Navaratri 2021: ଘରକୁ ନେଇ ଆସନ୍ତୁ ଏହି 4 ମଧ୍ୟରୁ ଯେ କୌଣସି 1 ଜିନିଷ, ସାତ ଜନ୍ମ ପର୍ଯ୍ୟନ୍ତ ଦୂର ହୋଇଯାଏ ଦରିଦ୍ରତା, ରୋଡପତି ବି ହେଇଯାଏ କୋଟିପତି

ନବରାତ୍ରି ବା ମା ଦୂର୍ଗାଙ୍କ ପୂଜା ଉପାସନା କରିବାର ଏହି ନଅ ଦିନ ଅତ୍ୟନ୍ତ ଖାସ ଅଟେ । ଏହି ସମୟରେ ସଂପୂର୍ଣ୍ଣ ବିଧିବିଧାନ ସହ ମା ଦୂର୍ଗାଙ୍କ ପୂଜା କରିବା ଦ୍ଵାରା ସେ ପ୍ରସନ୍ନ ହୁଅନ୍ତି ଓ ଆମ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯାଏ । ପୂଜା ଉପାସନା ବ୍ଯତୀତ ମା’ଙ୍କୁ ପ୍ରସନ୍ନ କରିବାର କିଛି ଉପାୟ ମଧ୍ୟ ରହିଛି । ଆଜି ଆମେ ଆପଣଙ୍କୁ ଏପରି ଚାରୋଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ମଧ୍ୟରୁ ଗୋଟିଏ ହେଲେବି ଆପଣ ଘରକୁ ଆଣି ମା ଦୂର୍ଗାଙ୍କୁ ପ୍ରସନ୍ନ କରିପାରିବେ । ତେବେ ଚାଲନ୍ତୁ ଜାଣିବା ସେଗୁଡିକ କଣ ।

ନବରାତ୍ରିରେ ମା ଙ୍କ ମୂର୍ତ୍ତି ସ୍ଥାପନ କରିବା ପରେ ତାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରାଯାଏ । ମାନ୍ୟତା ରହିଛି କି ନବରାତ୍ରିରେ ମା ଦୂର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରିବା ଦ୍ଵାରା ଘରକୁ ସୁଖଶାନ୍ତି ଆସିଥାଏ ଓ ଅଖଣ୍ଡ ସୌଭାଗ୍ୟବତୀ ହେବାର ବରଦାନ ପ୍ରାପ୍ତ ହୋଇଥାଏ । ମାତାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣା କରୁଥିବା ମହିଳା ନିଜେ ମଧ୍ୟ ଷୋହଳ ଶୃଙ୍ଗାର କରିବା ଉଚିତ । ନବରାତ୍ରି ପରେ ଆପଣ ଏହି ଷୋହଳ ଶୃଙ୍ଗାର ସାମଗ୍ରୀ ଗୁଡିକ କୌଣସି ସୁହାଗିନୀ ବ୍ରାହ୍ମଣୀ କିମ୍ବା ଗରିବ ମହିଳାଙ୍କୁ ଦାନ କରିପାରିବେ ।

ମା’ଙ୍କ ପ୍ରାସାଦ ରୂପେ ଆପଣ ନିଜେ ମଧ୍ୟ ଏହି ସାମଗ୍ରୀ ବ୍ୟବହାର କରିପାରିବେ । ନବରାତ୍ରିରେ ଘରକୁ ରୂପାର ମୁଦ୍ରା ଆଣିବା ମଧ୍ୟ ଶୁଭ ହୋଇଥାଏ । ରୂପା ମୁଦ୍ରା ଆଣି ମା’ଙ୍କ ପୂଜା ସ୍ଥାନରେ ରଖି ନଅ ଦିନ ପର୍ଯ୍ୟନ୍ତ ଏହାକୁ ମଧ୍ୟ ପୂଜା କରନ୍ତୁ ଓ ନବରାତ୍ରି ପରେ ଘରେ ଟଙ୍କା ରଖୁଥିବା ସ୍ଥାନରେ ଏହି ମୁଦ୍ରାକୁ ରଖି ଦିଅନ୍ତୁ । ଏହାଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସବୁଦିନ ପାଇଁ ବାସ କରନ୍ତି ଓ ଘରୁ ଆର୍ଥିକ ଅଭାବ ଦୂର ହୁଏ ।

ନବରାତ୍ରିରେ ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରିବା ଦ୍ଵାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଏପରି କରିବା ଦ୍ଵାରା ଘରେ ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ ଓ ପରିବାରରେ ମଧ୍ୟ ସାମଞ୍ଜ୍ୟସ ବଜାୟ ରୁହେ । ଯଦି ପଦ୍ମ ଫୁଲ ମିଳୁ ନହିଁ ତେବେ ଆପଣ ପଦ୍ମ ଫୁଲରଏକ ଫଟୋ ଆଣି ଏହାକୁ ଘରର ଉତ୍ତର ଦିଗରେ ଲଗାଇ ଦିଅନ୍ତୁ ଓ ମା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ । ଏପରି କରିବା ଦ୍ଵାରା ଘରେ କେବେ ମଧ୍ୟ ଅନ୍ନ ଓ ଧନର ଅଭାବ ହୁଏ ନାହିଁ ।

ଶାସ୍ତ୍ରରେ ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ । ଏହି ଶଙ୍ଖ ଥିବା ଘରେ କେବେ କେବେ ମଧ୍ୟ ଧନଧାନ୍ୟରା ଅଭବ ହୁଏ ନାହିଁ ବୋଲି ମାନ୍ୟତା ରହିଛି । ସେଥିପାଇଁ ନବରାତ୍ରିରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ଆଣି ଘରେ ସ୍ଥାପନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ବିଧିବିଧାନରେ ଏହ ସ୍ଥାପନ କରିବା ଦ୍ଵାରା ଘରେ ଭୂତ ପ୍ରେତ ଆଦି ନକରାତ୍ମକ ଶକ୍ତିର ପ୍ରବେଶ ହୋଇପାରେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।