସେ ନିଜର ଏହି ଜିତରେ ବହୁତ ଖୁସି ଅଛନ୍ତି । ସେ କହିଛନ୍ତି କି ଏହି ଲଟେରି ରୁ ମିଳିଥିବା ଟଙ୍କାରୁ କିଛି ଟଙ୍କା ସେ ତାଙ୍କ ବ୍ୟବସାୟକୁ ବଢାଇବାରେ ଖର୍ଚ କରିବେ । ରାଜନ ନିଜର ପିଲା ମାନଙ୍କର ଭବିଷ୍ୟତ ପାଇଁ କିଛି ଟଙ୍କା ରଖିବେ । ସେ କହିଛନ୍ତି କି ଗତ ବର୍ଷ ଅକ୍ଟୋବର ମାସରୁ ସେ ଏହି ଲଟେରି ଟିକେଟ କିଣୁଛନ୍ତି । ଏତେ ସାରା ଟଙ୍କା ଦେଖି ସେ ନିଜର ଭାଗ୍ୟ ଉପରେ ବିଶ୍ଵାସ କରିପାରୁ ନାହାଁନ୍ତି ।

ଦେଶରେ ଏହି ଭାଇରସ ସଂକ୍ରମଣର ଗୋଟିଏ ଦିନରେ ୫୬୦୯ ମାମଲା ସାମନାକୁ ଆସିବା ସହିତ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୨୫,୧୨୧ ରେ ପହଞ୍ଚି ଯାଇଛି, ଏହି ସମୟରେ ୫୧୦୦୦ ରୁ ଅଧିକ ଲୋକ ଏହି ସଂକ୍ରମଣରୁ ମଧ୍ୟ ମୁକ୍ତି ପାଇଛନ୍ତି । ଦେଶରେ ସମୁଦାୟ ସକ୍ରିୟ ମାମଲା ୬୯,୫୫୦ ଅଟେ । ଏହାର ଗୋଟିଏ ଦିନ ପୂର୍ବରୁ ୫୬୧୧ ନୂଆ ମାମଲା ସାମନାକୁ ଆସିଥିଲା । ଏହି ସଂକ୍ରମଣ ଦିନକୁ ଦିନ ଆହୁରି ଅଧିକ ବଢିବାରେ ଲାଗିଛି ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଦେଶରେ ସବୁ ଡକ୍ଟର, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ବୈଜ୍ଞାନିକ ମାନେ ବହୁତ ଚେଷ୍ଟା କରୁଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।