ଆମେରିକା ପର୍ଯ୍ୟନ୍ତ ପହଞ୍ଚିଲା ବିହାରର ଝିଅ ଜ୍ୟୋତି କୁମାରୀଙ୍କ ଚର୍ଚା, ଇୱାଙ୍କା ଟ୍ରମ୍ଫ ପ୍ରଭାବିତ ହେଇ କହିଲେ ଏମିତି

ବର୍ତ୍ତମାନ ସାରା ଦେଶରେ କରୋନା ଭାଇରସ ସଂକ୍ରମଣ ହେବାରେ ଲାଗିଛି । ଏହି ସଂକ୍ରମଣରେ ବହୁତ ଲୋକଙ୍କର ଜୀବନ ମଧ୍ୟ ଗଲାଣି । ଏଥିରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକଡାଉନ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲିଛି । ଏହି ଲକଡାଉନ ପାଇଁ ସବୁ ଶ୍ରମିକ ମାନେ ବହୁତ କଷ୍ଟ ପାଉଛନ୍ତି । ଶ୍ରମିକ ମାନେ କାମ କବିବା ପାଇଁ ବିଭିନ୍ନ ରାଜ୍ୟକୁ ଯାଇଥିଲେ ଏବଂ ଲକଡାଉନ ପାଇଁ ଯାନବାହାନ ଚଳାଚଳ ବନ୍ଦ ହୋଇଯିବାରୁ ସେମାନେ ତାଙ୍କ ଘରକୁ ଫେରି ପାରୁନଥିଲେ ।

ସେମାନେ ନିଜ ଘରେ ପହଞ୍ଚିବା ପାଇଁ ଏବଂ ପରିବାରର ସଦସ୍ୟ ମାନଙ୍କୁ ଦେଖିବା ପାଇଁ ସେମାନେ ବହୁତ ବାଧାର ସାମନା କରୁଛନ୍ତି । ଏହି ସଙ୍କଟ ସମୟରେ ବିହାରର ଜଣେ ଝିଅ ଜ୍ୟୋତି କୁମାରୀ ସୁଯୋଗ ହୋଇ ଆସିଛି, ଯାହାର ଚର୍ଚା ଆଜି କେବଳ ଦେଶରେ ନୁହେଁ ପୁରା ଦୁନିଆରେ ହେଉଛି ।

ଗୁରୁଗ୍ରାମ ରୁ ଦରଭଙ୍ଗା ଯାତ୍ରା

ଜ୍ୟୋତି କୁମାରୀଙ୍କ ବାପା ଦିଲ୍ଲୀର ଗୁରୁଗ୍ରାମରେ ଶ୍ରମିକ କାମ କରୁଥିଲେ । କିଛି ଦିନ ପୂର୍ବରୁ ତାଙ୍କ ବାପା କ୍ଷତାକ୍ତ ହୋଇଯାଇ ଥିଲେ । ଜ୍ୟୋତି ତାଙ୍କ ବାପାଙ୍କୁ ଦେଖିବା ପାଇଁ ବିହାରର ଦରଭଙ୍ଗାରୁ ଗୁରୁଗ୍ରାମ ପହଞ୍ଚିଥିଲେ କିନ୍ତୁ କିଛି ଦିନ ପରେ କରୋନା ସଂକ୍ରମଣ ପାଇଁ ଲକଡାଉନ ଘୋଷଣା କରାଗଲା ଏବଂ ସେ ସେଠାରେ ଫସି ରହିଗଲେ ।

ବାପା କ୍ଷତାକ୍ତ ହୋଇଥିଲେ, କାମ ବନ୍ଦ ହୋଇଯାଇଥିଲା ଏବଂ ଏହା ସବୁ ଭିତରେ ସେହି ଅଜଣା ସହରରେ ବହୁତ ଏକା ଲାଗୁଥିଲା ଏବଂ ସବୁବେଳେ ଘର ଲୋକଙ୍କର କଥା ବି ମନେ ପଡୁଥିଲା । ୧୫ ବର୍ଷର ଝିଅଟି ନିଷ୍ପତ୍ତି ନେଲା କି ସେ ସାଇକେଲରେ ନିଜ ବାପାଙ୍କୁ ନେଇ ଦରଭଙ୍ଗା ନିଜ ଗାଁକୁ ଯିବ । ସେ ଏଥିରେ ସଫଳ ମଧ୍ୟ ହେଲେ ଏବଂ ସାତ ଦିନରେ ପ୍ରାୟ ୧୨୦୦କିମି ଦୂର ନିଜର କ୍ଷତାକ୍ତ ବାପାକୁ ନେଇ ଯାତ୍ରା କରି ଜିନ ଗାଁରେ ପହଞ୍ଚିଲେ ।

ଇବାଙ୍କା ଟ୍ରମ୍ଫ କଲେ ଟୁଇଟ

ଜ୍ୟୋତି କୁମାରୀ ଙ୍କର କାହାଣୀ ଦେଶ ବିଦେଶରେ ଚର୍ଚା ହେବାକୁ ଲାଗିଛି, ଯେଉଁଥିରେ ତାଙ୍କୁ ସମସ୍ତେ ଉତ୍ସାହିତ କରୁଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ଝିଅ ଇବାଙ୍କା ଟ୍ରମ୍ଫ ବି ଜ୍ୟୋତିଙ୍କ ଦ୍ଵାରା ଅଧିକ ପ୍ରଭାବିତ ହୋଇଥିବାର ଜଣାପଡିଛି । ଭାରତୀୟ ସାଇକେଲିଙ୍ଗ ମହାସଙ୍ଗ ଦ୍ଵାରା ଜ୍ୟୋତିକୁ ପରୀକ୍ଷାର ସୁଯୋଗ ଦେବାର କଥା ସାମନାକୁ ଆସିବା ପରେ କ୍ଷତାକ୍ତ ଟୁଇଟ କରି ଜ୍ୟୋତିଙ୍କୁ ଉତ୍ସାହିତ କରିବା ସହିତ ସାଇକେଲ ମହାସଂଘର ଚର୍ଚ୍ଚା ମଧ୍ୟ କରିଛନ୍ତି । ସେ ଟୁଇଟ କରି କହିଛନ୍ତି ୧୫ବର୍ଷର ଜ୍ୟୋତି କୁମାରୀ ନିଜର କ୍ଷତାକ୍ତ ହୋଇଥିବା ବାପାଙ୍କୁ ସାଇକେଲେରେ ନେଇ ସାତ ଦିନରେ ପ୍ରାୟ ୧୨୦୦ କିମି ଦୂର ଯାତ୍ରା କରି ନିଜ ଗାଁରେ ପହଞ୍ଚିଲେ ।

ସେ ଏହା ମଧ୍ୟ କହିଛହନ୍ତି କି ଜଣେ ଝିଅର ସାହାସ ଏବଂ ବାପାଙ୍କ ପ୍ରତି ଭଲପାଇବାରୁ ଜଣା ପଡୁଛି କି ଭାରତୀୟ ଲୋକମାନେ କିଭଳି ସମସ୍ୟାର ସାମନା କରୁଛନ୍ତି, ଯେଉଁଭଳି ଭାବରେ ସାଇକେଲୀଙ୍ଗ ଫେଡେରେସନ ତାଙ୍କ ପ୍ରତିଭାକୁ ସ୍ଵିକୃତି ଦେଇଛନ୍ତି ତାହା ପ୍ରଶଂସାଯୋଗ୍ୟ । ସାଇକେଲିଙ୍ଗ ମହାସଙ୍ଗ ଜ୍ୟୋତିଙ୍କର ଏହି ସାହାସକୁ ଦେଖି ତାଙ୍କୁ ସୁଯୋଗ ଦେବା ପାଇଁ କହିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି କି ଯଦି ସେ ସିଏଫଆଇ ମାନଦଣ୍ଡକୁ ଟିକେ ବି ପୂରଣ କରନ୍ତି ତାହେଲେ ତାଙ୍କୁ ସ୍ଵତନ୍ତ୍ର ତାଲିମ ଏବଂ କୋଚିଂ ପ୍ରଦାନ କରାଯିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।